ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ଅନନ୍ତ ଅମ୍ବାନୀଙ୍କ ବନ୍ତାରାକୁ ସମ୍ମାନଜନକ ଜାତୀୟ 'ପ୍ରାଣୀ ମିତ୍ର' ପୁରସ୍କାର

Published By : Prameya | February 27, 2025 10:52 PM

ଜାମନଗର (ଗୁଜରାଟ) ୨୭/୦୨: ଅନନ୍ତ ଅମ୍ବାନୀଙ୍କ ବନ୍ତାରାକୁ ଭାରତ ସରକାରଙ୍କ ଦ୍ୱାରା 'କର୍ପୋରେଟ୍‌' ବର୍ଗରେ ପଶୁ କଲ୍ୟାଣ କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ସମ୍ମାନଜନକ 'ପ୍ରାଣୀ ମିତ୍ର' ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ରାଧା କୃଷ୍ଣ ମନ୍ଦିର ହସ୍ତୀ କଲ୍ୟାଣ ଟ୍ରଷ୍ଟ (ଆରକେଟିଇଡବ୍ଲୁଟି) ର ଅସାଧାରଣ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗର ମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ବନ୍ତାରା ହେଉଛି ହାତୀମାନଙ୍କର ଉଦ୍ଧାର, ଚିକିତ୍ସା ଏବଂ ଆଜୀବନ ଯତ୍ନ ପାଇଁ ଉତ୍ସର୍ଗୀକୃତ ଏକ ସଂଗଠନ । ୯୯୮ ଏକର ପରିମିତ ଏହି ବନ୍ତାରା କେନ୍ଦ୍ରରେ ୨୪୦ ରୁ ଅଧିକ ଉଦ୍ଧାର ହୋଇଥିବା ହାତୀ ରହିଛନ୍ତି । ଏଥିରେ ସର୍କସରୁ ୩୦ ଟି ହାତୀ, କାଠ ଶିଳ୍ପରୁ ୧୦୦ ରୁ ଅଧିକ ହାତୀ ଏବଂ ପରିବହନ ଓ ରାସ୍ତାରେ ଭିକ ମାଗିବା ଭଳି ଅପବ୍ୟବହାରରୁ ଉଦ୍ଧାର ହୋଇଥିବା ଅନ୍ୟ ହାତୀ ଅନ୍ତର୍ଭୁକ୍ତ । ଅବହେଳା ଏବଂ ଅତ୍ୟାଚାରର ଶିକାର ହୋଇଥିବା ଏହି ହାତୀମାନଙ୍କୁ ବନ୍ତାରାରେ ବିଶ୍ୱ ସ୍ତରୀୟ ପ୍ରାଣୀ ଚିକିତ୍ସା ଉପଚାର ଏବଂ ଯତ୍ନ ମିଳୁଛି । ବନ୍ତାରାରେ ହାତୀମାନଙ୍କ ପାଇଁ ବିଶ୍ୱର ସର୍ବବୃହତ ହସ୍ପିଟାଲ ମଧ୍ୟ ରହିଛି । ଏଠାରେ ହାତୀମାନଙ୍କ ପାଇଁ ପୋଖରୀ ଏବଂ ଜାକୁଜି ଭଳି ସୁବିଧାମାନ ମଧ୍ୟ ରହିଛି ।

ବନ୍ତାରାର ସିଇଓ ଭିଭାନ କର୍ନି ଏହି ସମ୍ମାନ ଗ୍ରହଣ କରି କହିଛନ୍ତି,"ଏହି ପୁରସ୍କାର ସେହି ଅସଂଖ୍ୟ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଭାରତର ପଶୁମାନଙ୍କର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ବନ୍ତାରାରେ ପଶୁମାନଙ୍କର ସେବା କରିବା କେବଳ ଏକ କର୍ତ୍ତବ୍ୟ ନୁହେଁ - ଏହା ଆମର ଧର୍ମ ଓ ସେବା ଅଟେ । ଆମେ ଆଗାମୀ ପିଢିମାନଙ୍କ ପାଇଁ ଭାରତର ସମୃଦ୍ଧ ଜୈବ ବିବିଧତାର ରକ୍ଷା କରିବାର ଆମ ମିଶନରେ ଅଥକ ପ୍ରୟାସ ଜାରିରଖିବୁ।" 

କର୍ପୋରେଟ୍‌ ବର୍ଗରେ ପ୍ରାଣୀ ମିତ୍ର ପୁରସ୍କାର ବିଗତ ପାଞ୍ଚ ବର୍ଷରେ ପଶୁ କଲ୍ୟାଣ କ୍ଷେତ୍ରରେ ସେମାନଙ୍କର ନିରନ୍ତର ଯୋଗଦାନ ପାଇଁ ନିଗମ, ସରକାରୀ ସଂସ୍ଥା, ସରକାରୀ ଉଦ୍ୟୋଗ ଏବଂ ସମବାୟ ସମିତିଗୁଡିକ ସମେତ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ପାଣ୍ଠିରେ ପଶୁ କଲ୍ୟାଣ କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ ପାଇଁ ପ୍ରଦାନ କରାଯାଇଥାଏ । 

ଉଦ୍ଧାର ହୋଇଥିବା ହାତୀମାନଙ୍କର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିରାପଦ ଓ ସୁରକ୍ଷିତ ପରିବହନ ସୁବିଧା ପାଇଁ ବନ୍ତାରା ୭୫ ଟି ସ୍ୱତନ୍ତ୍ର ଡିଜାଇନ ହୋଇଥିବା ଯାନ ବା ହାତୀ ଆମ୍ବୁଲାନ୍ସଗୁଡିକର ସର୍ବ ବୃହତ ଶୃଙ୍ଖଳା ସଞ୍ଚାଳିତ କରୁଛି ଯେଉଁଥିରେ ହାଇଡ୍ରୋଲିକ୍‌ ଲିଫ୍ଟ, ରବର ମ୍ୟାଟ୍‌ ଫ୍ଲୋରିଙ୍ଗ, ଜଳର କୁଣ୍ଡ, ସାୱାର ଏବଂ କେୟାରଟେକର କ୍ୟାବିନ୍‌ ଭଳି ସୁବିଧା ରହିଛି ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.