ନୂଆଦିଲ୍ଲୀ: ବଲିଉଡର ତାରକା ଦମ୍ପତ୍ତି କିଆରା ଆଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ବାପାମା ହେବାକୁ ଯାଉଛନ୍ତି। ଏନେଇ କିଆରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛିନ୍ତି। ଯେଉଁଥିରେ ଉଭୟ ଦମ୍ପତ୍ତି ଏକ ଶିଶୁର ସୁନ୍ଦର ମୋଜା ଧରିଥିବା ଫଟୋ ରହିଛି। ଏହି ପୋଷ୍ଟରେ କିଆରା “ଆମ ଜୀବନର ସବୁଠୁ ବଡ ଉପହାର। ବହୁଜଲଦି ଆମ ଗହଣକୁ ଆସିବାକୁ ଯାଉଛି” ବୋଲି ଉଲ୍ଲେଖ କରିଛନ୍ତି।
ଏହିକଥା ଜଣାପଡିବା ପରେ ଉଭୟଙ୍କ ଫ୍ୟାନଙ୍କ ସମେତ ବିଭିନ୍ନ ସେଲିବ୍ରିଟିମାନେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଆକ୍ଟର ଇଶାନ ଖଟ୍ଟର ଏହି ଫୋଷ୍ଟରେ “ଅଭିନନ୍ଦନ ବନ୍ଧୁ। ଛୋଟୁକୁ ମଧ୍ୟ ଢେର ସାରା ଭଲପାଇବା। ଉଭୟେ ସୁରକ୍ଷିତ ରୁହ” ବୋଲି ଲେଖିଛନ୍ତି। ସେହିଭଳି ଅନ୍ୟଜଣେ ଫ୍ୟାନ “ଦୁନିଆର ସବୁଠୁ ଭଲ ବାପାମା ବନିବାକୁ ଯାଉଛ” ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି “ସେମାନେ ସବୁଠୁ ଭଲ ଖବର ସେୟାର କରିଛନ୍ତି”।
ସୂଚନା ମୁତାବକ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନି ରାଜସ୍ଥାନର ଏକ ମେନସନରେ ଗତବର୍ଷ ଫେବୃଆରି ମାସରେ ବିବାହ କରିଥିଲେ। ଏହାପରଠୁ ଉଭୟ ବିଭିନ୍ନ ସାମାଜିକ ଗଣମାଧ୍ୟମ ଆପରେ ଆକ୍ଟିଭ୍ ରହୁଥିଲେ। ବିଭିନ୍ନ ସମୟର ରୋମାଣ୍ଟିକ ଡିନର ସହ ଜୀବନର ସୁଖଦ ସମୟ ଗୁଡିକର ଫଟୋ ଉତ୍ତୋଳନ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉଭୟେ ପୋଷ୍ଟ କରୁଥିଲେ। ଏହାକୁ ନେଇ ସେମାନଙ୍କ ଫ୍ୟାନ ମାନେବି ଉତ୍ସାହିତ ହେଉଥିଲେ।
ଅନ୍ୟପଟେ ଦେଖିବାକୁ ଗଲେ ଉଭୟ ଦମ୍ପତ୍ତି ବର୍ତ୍ତମାନ ଏକାଧିକ ଫିଲ୍ମ ନିର୍ମାଣ ସହ ସଂଶ୍ଲିଷ୍ଟ ରହିଛନ୍ତି। ମଦୋକ ଫିଲ୍ମ ଦ୍ୱାରା ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ରରେ ଉଭୟେ ଏକା ସହିତ ନଜର ଆସିବାକୁ ଯାଉଛନ୍ତି। ଏହା ସହ କିଆରା ଆଡଭାନି ୱାର ୨ ମୋଭିରେ ମଧ୍ୟ ଦେଖିବାକୁ ମିଳିବେ। ରଣବୀର ସିଂଙ୍କ ସହ ଡନ ୩ର ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଅନ୍ୟପଟେ ସିଦ୍ଧାର୍ଥ ମଲହୋତ୍ରା ଗତ ବର୍ଷଠାରୁ ଭିଭିଏଏନ: ଫୋର୍ସ ଅଫ ଦ ଫରେଷ୍ଟ ଫିଲ୍ମ ସୁଟିଂରେ ବ୍ୟସ୍ତ ରହିଛନ୍ତି।