ଭୁବନେଶ୍ଵର, ୨୮/୦୨ : #ପ୍ରେମ... ଏକ ସଂଜ୍ଞାହୀନ ଅଢେଇ ଅକ୍ଷର। କେଉଁଠି କେତେବେଳେ ଆଉ କାହା ସହିତ ହୁଏ ? ତାର କଳନା ନାହିଁ। #ପ୍ରେମ ପୁଅ ଝିଅ ଭିତରେ ଭେଦଭାବ ଦେଖେନା କି ପାର୍ଥକ୍ୟ କରେନା। ଏହା ପୁଅ-ପୁଅ ଭିତରେ ବି ହୋଇପାରେ... ଝିଅ-ଝିଅ ଭିତରେ ବି ହୋଇପାରେ। ଖାଲି ମନ ସାଙ୍ଗେ ମନ ମିଶିବା ଦରକାର। ସମଲିଙ୍ଗୀ ବିବାହ ଏହାର ଏକ ଉଦାହରଣ। ଆମେ କହୁଛୁ ଝିଅଙ୍କୁ ନିଜ ଜୀବନସାଥୀ କରିଥିବା ୧୦ ମହିଳା କ୍ରିକେଟର୍ଙ୍କ କଥା। ସମଲିଙ୍ଗୀ ବିବାହ କରିଥିବା କିଛି ମହିଳା କ୍ରିକେଟର୍ଙ୍କୁ ନେଇ ପଢନ୍ତୁ ଏହି ରିପୋର୍ଟ...
୧-ଅଷ୍ଟ୍ରେଲିଆର ମହିଳା କ୍ରିକେଟର ବ୍ଲାକୱେଲ୍। ନିଜକୁ ସମଲିଙ୍ଗୀ ଭାବେ ଘୋଷଣା କରିଥିବା ପ୍ରଥମ ମହିଳା କ୍ରିକେଟର। ୨୦୧୫ରେ ସେ ତାଙ୍କ ଗର୍ଲଫ୍ରେଣ୍ଡ୍ ଲିସ୍ନି ଆସ୍କ୍ୟୁଙ୍କୁ କରିଥିଲେ ବିବାହ।
୨-ସେହିପରି ନ୍ୟୁଜିଲାଣ୍ଡର ୨ ମହିଳା କ୍ରିକେଟର ସ୍ୟାଟରୱେଟ ଏବଂ ତାହୁହୁ। ଦୀର୍ଘ ଦିନ ହେଲା ଏମାନେ ଦୁହେଁ ରିଲେସନସିପ୍ରେ ଅଛନ୍ତି। ୩-ସମଲିଙ୍ଗୀ ବିବାହ କରିଥିବା ଆଉ ଏକ ଯୋଡ଼ି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପ୍ଟେନ ଡେନ ୱାନ ନିକର୍କ ଏବଂ ଫାଷ୍ଟ ବୋଲିଂ ଅଲରାଉଣ୍ଡର ମାରିୟାନେ କ୍ୟାପ୍। ଏମାନେ ପ୍ରେମ କରି ବିବାହ କରିଥିଲେ। ୨୦୧୮ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
୪-ସେହିପରି ଆଉ ଏକ କପୁଲ୍ ହେଉଛନ୍ତି ଅଷ୍ଟ୍ରେଲିଆର ମହିଳା କ୍ରିକେଟର ମେଗନ ଶଟ୍। ସେ ୮ ବର୍ଷ ଧରି ସମଲିଙ୍ଗୀ ସମ୍ପର୍କରେ ଥିଲେ। ୨୦୧୭ରେ ସେ ତାଙ୍କ ଗର୍ଲଫ୍ରେଣ୍ଡ୍ ଜେସ ହୋଲୟୋକଙ୍କୁ ବିବାହ କରିଥିଲେ।
୫-ନ୍ୟୁଜିଲାଣ୍ଡର କ୍ରିକେଟର ହେଲି ଜେନସନ ଏବଂ ଅଷ୍ଟ୍ରେଲିଆର କ୍ରିକେଟର ନିକୋଲା ହେନକକ। ୨୦୧୯ରେ ଏମାନେ ପରସ୍ପରକୁ ବିବାହ କରିଥିଲେ। ହେଲେ ଏ ଦୁହେଁ ଏକାଠି ଅଛନ୍ତି ନା ଅଲଗା ହୋଇଯାଇଛନ୍ତି ତାହା ଅସ୍ପଷ୍ଟ। କାରଣ ନିକୋଲା ଏବେ ଲିଲି ଗ୍ରେସ୍ଙ୍କ ସହ ଫଟୋ ସେୟାର କରୁଛନ୍ତି।
୬-ସେହିପରି ଇଂଲଣ୍ଡର ମହିଳା କ୍ରିକେଟର ନେଟ ସିୱର ଜଣେ ସମଲିଙ୍ଗୀ। ସେ ୨୦୨୪ ମେ ୨୯ରେ ତାଙ୍କ ମହିଳା ବନ୍ଧୁ ଟିମସେଟ କ୍ୟାଥରିନଙ୍କୁ ବିବାହ କରିଥିଲେ।
୭-ଇଂଲଣ୍ଡର ଷ୍ଟାର କ୍ରିକେଟର ଲରେନ ୱିନଫିଲ୍ଡ ଏବଂ ଅଷ୍ଟ୍ରେଲିଆ କ୍ରିକେଟର କର୍ଟନୀ ହିଲ୍ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ। ଏମାନେ ଦୁହେଁ ୨୦୨୦ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
୮-ନ୍ୟୁଜିଲାଣ୍ଡର କ୍ରିକେଟର ମ୍ୟାଡି ଗ୍ରୀନ ଏବଂ ଲିଜ ପେରି। ୨୦୧୯ରେ ଏମାନେ ପରସ୍ପରଙ୍କୁ ବିବାହ କରିଥିଲେ। ତେବେ ଗ୍ରୀନ୍ ଏବେବି କ୍ରିକେଟ୍ ଖେଳୁଛନ୍ତି କିନ୍ତୁ ପେରି ଖେଳରୁ ସନ୍ୟାସ ନେଇ ସାରିଛନ୍ତି।
୯-ଏହି ତାଲିକାରେ ଅଛନ୍ତି ଅଷ୍ଟ୍ରେଲିଆର ଦିଗଜ କ୍ରିକେଟର ରେଚଲ ହେନ୍ସ। ସେ କ୍ରିକେଟର ଲିୟା ପଲ୍ଟନଙ୍କ ସହ ରିଲେସନସିପ୍ରେ ଅଛନ୍ତି। ଦୁହିଁଙ୍କର ଏକ ସନ୍ତାନ ବି ଅଛି।
୧୦-ସେହିପରି ଇଂଲଣ୍ଡର ୱିକେଟକିପର ଏମି ଜୋନ୍ସ ଏବଂ ଅଷ୍ଟ୍ରେଲିଆର ପେସର୍ ପିୟୋପା କ୍ଲିଅରୀ ଦୁହେଁ ସମଲିଙ୍ଗୀ। ଏମାନେ ୨୦୨୪ରେ ଏନଗେଜ୍ ହୋଇଛନ୍ତି। ଖୁବଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।