ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ଅଭିମାନରୁ ବିଦ୍ୟାରାଣ ଯାଏ ଉଜ୍ଜ୍ୱଳ ଉତ୍ତମ ଥିଲେ ସର୍ବୋତ୍ତମ, ସିନେମା କରିବାକୁ କେବେ ଭାବି ନଥିଲେ ବାରିପଦାର ବାବୁସାହେବ୍‌

Published By : Prameya | February 28, 2025 11:14 AM

ଭୁବନେଶ୍ୱର ୨୮/୦୨: ଧଳା ପ୍ୟାଣ୍ଟକୁ ଫୁଲ ହାତ ସ୍ୱେଟର । ଆଖିରେ ରଙ୍ଗୀନ ଚଷମା । ଯେବେ ସେ ଅଣ୍ଟା ଭାଙ୍ଗି ନାଚୁଥିଲେ, ଝୁମୁଥିଲା ସାରା ଓଡ଼ିଶା । ରଜନୀଗନ୍ଧାର ଧୂନ୍‌ରୁ ନେଇ ଏଇ ଯେ ବନଲତା ପାହାଡ଼ ଯାଏଁ ସିନେପ୍ରେମୀଙ୍କୁ କିମିଆ କରିଥିଲେ ଉତ୍ତମ । ରୂପେଲି ପରଦାରେ ଉତ୍ତମ ଆସିଲେ, ଭରି ଯାଉଥିଲା ପ୍ରେମ ରସ । ଯୁବପିଢ଼ିଙ୍କ ହୃଦୟରେ ସେ ଥିଲେ ପ୍ରଥମ ରୋମାନ୍ସ କିଙ୍ଗ୍‌ । ତାଙ୍କ ଡାଇଲଗରେ ବର୍ଷୁଥିଲା ତାଳି । ତାଙ୍କ ଫାଇଟ୍‌ରେ ଉଡ଼ୁଥିଲା ଧୂଳି । କେବେ ସେ ସାଲବେଗ ହୋଇ କନ୍ଦାଇଥିଲେ, ପୁଣି କେବେ ଦଣ୍ଡାବାଳୁଙ୍ଗା ସାଜି ହସାଇ ଥିଲେ । ଦାଦାଗିରି ଦେଖାଇ ମୂଲକ ମାଗିଥିଲେ । ଅଭିମାନରୁ ବିଦ୍ୟାରାଣ ଯାଏ ଉଜ୍ଜ୍ୱଳ ଉତ୍ତମ ଥିଲେ ସର୍ବୋତ୍ତମ । ବିଦାୟ ମହାନାୟକ ।

ବାରିପଦାରେ ବାବୁସାହେବ୍‌ ଭାବରେ ପରିଚିତ ଉତ୍ତମ ମହାନ୍ତିଙ୍କ ପିଲାଦିନ ଭଲରେ କଟିଥିଲା । ସବୁରେ ସାଧନା ଓ ଅଧ୍ୟବସାୟ ତାଙ୍କର ଆଗ ଥିଲା । ସେ ଯେମିତି ଖେଳୁଥିଲେ, ସେମିତି ପଢ଼ୁଥିଲେ । ସେତେବେଳେ ସିନେମାରେ ପଶିବାର ସୂଚନା ହିଁ ନଥିଲା । ଏମ୍‌କେସି ହାଇସ୍କୁଲ୍‌ରେ ୧୦ମ ପାସ୍‌ ପରେ ବିଜ୍ଞାନ ଛାତ୍ର ଭାବରେ ବାରିପଦା ଏମ୍‌ପିସି କଲେଜ ଯାଇଥିଲେ । କଲେଜରେ ଗୀତ ଗାଇବା, ଅଭିନୟ କରିବା ପ୍ରତି ଦୁର୍ବଳତା ଥିଲା । ଏହା ସହ କଲେଜରେ ବ୍ୟାଡ୍‌ମିଣ୍ଟନ୍‌ ଓ ଟେବୁଲ୍‌ ଟେନିସ୍‌ ଖେଳୁଥିଲେ । କମର୍ସରେ ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଚାଲି ଯାଇଥିଲେ । ତାଙ୍କର ବଡ଼ ଭାଇ ଅରୁଣ କୁମାର ମହାନ୍ତି ସେତେବେଳେ କୋଲକାତାରେ ରହୁଥିଲେ । ସେହି କାରଣରୁ ସେ ଆସି ତାଙ୍କ ବଡ଼ ଭାଇଙ୍କ ପାଖରେ ରହିଥିଲେ । ସିନେମାରେ କ୍ୟାରିୟର୍‌ କରିବେ ବୋଲି କେବେ ବି ଭାବି ନଥିଲେ । ଏମିତି କି ସିନେମାକୁ ନେଇ ତାଙ୍କ ଜୀବନରେ କିଛି ଯୋଜନା ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ହେଲେ ଓଡ଼ିଆ ଚଳଚ୍ଚିତ୍ରର ସୁପର ହିରୋ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.