ଶ୍ରୀନଗର,୨୬/୦୨: ସୀମାରୁ ଆସିଲା ବଡ ଖବର । ସେନା ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଜମ୍ମୁକାଶ୍ମୀରର ରୌଜରୀ ସୁନ୍ଦରବନୀ ଅଞ୍ଚଳରେ ଯବାନଙ୍କ ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି । ସେନା ଗାଡିକୁ ୪ରୁ୫ ରାଉଣ୍ଡ ଗୁଳି ମାରି ଚମ୍ପଟ ମାରିଛନ୍ତି ଆତଙ୍କୀ । ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବଳ ।
ସୁନ୍ଦରବନୀରେ ସର୍ଚ୍ଚ ଅପରେସନ- ଜମ୍ମୁ କାଶ୍ମୀର ରୌଜରୀ ଜିଲ୍ଲୀ ସୁନ୍ଦରବନୀରେରେ ସେନା ଗାଡି ଉପରେ ଆତଙ୍କୀ ହମଲା ହୋଇଛି । ସମୟ ପାଖାପାଖି ୧ଟା ବେଳେ ସେନା ଗାଡି ଯାଉଥିବା ସମୟରେ ଛକି ବସିଥିବା ଆତଙ୍କୀ ଫାୟାରିଂ କରିଥିଲେ । ଏଲଓସି ନିକଟ ଜଙ୍ଗଲରେ ଲୁଚିଥିବା ଆତଙ୍କୀ ସେନା ଗାଡିକୁ ୪ରୁ ୫ ରାଉଣ୍ଡ ଫାୟାରିଂ କରିଛନ୍ତି । ସୌଭାଗ୍ୟବସତଃ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ସୁରକ୍ଷାବଳ । ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି ।
ଅଧିକ ପଢନ୍ତୁ...ନିର୍ବନ୍ଧ ସରିଥିଲା, ବାକିଥିଲା ବାହାଘର; ସହିଦ ହେଲେ ଯବାନ
Locରେ ହେଉଥିବା ଘଟଣାକୁ ନେଇ ଚିନ୍ତା- ପାକିସ୍ତାନ ନିୟନ୍ତ୍ରଣ ରେଖା ଉପରେ ଚାପ ପକାଇବାକୁ ଲଗାତାର ଭାବେ ଷଡଯନ୍ତ୍ର କରୁଛି । ଏଲଓସିରେ ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକ୍ । ଏଲଓସିରେ ବାରମ୍ବାର ଏପରି ଘଟଣା ଘଟିବା ଚିନ୍ତାର କାରଣ ହୋଇଛି । ଭାରତୀୟ ସେନା ଏଲଓସି ଉପରେ ନଜର ରଖିଛି ।