ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ମହାକୁମ୍ଭ -୨୦୨୫କୁ ବୈଶ୍ୱିକ ଆୟୋଜନ ଦର୍ଶାଇବା ସହ ଏହାର ସଫଳ ଆୟୋଜନର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି। ସେଠାରେ ପୁଲିସଙ୍କ ଅଭିନନ୍ଦନ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟରେ ସିଏମ୍ ଯୋଗୀ ମହାକୁମ୍ଭରେ ମୁତୟନ ପୁଲିସକର୍ମୀଙ୍କ ପ୍ରଶଂସା କରିଛନ୍ତି ଏବଂ ସେମାନଙ୍କ ପାଇଁ ସପ୍ତାହେର ଛୁଟି ଘୋଷଣା କରିଛନ୍ତି କିନ୍ତୁ ଏହି ଛୁଟି ଅଲଗା-ଅଲଗା ଫେଜ୍ରେ ତାଙ୍କୁ ଦିଆଯିବ। ଯୋଗୀ କହିଛନ୍ତି - ଡ୍ୟୁଟିରେ ମୁତୟନ ପୁଲିସକର୍ମୀଙ୍କୁ କୁମ୍ଭ ମେଡାଲ ଓ ମାନପତ୍ର ମଧ୍ୟ ଦିଆଯିବ। ଏହାସହ ଏଠାରେ ମୁତୟନ ଅଧିକାରୀଙ୍କୁ ୧୦ ହଜାରର ବୋନସ୍ ଦିଆଯିବ।
ଯୋଗୀ କହିଛନ୍ତି , ମୁଁ ପୁଲିସ ଅଧିକାରୀଙ୍କୁ ସ୍ୱାଗତ କରୁଛି। ଯେତେ ବଡ଼ ଚ୍ୟାଲେଞ୍ଜ ଥିଲା , ଆମେ ଏହାକୁ ସେତିକି ଉଚ୍ଚତମ ଶିଖରେ ପହଞ୍ଚାଇ ପାରିଛେ। ଏହି ଆୟୋଜନରେ ସମସ୍ୟା ଓ ସମାଧାନର ଦୁଇଟି ରାସ୍ତା ଥିଲା, ଆମେ ଏହାକୁ ସମସ୍ୟା ନଭାବି ସମାଧାନ ବିଷୟରେ ଭାବିଲେ। ୭ ହଜାର ୫୦୦କୋଟି ଟଙ୍କା ଖର୍ଚ୍ଚ କଲେ, ୩.୫ ଲକ୍ଷ କୋଟି ଟଙ୍କା ଆମଦାନ ହେଲା । ଏହି କୁମ୍ଭରେ ଏହା କରି ଦେଖାଇଲୋ। ୨୭୦୦ ରୁ ୩୦୦୦ ହଜାର କ୍ୟାମେରାକୁ ମୁଁ ୱାଚ୍ କରୁଥିଲି। ୨ରୁ ୨.୫ କୋଟି ଶ୍ରଦ୍ଧାଳୁ ନିତି ଆସୁଥିଲେ ଏବଂ ମୋଟ ୬୬ କୋଟିଙ୍କର ଆଗମନ ହୋଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ପୁଲିସକର୍ମୀଙ୍କ ଭର୍ତ୍ତି ପେଣ୍ଡିଂ ଥିଲା, କୋର୍ଟରେ ସ୍ଥଗିତ ଥିଲା। ଏହାପରେ ସ୍ୱଚ୍ଛ ବ୍ୟବସ୍ଥା ଅନୁସାରେ ମୁଁ କୋର୍ଟରେ ଶପଥ ପତ୍ର ଦେଇ ଏହାକୁ ଆଗକୁ ବଢାଇଛି। ଏହାପରେ ୧ ଲକ୍ଷ ୫୬ ହଜାର ପୁଲିସକର୍ମୀଙ୍କୁ ଭର୍ତ୍ତି କରି