ମୁମ୍ବାଇ,୨୬/୦୨: ଅଭିନେତା ସଞ୍ଜୟ ଦତ୍ତ । ସେ ନିଜର ଅଭିନୟ ପାଇଁ ବେଶ୍ ଜଣାଶୁଣା। ପ୍ରତ୍ୟେକ ଥର ନିଜର ଦମଦାର ଅଭିନୟ ଦେଖାଇ ସେ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି । ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ "ଦି ଭୂତନି"ର ଟିଜର ରିଲିଜ୍ ହୋଇଛି। ଏଥିସହ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି।
ଏହା ମଧ୍ୟ ପଢନ୍ତୁ-ପରଦାକୁ ଆସିବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍, ଦାଦାଙ୍କ ଭୂମିକାରେ ନଜର ଆସିବେ ରାଜକୁମାର ରାଓ
'ଦି ଭୂତନି'ରେ ସଞ୍ଜୟ ଦତ୍ତଙ୍କ ସହ ମୌନି ରୟ,ପଲକ ତିୱାରୀ ଏବଂ ସନି ସିଂହଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ପ୍ରେମ କାହାଣୀ। ଯେଉଁଥିରେ ମୌନି ରୟ ଜଣେ ଭୂତ ଭୂମିକାରେ ନଜର ଆସିବେ। ଟିଜର ଦେଖିବା ପରେ, ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଭରି ରହିଛି। ସଞ୍ଜୟ ଦତ୍ତ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ଶୁକ୍ରବାର୧୮ ତାରିଖ! ପୂର୍ବରୁ କେବେ ଦେଖିନଥିବା ହରର , ଆକ୍ସନ୍ ଏବଂ କମେଡି ପାଇଁ ପ୍ରସ୍ତୁତ ହୁଅ! # ୧୮ ଏପ୍ରିଲରେ ପ୍ରେକ୍ଷାଳୟରେ ଭୂତନି ତାଣ୍ଡବ କରିବ! ଭିଡିଓରେ ସଞ୍ଜୟ ଦତ୍ତ ଏକ ଭୂତ ସହିତ ଲଢ଼ୁଥିବାର ଦେଖାଯାଉଛି।
ସେପଟେ ଅଭିନେତା ସେୟାର କରିଥିବା ଭିଡିଓରେ ସଞ୍ଜୟ ଦତ୍ତଙ୍କ ଲୁକ୍କୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି । ଜଣେ ୟୁଜର ଭିଡି଼ଓ ଦେଖି ଲେଖିଛନ୍ତି- ସଞ୍ଜୟ ଦତ୍ତ ବହୁତ ଭଲ ଦେଖାଯାଉଛନ୍ତି। ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି- ଜୟ ଶଙ୍କର ଭଗବାନ । ଏହି ଫିଲ୍ମଟି ସଞ୍ଜୟ ଦତ୍ତଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି। ଅଭିନେତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ, ସଞ୍ଜୟ ଦତ୍ତଙ୍କ ପାଖରେ ଅନେକ ପ୍ରୋଜେକ୍ଟ ଅଛି। ସେ ଖୁବ୍ ଶୀଘ୍ର ବାଗୀ ୪ରେ ନଜର ଆସିବେ। ଫିଲ୍ମରୁ ସଞ୍ଜୟଙ୍କ ଲୁକ୍ ପ୍ରକାଶ ପାଇଛି ଏବଂ ଫିଲ୍ମଟି ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ବ୍ୟତୀତ ସେ ହାଉସଫୁଲ ୫ ରେ ମଧ୍ୟ ନଜର ଆସିବେ। ହାଉସଫୁଲ ୫ ଏକ ମଲ୍ଟିଷ୍ଟାରର ଫିଲ୍ମ ଅଟେ ।