ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଶାହରୁଖ ଖାନ୍ ଙ୍କ ସାନପୁଅ ଅବ୍ରାମ ଖାନ୍ ଙ୍କ ଭିଡିଓ ହେଲା ଭାଇରାଲ; ଜାଣନ୍ତୁ ପୁରା ଖବର...

Published By : Bijay Swain | February 26, 2025 8:04 PM

Image courtesy: hindustantimes

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଓ ଗୌରି ଖାନ୍ ଙ୍କ ସାନ ପୁଅ ଅବ୍ରାମ ଖାନ୍ ବର୍ତ୍ତମାନ ଚର୍ଚ୍ଚାରେ। ହଲିଉଡ଼ର ପ୍ରଖ୍ୟାତ ସଂଙ୍ଗୀତ ଗାୟିକା ଲେଡି ଗାଗା ଓ ବ୍ରୁନୋ ମାର୍ସଙ୍କ ଗୀତ ଡାଏ ୱିଥ ଏ ସ୍ମାଇଲ ଗୀତ ସେ ଗାଉଥିବା ବେଳର ଦୃଶ୍ୟ ସାମାଜିକ ଗଣମାଧ୍ୟମ ଏକ୍ସରେ ଭାଇରାଲ ହେବାରେ ଲାଗିଛି। 

ଭାଇରାଲ ହୋଇଥିବା ଏହି ଭିଡିଓରେ ଆବ୍ରାମ ଏହି ଗୀତଟି ଗାଇବା ସହ ଅତି ସୁନ୍ଦର ଶୈଳିରେ ଗୀଟାର ବଜାଉଥିବା ଦେଖିବାକୁ ମିଳିଛି। ଏକ ସ୍କୁଲ ପ୍ରୋଗ୍ରାମରେ ସେ ଏହି ଗୀତ ଗାଉଥିବା ଦେଖିବାକୁ ମିଳିଛି। ସେ ପଢୁଥିବା ସ୍କୁଲରେ କୌଣସି ଏକ ପ୍ରୋଗ୍ରାମର ଗୀତ ବୋଲି ଜଣା ପଡିଛି। ତେବେ ତାଙ୍କ ସୁନ୍ଦର ଗାଇବା ଶୈଳୀ ଓ ଗୀଟାର ବାଦନ ଶୈଳୀ ଯୋଗୁଁ ଏହି ଭିଡିଓ ବିଭିନ୍ନ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଏହି ଭିଡିଓ ଭାଇରାଲ ହେବାପରେ ଅନେକ ସୋଶିଆଲ ମିଡିଆ ୟୁଜର ଏହାକୁ ନେଇ ନିଜ ମତାମତ ଦେବା ଆରମ୍ଭ କରିଦେଇଛନ୍ତି। ଏହି ଭିଡିଓରେ ଆବ୍ରାମଙ୍କର ଜଣେ ଫ୍ୟାନ “ହେ ଭଗବାନ, ତାଙ୍କ ଗୀଟାର ବାଦନ ଶୈଳି ଅତ୍ୟନ୍ତ ଚମତ୍କାର” ବୋଲି କହିଛନ୍ତି। ଅନ୍ୟ ଜଣେ ଫ୍ୟାନ “ଏପରି କରିବାକୁ ହେଲେ କୌଶଳର ଆବଶ୍ୟକତା ପଡେ” ବୋଲି ଲେଖିଛନ୍ତି। ସେହିପରି ଆଉ ଜଣେ ଫ୍ୟାନ “ଅତି ସୁନ୍ଦର” ବୋଲି ଲେଖିଛନ୍ତି। ତେବେ ଏହି ଭିଡିଓଟି ତାଙ୍କ ସ୍କୁଲର ବାର୍ଷିକ ପ୍ରୋଗ୍ରାମର ବୋଲି ଜଣା ପଡିଛି। ସେ ବର୍ତ୍ତମାନ ମୁମ୍ୱାଇର ଧୀରୁଭାଇ ଅମ୍ୱାନି ସ୍କୁଲରେ ପାଠ ପଢୁଛନ୍ତି।

ନିକଟରେ ରିଲିଜ ହୋଇଥିବା ଫିଲ୍ମ ମୁସାଫା, ଦ ଲାୟନ କିଙ୍ଗରେ ଅବ୍ରାମ କଣ୍ଠଦାନ କରି ଚର୍ଚ୍ଚାରେ ରହିଥିଲେ। ଏହା ସହ କିଙ୍ଗ ଖାନଙ୍କ ବଡ ପୁଅ ଅର୍ଯ୍ୟନ ଖାନ ମଧ୍ୟ ଏହି ଫିଲ୍ମରେ ସିମ୍ୱା ପାଇଁ କଣ୍ଠଦାନ କରିଥିଲେ। ଏହି ଫିଲ୍ମ ବହୁଳ ଭାବେ ଜନାଦୃତ ହେବା ପରେ ସମଗ୍ର ଭାରତରେ ଅବ୍ରାମଙ୍କ ଫ୍ୟାନ ଫଲୋଇଙ୍ଗ ବଢିଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.