ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ମହାକୁମ୍ଭରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣର ରେକର୍ଡ, ଚଣ୍ଡିଗଡ଼ଠୁ ଭଲ ଥିଲା ପ୍ରୟାଗରାଜର ବାୟୁ

Published By : Prameya | February 26, 2025 9:52 AM

ପ୍ରୟାଗରାଜ, ୨୬/୦୨ : ମହାକୁମ୍ଭରେ ବୁଡ଼ ପକାଇବାକୁ ଦେଶ ବିଦେଶରୁ ଧାଇଁ ଆସୁଛନ୍ତି ଶ୍ରଦ୍ଧାଳୁ। ଏଯାବତ୍ ଦେଶର ୬୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ତ୍ରିବେଣୀ ସଙ୍ଗମରେ ପକାଇ ସାରିଛନ୍ତି ପବିତ୍ର ବୁଡ଼। ମହାକୁମ୍ଭକୁ ଶ୍ରଦ୍ଧାଳୁମାନଙ୍କ ଆଗମନ ଯେତିକି ବଢିଛି ଯାନ ବାହନ ମଧ୍ୟ ସେତିକି ଅଧିକ ଆସିଛି। ହଜାର ହଜାର ଚାରି ଚକିଆ ଗାଡ଼ି କୁମ୍ଭମେଳାକୁ ଆସିଛି। ଏହାସତ୍ତ୍ଵେ ମହାକୁମ୍ଭ ନଗରର ବାୟୁ ପ୍ରଦୂଷିତ ହୋଇନାହିଁ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତରଫରୁ ଜାରି ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ)ରୁ ଏହା ସାମ୍ନାକୁ ଆସିଛି।

ସିପିସିବିର ପରିବେଶ କନ୍‌ସଲଟାଣ୍ଟ ଇଞ୍ଜିନିୟର ଶହିକ ସିରାଜ କହିଛନ୍ତି, ମହାକୁମ୍ଭ ସମୟରେ ବାୟୁ ଗୁଣବତ୍ତା ମାମଲାରେ ମହାକୁମ୍ଭ କ୍ଷେତ୍ର ଗ୍ରୀନ୍‌ ଜୋନ୍‌ରେ ରହିଥିଲା । ଜାନୁଆରୀ ୧୩ ତାରିଖରେ ପୌଷ ପୂର୍ଣ୍ଣିମାରେ ମହାକୁମ୍ଭ କ୍ଷେତ୍ରର ଏକ୍ୟୁଆଇ ୬୭ ଥିଲା । ସେହିଭଳି ମକର ସଂକ୍ରାନ୍ତି(ଜାନୁଆରୀ ୧୪)ରେ ଏକ୍ୟୁଆଇ ୬୭, ମୌନି ଅମାବାସ୍ୟା(ଜାନୁଆରୀ ୨୯)ରେ ୧୦୬, ବସନ୍ତ ପଞ୍ଚମୀ(ଫେବ୍ରୁଆରୀ ୩)ରେ ୬୫, ମାଘ ପୂର୍ଣ୍ଣିମା(ଫେବ୍ରୁଆରୀ ୧୨)ରେ ୫୨ ରହିଥିଲା । ଏକ୍ୟୁଆଇ ୧୦୦ ମଧ୍ୟରେ ରହିଲେ ତାକୁ ଭଲ, ୧୦୦-୧୫୦ ମଧ୍ୟରେ ରହିଲେ ମଧ୍ୟମ ବୋଲି ମନେ କରାଯାଇଯାଏ । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ମହାକୁମ୍ଭ କ୍ଷେତ୍ରରେ କେବଳ ମୌନୀ ଅମାବାସ୍ୟା ଦିନ ହିଁ ବାୟୁର ଗୁଣବତ୍ତା ସାମାନ୍ୟ ମଧ୍ୟମ ଥିଲା । ଏହାଛଡ଼ା ସବୁ ଦିନ ଏହା ଭଲ ରହିଥିଲା । ମହାକୁମ୍ଭ ସମୟରେ ୪୨ ଦିନ ପୂରା କ୍ଷେତ୍ର ଗ୍ରୀନ୍‌ ଜୋନ୍‌ରେ ରହିଛି । 

