ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ଦିଲ୍ଲୀରେ ବିରୋଧିଦଳ ନେତା ଆତିଶୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ସ୍ତରର ସୁବିଧା, ଜାଣନ୍ତୁ କେତେ ମିଳିବ ଦରମା ଓ ଭତ୍ତା...

Published By : Prameya | February 27, 2025 9:23 PM

ନୂଆଦିଲ୍ଲୀ: ଦିଲ୍ଲୀର ଶାସନ କ୍ଷମତାରୁ ଆମ ଆଦମୀ ପାର୍ଟି ବିଦାୟ ନେବା ପରେ ଆତିଶୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ, ତାଙ୍କ ଦରମା, ଭତ୍ତା ଏବଂ ସୁବିଧାରେ କୌଣସି ହ୍ରାସ କରାଯିବ ନାହିଁ। ଏହାର କାରଣ ହେଉଛି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ସମାନ ଦରମା ଏବଂ ଭତ୍ତା ପାଆନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ନିର୍ବାଚନ ପୂର୍ବରୁ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ହେଲେ ନିର୍ବାଚନ ପରେ ସେ ଏହି ପଦବୀ ଛାଡିବେ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଯଦି ଆମ ଆଦମୀ ପାର୍ଟି ନିର୍ବାଚନ ଜିତିଥାନ୍ତା, ତେବେ ଅରବିନ୍ଦ କେଜରିୱାଲ ପୁଣି ମୁଖ୍ୟମନ୍ତ୍ରୀ ଚୌକିକୁ ଫେରିଥାନ୍ତେ। କିନ୍ତୁ ଦଳ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପରାଜୟ ପରେ, ଆପକୁ ଏବେ ବିରୋଧୀ ଦଳରେ ବସିବାକୁ ପଡୁଛି। ଏପରି ପରିସ୍ଥିତିରେ, ଦଳୀୟ ବିଧାୟକ ମାନେ ଆତିଶୀଙ୍କୁ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରିଛନ୍ତି। ତେବେ ବିରୋଧିଦଳ ନେତା ଆସନରେ ବସିଥିଲେ ମଧ୍ୟ, ସେ ପୂର୍ବ ପରି ଦରମା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପାଇବେ। ଅର୍ଥାତ ବିରୋଧିଦଳ ନେତା ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ଭଳି ସୁବିଧା ପାଇବେ ସେ ।  

ଏବେ ଆସନ୍ତୁ ଜାଣିବା କ’ଣ ଏହି ସୁବିଧା...

ମାସିକ ଦରମା ୬୦ ହଜାର ଟଙ୍କା, ୩୦,୦୦୦ ଟଙ୍କା ନିର୍ବାଚନମଣ୍ଡଳୀ ଭତ୍ତା, ସଚିବାଳୟ ସହାୟତା ଭତ୍ତା ୨୫,୦୦୦ ଟଙ୍କା,ପ୍ରତିନିଧି ଭତ୍ତା ୧୦,୦୦୦ ଟଙ୍କା,ଏହା ବ୍ୟତୀତ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ଉପଲବ୍ଧ । ଆପଣ ଜାଣିବା ଜରୁରୀ କି, ଦିଲ୍ଲୀ ସରକାରରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ଉପବାଚସ୍ପତି ଏବଂ ମନ୍ତ୍ରୀମାନେ ସମାନ ଦରମା ଏବଂ ଭତ୍ତା ପାଆନ୍ତି। ଏହି ବ୍ୟବସ୍ଥା ଯୋଗୁଁ, ଆତିଶୀଙ୍କ ପଦବୀ ପରିବର୍ତ୍ତନ ତାଙ୍କ ଦରମା କିମ୍ବା ଭତ୍ତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.