ନୂଆଦିଲ୍ଲୀ,୨୬/୦୨: ଆଜି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଚଳଚଞ୍ଚଳ ହୋଇଛି ଶୈବପୀଠ । ପବିତ୍ର ମହାଶିବରାତ୍ରି ପାଇଁ ସବୁଠି ଉତ୍ସବ । ଦର୍ଶନ ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପବିତ୍ର ମହାଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ।
ଏକ୍ସରେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, '' ଦେଶବାସୀଙ୍କୁ ପବିତ୍ର ମହାଶିବରାତ୍ରୀର ଶୁଭେଚ୍ଛା । ଭଗବାନ ମହାଦେବଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହୁ । ମହାଦେବଙ୍କ ଆଶୀର୍ବାଦରୁ ଦେଶ ନିରନ୍ତର ପ୍ରଗତି ପଥରେ ଆଗକୁ ବଢୁ ।
मैं सभी देशवासियों को महाशिवरात्रि के पावन पर्व की हार्दिक बधाई देती हूं। मेरी प्रार्थना है कि हम सब पर देवाधिदेव महादेव की कृपा बनी रहे तथा हमारा देश निरंतर प्रगति के पथ पर आगे बढ़ता रहे।
— President of India (@rashtrapatibhvn) February 26, 2025
ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଜରିଆରେ ଶିବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, '' ପବିତ୍ର ଶିବରାତ୍ରୀରେ ଦେଶବାସୀଙ୍କୁ ଶୁଭେଚ୍ଛା । ସୁଖ ସମୃଦ୍ଧି ଆଣନ୍ତୁ ଶଙ୍କର । ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ଏହି ଦିବ୍ୟ ଅବସର ବିକଶିତ ଭାରତ ସଂକଳ୍ପକୁ ଆହୁରି ମଜବୁତ କରୁ । ''
सभी देशवासियों को भगवान भोलेनाथ को समर्पित पावन-पर्व महाशिवरात्रि की असीम शुभकामनाएं। यह दिव्य अवसर आप सभी के लिए सुख-समृद्धि और उत्तम स्वास्थ्य लेकर आए, साथ ही विकसित भारत के संकल्प को सुदृढ़ करे, यही कामना है। हर-हर महादेव! pic.twitter.com/4gYM5r4JnR
— Narendra Modi (@narendramodi) February 26, 2025
ଅଧିକ ପଢନ୍ତୁ...ମହାକୁମ୍ଭରେ ଅନ୍ତିମ ଅମୃତ ସ୍ନାନ, ଭୋର ୫ଟାରୁ ବୁଡ ପକାଇଲେଣି ୨୬ ଲକ୍ଷ ଶ୍ରଦ୍ଧାଳୁ
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିବରାତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, '' ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ । ''
ପବିତ୍ର ମହାଶିବରାତ୍ରୀ ତଥା ଜାଗର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାଦେବଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ। #ମହାଶିବରାତ୍ରୀ pic.twitter.com/4V3ULVvBWK
— Mohan Charan Majhi (@MohanMOdisha) February 26, 2025
କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିବରାତ୍ରୀ ଶୁଭେଚ୍ଛା ଜଣାଇ କହିଛନ୍ତି, '' ପବିତ୍ର ମହାଶିବରାତ୍ରୀରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଭଗବାନ ଭୋଳାନାଥ ଏବଂ ମାତା ପାର୍ବତୀ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଏବଂ ଆଧ୍ୟାତ୍ମିକ ଉର୍ଜାର ସଞ୍ଚାର ହେଉ । ଓଁଃ ନମଃ ଶିବାୟ । ''
महाशिवरात्रि के पावन पर्व पर सभी देशवासियों को हार्दिक शुभकामनाएं।
— Dharmendra Pradhan (@dpradhanbjp) February 26, 2025
भगवान भोलेनाथ और माता पार्वती, सभी के जीवन में सुख, समृद्धि और आध्यात्मिक ऊर्जा का संचार करें।
ॐ नमः शिवाय 🙏 pic.twitter.com/WwvPJ04vBh