ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

Kerala: ଋଣ ନା ନିଶା କାରବାର...! କେରଳ ଗଣହତ୍ୟାର କାରଣ ଖୋଜି ପାଉନି ପୋଲିସ

Published By : Bijay Swain | February 26, 2025 5:59 PM

Image courtesy: indiatoday

ନୁଆଦିଲ୍ଲୀ: କେରଳରେ ହୋଇଥିବା ଗଣହତ୍ୟାର କାରଣ ଖୋଜି ପାଉନି ପୋଲିସ। ରାଜଧାନିର ଛାତିରେ ହୋଇଥିବା ଏହି ହତ୍ୟାକାଣ୍ଡର ସୁରାକ ପାଇପାକୁ ପୋଲିସ ସଂଘର୍ଷ କରୁଛି। ତେବେ ଏହି ଗଣହତ୍ୟାରେ ମୃତ୍ୟୁ ଘଟିଥିବା ୫ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି। ତେବେ ଆର୍ଥିକ ଋଣ କିମ୍ବା ଡ୍ରଗ କାରବାର ପାଇଁ ସମସ୍ତଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ ଅନୁମାନ କରୁଛି। 

ଏହି ଘଟମାର ମୁଖ୍ୟ ଅଭିଯୁକ୍ତ ୨୩ ବର୍ଷିୟ ଅଫାନ ସୋମବାର ପୋଲିସ ଷ୍ଟେସନରେ ପହଞ୍ଚି ନିଜେ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ପୋଲିସ ଆଗରେ ସ୍ୱୀକାର କରିଥିଲା। ଏହା ସହ ସେ ବିଷ ଖାଇଥିବା ନେଇ ପୋଲିସକୁ ସୂଚନା ଦେଇଥିଲା। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଛୁ। ଏହି ହତ୍ୟାକାଣ୍ଡ ପଛରେ ଡ୍ରଗ କାରବାର କିମ୍ବା ଆର୍ଥିକ ନେଣଦେଣର କାରଣ ରହିଛି ବୋଲି ଆମେ ଅନୁମାନ କରୁଛୁ। ତେବେ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି। 

ଥିରୁଭନନ୍ତପୁରମର ରୁରାଲ ଏସପି ସୁଦର୍ଶନ କେଏସ ଏହି ପରିବାରରେ ଆର୍ଥିକ ଅନଟନ ରହିଥିବା ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। “ଆରୋପି ଜଣଙ୍କ ତାଙ୍କ ଘରେ ଆର୍ଥିକ ଅନଟନ ଲାଗି ରହିଥିଲା ବୋଲି ସମସ୍ତଙ୍କୁ ହତ୍ୟା କରିଛି ବୋଲି ଦୋଷ ସ୍ୱିକାର କରିଛି। କିନ୍ତୁ ଆନେ ଏହି ମାମଲାକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରୁଛୁ। ଯଦି ଏହି କାରଣ ସତ ହୋଇଥାଏ ତେବେ ଆମେ ଏହାର ଡିଜାଟାଲ ପ୍ରମାଣ ହାସଲ କରିବୁ” ବୋଲି ସେ କହିଛନ୍ତି। 

ସୁଦର୍ଶନ ଆହୁରି ମଧ୍ୟ କହିଛନ୍ତି ଯେ “ଏହି ଘଟଣାରେ ଡ୍ରଗ ମାମଲାକୁ ନଜର ଅନ୍ଦାଜ କରାଯାଇପାରିବ ନାହିଁ। ଅଭିଯୁକ୍ତର ରକ୍ତ ନମୁନାକୁ ଆମେ ପରିକ୍ଷଣ ପାଇଁ ପଠାଇଛୁ। ରିପୋର୍ଟ ଆସିବା ପରେ ସେ ହତ୍ୟା କଲାବେଳେ ମଦ କିମ୍ୱା ଡ୍ରଗ ନିଶାର ସେବନ କରିଥିଲା କି ନାହିଁ ଜଣାପଡିବ।”

ସୂଚନା ମୁତାବକ, ଉକ୍ତ ପରିବାର ୧୧-୧୨ ଜଣଙ୍କ ନିକଟରୁ ୬୪ ଲକ୍ଷରୁ ଅଧିକ ଟଙ୍କା ଋଣ କରିଛନ୍ତି। ତେବେ କିଛି ଦିନ ତଳେ ଅଫାନ ନିଜ ଜେଜେମାଙ୍କ ସୁନା ଚେନ ଚୋରି କରିନେଇଥିଲେ। ସେ ଉଧାର କରିଥିବା ୭୪,୦୦୦ଟଙ୍କାର କିସ୍ତି ଦେବା ପାଇଁ ସେ ସୁନାଚେନ ବିକ୍ରି କରି ୪୦,୦୦୦ ଟଙ୍କା ଦେଇଥିଲେ ବୋଲି ଜଣାପଡିଛି। 

ବୁଧବାର ସୁଦ୍ଧା ଅଫାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ପୋଲିସ ତାଙ୍କ ନିକଟରୁ ଳଉ କିଛି ବୟାନ ମଧ୍ୟ ରେକର୍ଡ କରିଛି। ତେବେ ତାଙ୍କ ଚିକିତ୍ସା ସରିବା ପରେ ଏ ମାମଲା ନେଇ ଜଡିତ ପ୍ରଶ୍ନ କରାଯିବ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ତେବେ ଆସନ୍ତା ତିନିଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଚ୍ଚ କରାଯିବ ବୋଲି କତ୍ତୃପକ୍ଷ କହିଛନ୍ତି।

୨୫ ଜଣଙ୍କୁ ନେଇ ଗଠିତ ଏକ ପୋଲିସ ଟିମ ଏହି ଘଟଣା ଉପରେ ନଜର ରଖିଛି। ତେବେ ଏହି ପ୍ରାଣଘାତି ଆକ୍ରମଣରେ ବର୍ତ୍ତିଯାଇଥିବା ଅଫାନଙ୍କ ମା ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ସେ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ବୋଲି ଆଶା କରାଯାଉଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.