ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ସଡକ ଦୁର୍ଘଟଣାରେ ସାଂସଦ ମହୁଆ ମାଝୀ ଗୁରୁତର, ମହାକୁମ୍ଭରୁ ଫେରୁଥିଲେ

Published By : Ankita S | February 26, 2025 11:04 AM

ରାଞ୍ଚି, ୨୬/୦୨: ସାଂସଦ ମହୁଆ ମାଝୀ ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ କାର୍ ଦୁର୍ଘଟଣାଗସ୍ତ ହୋଇଛି । ମହାକୁମ୍ଭରୁ ଫେରୁଥିବାବେଳେ ତାଙ୍କ କାର୍ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ମହୁଆ ମାଝୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି ।

ଆଜି (ବୁଧବାର) ସକାଳୁ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରୁ ଫେରୁଥିଲେ ସାଂସଦ ମହୁଆ ମାଝୀ । ଲାତେହାରର ଏନଏଚ ୩୯ରେ ତାଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ସାଂସଦଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଞ୍ଚି ଅରଚିଡ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ମହୁଆ ମାଝୀଙ୍କ ହାତରେ ଗଭୀର ଆହତ ଲାଗିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ଚୁରମାର୍ ହୋଇଯାଇଛି ।

#WATCH | Jharkhand: JMM Rajya Sabha MP Mahua Maji admitted at Orchid Medical Centre in Ranchi as she met with an accident near Jharkhand's Latehar while returning from Prayagraj. pic.twitter.com/JXVWCPlw5E

ଅଧିକ ପଢନ୍ତୁ...ପବିତ୍ର ମହାଶିବରାତ୍ରୀ; ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ମହୁଆ ମାଝୀ ହିନ୍ଦୀ ଭାଷାର ଜଣେ ପ୍ରସିଦ୍ଧ ସାହିତ୍ୟିକା । ଏହା ସହ ସମାଜସେବା କ୍ଷେତ୍ରରେ ଜଣେ ଜଣାଶୁଣା ଚେହେରା । ସେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବହୁତ ଘନିଷ୍ଠ । ଦୀର୍ଘ ଦିନ ହେବ ସେ ଜେଏମଏମ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ରହିଛନ୍ତି । ଗତ ବିଧାନସଭା ନିର୍ବାଚନରେ ରାଞ୍ଚିରୁ ଜେଏମଏମରୁ ଟିକେଟ୍ ପାଇଥିଲେ । ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଚନ୍ଦ୍ରେଶ୍ବର ସିଂହଙ୍କଠୁ ପରାସ୍ତ ହୋଇଥିଲେ । ୨୨୦୦୦ ଭୋଟରେ ମହୁଆ ମାଝୀଙ୍କୁ ପରାସ୍ତ କରିଥିଲେ ବିଜେପି ପ୍ରାର୍ଥୀ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.