ନୂଆଦିଲ୍ଲୀ: ଅସଦାଚରଣ ମାମଲାରେ ଫଶିଥିବା ଭେଟରାନ ବିଜେପି ନେତା ବିଏସ ୟେଦ୍ଦୁରପ୍ପାଙ୍କୁନେଇ ଏକ ସ୍ପେଶାଲ କୋର୍ଟ ନୂଆ ରାୟ ପ୍ରଦାନ କରିଛନ୍ତି। କର୍ଣ୍ଣାଟକ ସିଆଇଡି ପୋଲିସ ତାଙ୍କ ଉପରେ କରିଥିବା ଯୌନ ଅପରାଧରୁ ଶିଶୁ ସୁରକ୍ଷା(ପୋକ୍ସୋ) ଆକ୍ଟ ଅଧିନରେ ହୋଇଥିବା ଏହି ମାମଲାର କୋର୍ଟ ଶୁଣାଣି କରିଥିଲେ। କୋର୍ଟରୁ ଆସିଥିବା ନୂତନ ରାୟ ମୁତାବକ ୟେଦ୍ଦୁରପ୍ପାଙ୍କୁ ମାର୍ଚ୍ଚ ୧୫ ପୂର୍ବରୁ କୋର୍ଟରେ ହାଜର ହବାକୁ ଆଦେଶ ଦିଆଯାଇଛି।
ଗତ ଫେବୃଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ୟେଦ୍ଦୁରପ୍ପାଙ୍କ ପୋସ୍କୋ ମାମଲାର ବିଚାର କରିବେ ନାହିଁ ବୋଲି ଆଦେଶ ଦେଇଥିଲେ। ତେବେ ସେ ଆବେଦନ କରିଥିବା ଅଗ୍ରିମ ଜାମିନକୁ ମଞ୍ଜୁରି ପ୍ରଦାନ କରିଥିଲେ। ଅଦାଲତ ଏହି ଆବେଦନକୁ ଆଂଶିକ ଅନୁମତି ପ୍ରଦାନ କରିଛନ୍ତି। ଏହା ସହ ଏହି ମାମଲାର ବିଚାର ପୋସ୍କୋ ଅଧିନିୟମାନୁୟାୟି ଏକ ସ୍ପେଶାଲ କୋର୍ଟରେ କରାଯିବ ବୋଲି ଆଦେଶ ଦେଇଥିଲେ। ପ୍ରରମ୍ଭିକ ପର୍ଯ୍ୟାୟରେ ଜଷ୍ଟିସ ଏମ ନାଗପ୍ରସନ୍ନ ୟେଦ୍ଦୁରପ୍ପାଙ୍କୁ ଗିରଫ ନହେବା ପାଇଁ ଆନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ସେ ହିଁ ଉଭୟ ପକ୍ଷର କଥା ଶୁଣି ଏହି ରାୟ ପ୍ରଦାନ କରିଥିଲେ।
ସୂଚନା ମୁତାବକ, ଜଣେ ମହିଳାଙ୍କ ଦ୍ୱାରା ଗତବର୍ଷ ମାର୍ଚ୍ଚ ୧୪ ତାରିଖରେ ୟେଦ୍ଦୁରପ୍ପାଙ୍କ ଉପରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ମହିଳା ଜଣଙ୍କ ତାଙ୍କ ୧୭ ବର୍ଷିୟ ନାବାଳିକା ଝିଅ ୟେଦ୍ଦୁରପ୍ପାଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଛି ବୋଲି ଅଭିଯୋଗ କରିଥିଲେ। ସେ କୌଣସି ଏକ କାମରେ ବେଙ୍ଗାଲୁରୁର ଡଲାର କଲୋନିରେ ଥିବା ୟେଦ୍ଦୁରପ୍ପାଙ୍କ ଘରକୁ ସାହାଯ୍ୟ ପାଇଁ ଯାଇଥିଲେ। ଏହି ସମୟରେ ୟେଦ୍ଦୁରପ୍ପା ତାଙ୍କ ଝିଅଙ୍କ ସହ ଅସଦାଚରଣ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ତେବେ ସେ ଏହି ଅଭିଯୋଗ କରିବା ପରେ ତାଙ୍କୁ ବିଜେପି ପକ୍ଷରୁ ଅନେକ ଟଙ୍କା ଯଚା ଯାଉଥିଲା ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ କିଛିଦିନ ତଳେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।
ଅଭିଯୋଗ ଆସିବା ପରେ ପୋଲିସ ଏନେଇ ୟେଦ୍ଦୁରପ୍ପାଙ୍କ ଉପରେ ପୋସ୍କୋ ଆକ୍ଟର ସେକ୍ସନ ୮ ଓ ଭାରତୀୟ ପିଙ୍ଗଳ କୋର୍ଟର ସେକ୍ସନ ୩୫୪(କ) ଅଧିନରେ ମାମଲା ରୁଜୁ କରିଥିଲା। ମାମଲାର ଶୁଣାଣି ବେଳେ ୟେଦ୍ଦୁରପ୍ପାଙ୍କ କାଉନସିଲ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ଭିତ୍ତିହିନ ଓ ଭ୍ରାନ୍ତିକର ବୋଲି କହିଥିଲେ।
ତେବେ ଏହି ମାମଲାରେ କୋର୍ଟ ଦାବିଗୁଡ଼ିକୁ ବିରୋଧ କରି ୟେଦ୍ଦୁରପ୍ପାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କହିଥିଲେ। ଏବଂ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଦେବାର ଅଭିଯୋଗ ଏକ "ଜଘନ୍ୟ" ଅପରାଧ ଯାହାର ବିଚାର ଆବଶ୍ୟକ ବୋଲି ରାୟ ଦେଇଥିଲେ।