ସେହିପରି ସିପିସିବିର ଆପ୍‌ ସମୀରରେ ରେକର୍ଡ ହୋଇଥିବା ବିଭିନ୍ନ ସହରର ଜାନୁଆରୀ ଓ ଫେବ୍ରୁଆରୀ ମାସର ବାୟୁ ଗୁଣବତ୍ତା ରିପୋର୍ଟର ତୁଳନାତ୍ମକ ପରିସଂଖ୍ୟାନରୁ ଏହି ସମୟରେ ମହାକୁମ୍ଭ କ୍ଷେତ୍ରର ସ୍ଥିତି ଚଣ୍ଡିଗଡ଼ଠାରୁ ଭଲ ଥିବା ସୂଚନା ମିଳିଛି । ପୌଷ ପୂର୍ଣ୍ଣିମାରେ ଚଣ୍ଡିଗଡ଼ର ଏକ୍ୟୁଆଇ ୨୫୩, ମକର ସଂକ୍ରାନ୍ତିରେ ୨୬୪, ମୌନୀ ଅମାବାସ୍ୟାରେ ୨୩୪, ବସନ୍ତ ପଞ୍ଚମୀରେ ୨୦୮ ଓ ମାଘ ପୂର୍ଣ୍ଣିମାରେ ୮୯ ଥିଲା । ମହାକୁମ୍ଭ ସମୟରେ ବାୟୁ ପ୍ରଦୂଷଣର ଏଭଳି ନିୟନ୍ତ୍ରଣ ଲାଗି ପ୍ରୟାଗରାଜ ନଗର ନିଗମର ନିୟମିତ ଅନୁଧ୍ୟାନ ଓ ବିଭିନ୍ନ ପଦକ୍ଷେପକୁ ଶ୍ରେୟ ଦିଆଯାଉଛି । 

ନଗର ନିଗମର ଜୁନିଅର ଇଞ୍ଜିନୟର ରାମ ସକ୍ସେନାଙ୍କ ଅନୁସାରେ, ପ୍ରଦୂଷଣ ନିୟନ୍ତ୍ରଣ ଲାଗି ୯୬୦୦ କର୍ମୀଙ୍କୁ କାମରେ ଲଗାଯାଇଥିଲା । ଏହାଛଡ଼ା ୮୦୦ରୁ ଅଧିକ ସଫେଇ କର୍ମୀ ମଧ୍ୟ ପୂରା ମେଳା କ୍ଷେତ୍ରରେ ସକ୍ରିୟ ରହିଥିଲେ । ବାୟୁ ପ୍ରଦୂଷଣର ଆଶଙ୍କା ଥିବା ଅଞ୍ଚଳରେ ଲଗାତର ପାଣି ସିଞ୍ଚନ କରାଯାଇଥିଲା । ରାତିରେ ନଗର ନିଗମ ଦ୍ୱାରା ସଡ଼କଗୁଡି଼କୁ ଧୂଆ ଯାଇଥିଲା । ଜଳ ନିଗମ ନିକଟରୁ ୧୦ ହଜାର ଲିଟରର ୮ଟି ବଡ଼ ଓ ୩ ହଜାର ଲିଟରର ୪ଟି ଛୋଟ ପାଣି ଟ୍ୟାଙ୍କ୍‌କୁ ଏଥିଲାଗି ବ୍ୟବହାର କରାଯାଇଥିଲା । ସହରର ବ୍ୟସ୍ତବହୁଳ ଛକମାନଙ୍କରେ ପ୍ରଦୂଷଣ ବିରୋଧୀ ସେନ୍ସର ଲଗାଯାଇଥିଲା। 

ଏହି ଖବରଟିକୁ ପଢନ୍ତୁ-ମହାକୁମ୍ଭରେ ଅନ୍ତିମ ଅମୃତ ସ୍ନାନ, ଭୋର ୫ଟାରୁ ବୁଡ ପକାଇଲେଣି ୨୬ ଲକ୍ଷ ଶ୍ରଦ୍ଧାଳୁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.