ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ରାହୁଲ ଗାନ୍ଧୀ ଏବଂ ଉଦ୍ଧବ ଠାକରେଙ୍କୁ ହିନ୍ଦୁ ଭୋଟର ବର୍ଜନ କରିବା ଉଚିତ୍, କାହିଁକି ଏମିତି କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ?

Published By : Prameya | February 26, 2025 6:55 PM

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆଜି (ବୁଧବାର) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ଅଠାୱଲେ କହିଛନ୍ତି ଯେ, ଉଦ୍ଧବ ଠାକରେ ଏବଂ ରାହୁଲ ଗାନ୍ଧୀ ମହାକୁମ୍ଭରେ ଯୋଗ ନ ଦେଇ ହିନ୍ଦୁତ୍ୱର ଅପମାନ କରିଛନ୍ତି। ରାମଦାସ ଅଠାୱଲେ ଆହୁରି କହିଛନ୍ତି ଯେ, ହିନ୍ଦୁ ଭୋଟର ମାନେ ଉଦ୍ଧବ ଠାକରେ ଏବଂ ରାହୁଲ ଗାନ୍ଧୀଙ୍କୁ ବର୍ଜନ କରିବା ଉଚିତ।

ବିଜେପିର ସହଯୋଗୀ ରିପବ୍ଲିକାନ୍ ପାର୍ଟିର ମୁଖ୍ୟ ରାମଦାସ ଅଠାୱଲେ କହିଛନ୍ତି,"ଠାକରେ ହିନ୍ଦୁତ୍ୱ ବିଷୟରେ କଥା କୁହନ୍ତି କିନ୍ତୁ ସେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅଂଶଗ୍ରହଣ କରି ନାହାଁନ୍ତି।" ମହାକୁମ୍ଭରେ ଅଂଶଗ୍ରହଣ ନକରି ଠାକରେ ଏବଂ ଗାନ୍ଧୀ ପରିବାର ହିନ୍ଦୁତ୍ୱର ଅପମାନ କରିଛନ୍ତି। ହିନ୍ଦୁ ହେବା ଏବଂ ମହାକୁମ୍ଭରେ ଅଂଶଗ୍ରହଣ ନ କରିବା ହିନ୍ଦୁଙ୍କ ପାଇଁ ଅପମାନ ଏବଂ ହିନ୍ଦୁମାନେ ସେମାନଙ୍କୁ ବର୍ଜନ କରିବା ଉଚିତ।

କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆହୁରି କହିଛନ୍ତି କି,"ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ତାଙ୍କୁ ମହାକୁମ୍ଭରେ ଅଂଶଗ୍ରହଣ କରିବା ଉଚିତ ଥିଲା। ସେ ସବୁବେଳେ ହିନ୍ଦୁ ଭୋଟ ଚାହାଁନ୍ତି, ତଥାପି ସେ ମହାକୁମ୍ଭରେ ଅଂଶଗ୍ରହଣ କରିନଥିଲେ। ମୁଁ ଭାବୁଛି ହିନ୍ଦୁ ଭୋଟର ମାନେ ତାଙ୍କୁ ବର୍ଜନ କରିବା ଉଚିତ।" ରାମଦାସ ଅଠାୱଲେ କହିଛନ୍ତି ଯେ ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ହିନ୍ଦୁ ଭୋଟର ମାନେ ଏହି ନେତା ମାନଙ୍କୁ ଏକ ଶିକ୍ଷା ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.