ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ବସ ଭିତରେ ଦୁଷ୍କର୍ମର ଶିକାର ହେଲେ ମହିଳା, ବସଷ୍ଟାଣ୍ଡରେ ଭଙ୍ଗାରୁଜା କଲେ ଉଦ୍ଧବ ସେନା

Published By : Bijay Swain | February 26, 2025 9:59 PM

Image courtesy: indiatoday

ନୁଆଦିଲ୍ଲୀ: ମହାରାଷ୍ଟ୍ରରେ ଫୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ପୁନେରେ ଜଣେ ୨୬ ବର୍ଷିୟ ମହିଳାଙ୍କୁ ଏକ ପାର୍କ ହୋଇଥିବା ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ କର୍ପୋରେସନ(ଏମଏସଆରଟିସି)ର ବସରେ ଦୁଷ୍କର୍ମ କରାଯାଇଛି। ବସଟି ସ୍ୱର୍ଗତେ ବସ ଷ୍ଟାଣ୍ଡରେ ଠିଆ ହୋଇଥିବାବେଳେ ଏହି ଅଘଟଣ ଘଟିଛି। ଏହି ଅଘଟଣର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ନିଜ ହେପାଜତକୁ ନେଇଥିବା ବେଳେ ତାର ନାମ ଦତ୍ତାତ୍ରେୟ ଗାଡେ ବୋଲି ଜଣାପଡିଛି। ତେବେ ତା ନାମରେ ପୂର୍ବରୁ ଚୋରି ଓ ଛିନତାଇ ଭଳି ଆପରାଧିକ ମାମଲା ରହିଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି। 

ଏହି ଅଘଟଣ ମଙ୍ଗଳବାର ସକାଳ ସମୟରେ ଘଟିଥିବା ନେଇ ସୂଚନା ମିଳିଛି। ଖବର ମୁତାବକ, ସକାଳ ୫ଟା ୩୦ ମିନିଟ ସମୟରେ ମହିଳା ଜଣକ ବସ ଷ୍ଟାଣ୍ଡରେ ପଇଥାନକୁ ଯାଉଥିବା ଏକ ବସର ଅପେକ୍ଷା କରିଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବସ ଅନ୍ୟ ଏକ ପ୍ଲାଟଫର୍ମକୁ ଆସିବ ବୋଲି ମହିଳାଙ୍କୁ କହିଥିଲେ। 

ମହିଳା ତାଙ୍କୁ ବିଶ୍ୱାସ କରି ତାଙ୍କ ପଛେପଛେ ଏକ ବସ ପାର୍କିସ୍ଥଳକୁ ଯାଇଥିଲେ। ସେଠାରେ ଏମଏସଆରଟିସିର ଅନେକ ବସ ପାର୍କିରେ ଛିଡା ହୋଇଥିଲେ। ଅଭିଯୁକ୍ତ ଜଣକ ତାଙ୍କୁ ଏକ ବସରେ ଚଢାଇବା ସହ ନିଜେ ତାଙ୍କ ପଛେପଛେ ବସରେ ଚଢି ଯାଇଥିଲେ। ମହିଳା ଜମକ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଭିତରକୁ ଭିଡିନେଇ ଦୁଷ୍କର୍ମ କରିଥିଲେ। ଏହାପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ମହିଳା ଜଣକ ବାହାରକୁ ଆସି କାନ୍ଦୁଥିବାରୁ ପାଖଆଖରେ ଥିବା ଲୋକମାନେ ତାଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ମହିଳା ଜଣଙ୍କ ସବୁକଥା ପ୍ରକାଶ କରିବା ପରେ ସ୍ଥାନିୟ ଅଧିକାରୀମାନେ ଏଥିନେଇ ତୁରନ୍ତ ଆକ୍ସନ ଗ୍ରହଣ କରିଥିଲେ। ସିସିଟିଭି ଫୁଟେଜରୁ ଅଧିକାରୀମାନେ ଅଭିଯୁକେତକୁ ଚିହ୍ନଟ କରିଥିଲେ। ଏହାପରେ ଅନେକ ପୋଲିସ ଟିମ ଏକାଠି ହୋଇ ଅଭିଯୁକ୍ତ ପାଇଁ ଏକ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ତେବେ ବହୁ ଜଳଦି ଅଭିଯୁକ୍ତକୁ ହେପାଜତକୁ ନିଆଯାଇଛି ବୋଲି ସ୍ୱର୍ଗତେ ପୋଲିସ ଥାନା ସ୍ପଷ୍ଟ କରିଛି।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ଶିବ ସେନା(ୟୁବିଟି)ର ଦଳେ କାର୍ଯ୍ୟକର୍ତ୍ତା ବସଷ୍ଟାଣ୍ଡରେ ପଶି ସିକ୍ୟୁରିଟି କ୍ୟବିନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟମା ପାଇଁ ବସଷ୍ଟାଣ୍ଡ ବାହାରେ ଧାରଣା ଦେଇଥିଲେ। ଏହା ସହ ଅନେକ ଲୋକ ଦୁଷ୍କର୍ମ କରାଯାଇଥିବା ବସକୁ ଭଙ୍ଗାରୁଜା କରିବା ସହ ସରକାର ବିରୋଧି ନାରା ଦେଇଥିଲେ। 

ଏହି ମାମଲାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ବିଭିନ୍ନ ବିରୋଧିଦଳ ଶାସକ ଦଳକୁ ଘେରିବା ସହ ଏହି ମାମଲା ପାଇଁ ସିଧାସଳଖ ଟାର୍ଗେଟ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.