ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଜୋରସୋରରେ ଚାଲିଛି ‘ଆଭେଞ୍ଜର୍ସ ଡୁମସେଡ ଓ ସିକ୍ରେଟ ୱାର୍ସ’ ସୁଟିଂ, ଦର୍ଶକଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ କହିଲେ ରୁସୋ ବ୍ରଦର୍ସ

Published By : Prameya | February 26, 2025 10:06 AM

ନୂଆଦିଲ୍ଲୀ ୨୬/୦୨: ‘ଆଭେଞ୍ଜର୍ସ ଡୁମସେଡ ଓ ସିକ୍ରେଟ ୱାର୍ସ’ ସିନେମାର ଲଗାତାର ସୁଟିଂ ଚାଲିଛି । ଏହା ଦର୍ଶକଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ଏକଥା କହିଛନ୍ତି ଆଭେଞ୍ଜର୍ସର ନିର୍ଦ୍ଦେଶକ ତଥା ଲୋକପ୍ରିୟ ଯୋଡ଼ି ରୁସୋ ବ୍ରଦର୍ସ । ଅଳ୍ପଦିନ ତଳେ ଲସ୍‌ଆଞ୍ଜେଲସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୨୬-୨୭ରେ ମୁକ୍ତିଲାଭ କରିବାକୁ ଥିବା ଆଭେଞ୍ଜର୍ସ ସିନେମା ସମ୍ବନ୍ଧରେ ପ୍ରଶ୍ନ କରାଯିବାରୁ ଏଭଳି କହିଥିଲେ ରୁସୋ ବ୍ରଦର୍ସ । ଆନ୍ଥୋନି ରୁସୋ ଓ ଜୋ ରୁସୋ ହଲିଉଡରେ ରୁସୋ ବ୍ରଦର୍ସ ନାମରେ ସୁପରିଚିତ । 

ତେବେ ଏ ସମ୍ବନ୍ଧରେ ବିସ୍ତୃତ ମତ ରଖି ଆନ୍ଥୋନୀ ରୁସୋ କହିଥିଲେ ଯେ ଲଣ୍ଡନରେ ଏହାର ନିରବଚ୍ଛିନ୍ନ ସୁଟିଂ ଚାଲିଛି । ସୁଟିଂର ପ୍ରତ୍ୟେକ ପର୍ଯ୍ୟାୟ କଳାକାରମାନଙ୍କ ପାଇଁ ଚ୍ୟାଲେଞ୍ଜିଂ । ଏହା ବ୍ୟତୀତ ରୁସୋ କହିଥିଲେ ଯେ, ଆଗାମୀ ସିନେମାରେ ମାର୍ଭେଲର ଯେ କୌଣସି ଚରିତ୍ରଙ୍କୁ ଦେଖିବାକୁ ମିଳିପାରେ । ସିନେମାରେ କିଏ ଦେଖାଯିବେ କିଏ ଦେଖାଯିବେ ନାହିଁ ଏ ନେଇ ଆମେ ମଧ୍ୟ ନିଶ୍ଚିତ ନୁହଁ । ମାର୍ଭେଲ ଚରିତ୍ର ଡେଡପୁଲଙ୍କୁ ଏହି ସିନେମାରେ ଦେଖିବାକୁ ମିଳିବ ବୋଲି ପ୍ରଶ୍ନ ପଚାରିବାରୁ ଏପରି ଉତ୍ତର ରଖିଥିଲେ ରୁସୋ । ମଲ୍ଟି ଭର୍ସ ଆଧାରିତ ଆଭେଞ୍ଜର୍ସ ସିନେମାରେ ଅନେକ ଗୁଡିଏ ବ୍ରହ୍ମାଣ୍ଡର କାହାଣୀ ଦେଖିବାକୁ ମିଳିଥାଏ । ଏହି ସିନେମାରେ ମଧ୍ୟ ପ୍ରତ୍ୟେକ ବ୍ରହ୍ମାଣ୍ଡର ସୁପର ହିରୋମାନଙ୍କୁ ଦେଖିବାକୁ ମିଳିବ । ଡର୍‌ ଡୁନଙ୍କଠାରୁ ନେଇ କ୍ୟାପଟେନ ଆମେରିକା ହୁଅନ୍ତୁ କିମ୍ବା ଆଇରନ୍‌ ମ୍ୟାନ୍‌ କି ଡେଡପୁଲ ସିନେମାରେ ଅନେକ ସୁପର ପାୱାରଙ୍କୁ ଦେଖିବାକୁ ଦର୍ଶକ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ରୁସୋ ବ୍ରଦର୍ସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.