ସାରିଛୁ। ଆଗକୁ ଆଉ ୩୦ହଜାର ଭର୍ତ୍ତି କରିବାକୁ ଯାଉଛେ। ଯେବେ ବି କୌଣସି ପେଣ୍ଡାଲରେ ନିଆଁ ଲାଗିଲା , ୧୦ ମିନିଟ୍ରେ କଣ୍ଟ୍ରୋଲ କରାଗଲା। ବୁଡିବାରେ କୌଣସି ମୃତ୍ୟୁ ବା ଦୁର୍ଘଟଣା ହୋଇ ନାହିଁ। ମୌନୀ ଅମାବାସ୍ୟାରେ ଦୁର୍ଘଟଣା ହେଲା, ଗ୍ରୀନ୍ କରିଡୋର ଯାହା ତିଆରି କରାଗଲା,ସବୁ ଆହତଙ୍କ ପାଇଁ, ସେ ଖୁବ୍ ପ୍ରଶଂସନୀୟ ଥିଲା। କ୍ରାଉଡ୍ ମ୍ୟାନେଜମେଣ୍ଟ କେମିତି ହୋଇଥାଏ , ଏହା ସବୁ ଅଖାଡେ ସହ ସମସ୍ତେ ଜାଣନ୍ତି।
ସିଏମ୍ କହିଛନ୍ତି ଯେ, କୌଣସି କୋଣରେ ବସି ଟିପ୍ପଣୀ କରିବା ଅଲଗା ବିଷୟ, ଯିଏ ଏଥିରେ ସଂପୃକ୍ତ ସେ ହିଁ ଏହି ବିଷୟରେ କହି ପାରିବ। ପୁଲିସଙ୍କ ବ୍ୟବହାରର ଚର୍ଚ୍ଚା ଶ୍ରଦ୍ଧାଳୁମାନେ କରିଛନ୍ତି। ପୁଲିସକର୍ମୀ ଅହଙ୍କାରୀ ହୋଇ ନାହାନ୍ତି। ଯେବେ ଶ୍ରଦ୍ଧାଳୁ ଧକ୍କା ଦେଇ ଚାଲି ଯାଉ ଥିଲେ, ସେମାନଙ୍କ ସହ ଆରାମରେ କଥା ହେଉ ଥିଲେ। ସମସ୍ତଙ୍କର ମିତ୍ର ପାଲଟି ଯାଇଥିଲେ ପୁଲିସ କର୍ମୀ। ମୁଁ ଯେଉଁ ଅଧିକାରୀଙ୍କ ସହ କଥାବାର୍ତ୍ତା କରୁଥିଲି , କହୁଥିଲେ ଭିଡ଼ ଅଧିକ ଏବଂ ମୁଁ କ୍ୟାମେରାରେ ଦେଖି କଥା ହେଉ ଥିଲି। ୨
୮,୨୯,୩୦ ତାରିଖରେ ୧୫ କୋଟି ଲୋକ ଆସି ଥିଲେ। ୨୫ ଲକ୍ଷର କ୍ଷମତା ଥିଲା। ଗୋଟିଏ ଘରେ ୫ଜଣ ଲୋକ ରହୁଥିବେ , ୧୦ ଜଣ ଲୋକ ଓ ୧୦୦ ଜଣ ଲୋକ ଆସିଗଲେ, କଣ ସ୍ଥିତି ଉପୁଜେ। ସଙ୍ଗମରେ ଯେବେ ବୁଡ଼ ଦେଲି ତ ପୁଲିସକୁ ଧନ୍ୟବାଦ ଦେଲି ଓ ଭାରତର ସମ୍ମାନ ବଢିଛି।
ଯୋଗୀ କହିଛନ୍ତି , ଆପଣଙ୍କୁ (ପୁଲିସକର୍ମୀ) କିଛି ଦିନ ରହିବାକୁ ପଡ଼ି ପାରେ। ସପ୍ତାହର ଛୁଟି ଦେବୁ ପୁଲିସକର୍ମୀଙ୍କୁ ଯେଉଁମାନେ କୁମ୍ଭରେ ଡ୍ୟୁଟିରେ ଥିଲେ। ଏହା ଅଲଗା ଫେଜ୍ରେ ମିଳିବ। ୭୫ ହଜାର ପୁଲିସକର୍ମୀଙ୍କୁ ମହାକୁମ୍ଭ ମେଡାଲ ଓ ପ୍ରଶଂସା ପତ୍ର ଦିଆଯିବ । ୧୦,୦୦୦ହଜାରର ପୁଲିସ ଅଧିକାରୀଙ୍କ ବୋନସ ଦିଆଯିବ।