ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ମହାକୁମ୍ଭରେ ଅନ୍ତିମ ଅମୃତ ସ୍ନାନ, ଭୋର ୫ଟାରୁ ବୁଡ ପକାଇଲେଣି ୨୬ ଲକ୍ଷ ଶ୍ରଦ୍ଧାଳୁ

Published By : Krishna Priya | February 26, 2025 8:21 AM

ପ୍ରୟାଗରାଜ ୨୬/୦୨: ଆଜି ମହାଶିବରାତ୍ରି । ପ୍ରୟାଗରାଜରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ଅନ୍ତିମ ଦିନ । ମହାଶିବରାତ୍ରିର ଶେଷ ସ୍ନାନ ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କର ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପବିତ୍ର ଅବସରରେ ଶ୍ରଦ୍ଧାଳୁମାନଙ୍କୁ କୌଣସି ପ୍ରକାର ସମସ୍ୟା ନ ହେବା ଲାଗି ସୁରକ୍ଷା, ସୁବିଧା ଓ ସଫେଇ ଉପରେ ବିଶେଷ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ସେ ଅନୁସାରେ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମିଳିଛି ବ୍ୟବସ୍ଥା ତଦାରଖର ଦାୟିତ୍ୱ । ବଦଳିଛି ଟ୍ରାଫିକ୍‌ ପ୍ଲାନ୍‌ । ପୂରା କୁମ୍ଭ କ୍ଷେତ୍ରରେ ଜୋନାଲ୍‌ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବ ଟ୍ରାଫିକ୍‌ । ମହାକୁମ୍ଭ ନଗରର ଡିଆଇଜି ବୈଭବ କୃଷ୍ଣ କହିଛନ୍ତି, ବୁଧବାର ମହାଶିବରାତ୍ରି ସହିତ ଅନ୍ତିମ ସ୍ନାନ ପଡୁଥିବାରୁ ସମସ୍ତ ଶିବ ମନ୍ଦିର, ସ୍ନାନ ଘାଟରେ ପୁଲିସ ମୁତୟନ ହୋଇଛନ୍ତି । ଗତକାଲି ସନ୍ଧ୍ୟାରୁ ମେଳା କ୍ଷେତ୍ର ପାଲଟଛି ନୋ ଭେଇକିଲ୍‌ ଜୋନ୍‌ । ପ୍ରଶାସନିକ, ଜରୁରିସେବା ଯୋଗାଉଥିବା ଗାଡି଼କୁ ଛାଡ଼ି ଅନ୍ୟ ସବୁ ବାହନର ଏଣ୍ଟ୍ରି ଉପରେ ରୋକ ଲାଗିଛି । ମେଳାର ଅନୁଧ୍ୟାନ ଲାଗି ବାୟୁସେନାର ଯବାନ ବି ମୁତୟନ ହୋଇଛନ୍ତି । ଦଳାଚକଟା ଭଳି ଘଟଣାକୁ ଏଡ଼ାଇବା, ଆଇନଶୃଙ୍ଖଳା ବଜାୟ ଲାଗି ଶ୍ରଦ୍ଧାଳୁମାନଙ୍କୁ ନିକଟତମ ଘାଟରେ ସ୍ନାନ, ଶିବାଳୟ ଦର୍ଶନ ସାରି ଘରକୁ ଫେରିବାକୁ ଆହ୍ୱାନ କରାଯାଇଛି । 

ସେପଟେ ଅନ୍ତିମ ସ୍ନାନ ପୂର୍ବରୁ ବିମାନ ଭଡ଼ା ବଢ଼ିଯାଇଛି । ଦିଲ୍ଲୀରୁ ପ୍ରୟାଗରାଜ ଭଡା଼ ୩୦ ହଜାର ରହିଥିବାବେଳେ ମୁମ୍ବାଇରୁ କୁମ୍ଭନଗରୀକୁ ଆସିବାକୁ ହେଲେ ୨୫ ହଜାର ଟଙ୍କା ଗଣିବାକୁ ପଡି଼ବ । ମହାଶିବରାତ୍ରିରେ ପ୍ରତିବର୍ଷ ସହରରେ ୧୬ କିମିର ଶୋଭାଯାତ୍ରା ବାହାର କରାଯାଇଥାଏ । ତେବେ ଏଥର ଶ୍ରଦ୍ଧାଳୁମାନଙ୍କର ଭିଡ଼କୁ ଦେଖି ସେହି ଯାତ୍ରା ବାହାର କରାଯିବ ନାହିଁ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିଲା ଏହି ମହାକୁମ୍ଭ ମେଳା । ସରକାରୀ ପରିସଂଖ୍ୟାନ ଅନୁସାରେ, ଅଦ୍ୟାବଧି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିସାରିଛନ୍ତି । ମହାଶିବରାତ୍ରିରେ ହେବାକୁ ଥିବା ଜନସମାଗମକୁ ମିଶାଇଲେ ଏହି ସଂଖ୍ୟା ୬୬ କୋଟି ଟପିପାରେ । 

ବିଗତ ୧୦ ଦିନ ମଧ୍ୟରେ ପ୍ରତ୍ୟହ ୧.୨୫ କୋଟିରୁ ଅଧିକ ଲୋକ ବିଶ୍ୱର କୋଣ ଅନୁକୋଣରୁ ଆସି ମହାକୁମ୍ଭରେ ବୁଡ଼ ପକାଉଛନ୍ତି । ପୂରା ମେଳା ଅବଧି ମଧ୍ୟରେ ପ୍ରମୁଖ ସ୍ନାନ ଦିନମାନଙ୍କରେ କେବଳ ସଙ୍ଗମରେ ସ୍ନାନ କରିଛନ୍ତି ୧୭ କୋଟି ଶ୍ରଦ୍ଧାଳୁ । ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ସାମିଲ । ସେହିପରି ପ୍ରତ୍ୟେକ ଅମୃତ ସ୍ନାନ ଦିନରେ ୨.୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସିଛନ୍ତି । ଅନ୍ୟପଟେ ଏତେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ମେଳା କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ଲାଗି ରାଜ୍ୟ ସରକାର କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା । ଡିଜିପି ପ୍ରଶାନ୍ତ କୁମାରଙ୍କ ଅନୁସାରେ, ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ଟ୍ରାଫିକ୍‌ ଓ ଭିଡ଼ ପରିଚାଳନା ଲାଗି ନିୟୋଜିତ କରାଯାଇଛି । ସେମାନେ ସହରର ପ୍ରମୁଖ ସ୍ଥାନରେ ଉପସ୍ଥିତ ରହି ଲୋକମାନଙ୍କର ଯାତାୟତକୁ ସୁଗମ କରାଉଛନ୍ତି ।

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.