ନୂଆଦିଲ୍ଲୀ : ତାଲିମନାଡୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଝଟକା। ଏହା ଦ୍ୱାରା ଦାଏର ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଶବ୍ଦରେ ନିର୍ଦ୍ଦେଶ ଦେଇଛନ୍ତି ଯେ, କୋଏମ୍ୱାଟୁରରେ ସଦଗୁରୁଙ୍କ ଈଶା ଯୋଗ ଓ ଧ୍ୟାନ କେନ୍ଦ୍ରର ନିର୍ମାଣ ସମ୍ୱନ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ମାଦ୍ରାସ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।
ବିଚାରପତି ସୁର୍ଯ୍ୟକାନ୍ତ ଓ ବିଚାରପତି ଏନ୍.କେ.ସିଂହଙ୍କ ପୀଠ ହାଇକୋର୍ଟଙ୍କ ଦୃଷ୍ଟିକୋଣକୁ ସ୍ୱୀକାର କରିଛନ୍ତି ଏବଂ ଟିଏନପିସିବିର ଚ୍ୟାଲେଞ୍ଜକୁ ଖାରଜ କରି ଦେଇଛନ୍ତି। ଗତ ଶୁଣାଣୀରେ ପୀଠ ପଚାରି ଥିଲେ କି, ଟିଏନପିସିବି ଦୁଇ ବର୍ଷର ବିଳମ୍ୱ ପରେ ଆଦେଶକୁ କାହିଁକି ଚ୍ୟାଲେଞ୍ଜ ଦେଲେ। ପୀଠ କହିଛନ୍ତି କି ଏହି ଯୋଗ କେନ୍ଦ୍ର ଏକ ଶୈକ୍ଷଣିକ କେନ୍ଦ୍ର ଭାବେ ଛାଡ଼ ପାଇବା ଯୋଗ୍ୟ।
ଅପିଲ ଖାରଜ କରି କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ଅବୈଧ ନିର୍ମାଣକୁ ନିୟମିତ କରିବା ପାଇଁ ଉଦାହରଣ ଭାବେ ନେବା ଉଚିତ ନୁହେଁ। ହେଲେ ପୀଠ ଈଶା ଫାଉଣ୍ଡେସନକୁ ମଧ୍ୟ ଆଦେଶ ଦେଇଛନ୍ତି ଯେ, ଭବିଷ୍ୟତରେ କୌଣସି ବି ନିର୍ମାଣ କାର୍ଯ୍ୟ ପାଇଁ ଆଇନ ଅନୁସାରେ ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ। ପୀଠ କହିଛନ୍ତି କି, ଯଦି ଭବିଷ୍ୟତରେ ବିସ୍ତାର କରିବାର କୌଣସି ଆବଶ୍ୟକ ହୁଏ ତ , ପ୍ରତିବାଦୀ ସଂଖ୍ୟା ୧ ସକ୍ଷମ ଅଥୋରିଟିଙ୍କ ଠାରୁ ପୂର୍ବରୁ ପରାମର୍ଶ ମାଗିବେ।
ତାମିଲନାଡୁର ଆଡଭୋକେଟ ଜେନେରାଲ ପିଏସ ରମନ ଟିଏନପିସିବି ପକ୍ଷରୁ ଉପସ୍ଥିତ ଥିଲେ , ବରିଷ୍ଠ ଓକିଲ ମୁକୁଳ ରୋହତଗି ଈଶା ଫାଉଣ୍ଡେସନ ପକ୍ଷରୁ ଉପସ୍ଥିତ ହୋଇଥିଲେ। କେନ୍ଦ୍ର ସରକାରଙ୍କର ଏନଭରମେଣ୍ଟାଲ ଇମ୍ପାକ୍ଟ ଆସେସମେଣ୍ଟ ନୋଟିଫିକେସନ ୨୦୦୬ ଅନୁସାରେ ,ବାଧ୍ୟତାମୂଳକ ପରିବେଶ କ୍ଲିୟରାନ୍ସ ବିନା ନିର୍ମାଣ କାର୍ଯ୍ୟ କରିବାକୁ ଈଶା ଫାଉଣ୍ଡେସନକୁ ୧୯ ନଭେମ୍ୱର , ୨୦୨୧ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଥିଲା।
ଫାଉଣ୍ଡେସନ ଏହି ନୋଟିସ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦାବି କରାଯାଇ ଥିଲା କି ଏହି ନିର୍ମାଣ ନୂଆ ନିୟମର ବହୁତ ପୂର୍ବର। ଯୁକ୍ତି ଏହା ମଧ୍ୟ ଦିଆଗଲା କି, ଏକ ଯୋଗ କେନ୍ଦ୍ର ହେବା ସତ୍ତ୍ୱେ ଏହା ଏକ ଶୈକ୍ଷଣିକ ସଂସ୍ଥାର ପରିସରରେ ରହିଛି। ୨୦୧୪ରେ କେନ୍ଦ୍ର ସରକାର ସବୁ ଶୈକ୍ଷଣିକ ସଂସ୍ଥା ,ଔଦ୍ୟୋଗିକ ଶେଡ୍ ଓ ହଷ୍ଟେଲ ଗୁଡ଼ିକୁ ନିର୍ମାଣ କାର୍ଯ୍ୟ ପୂର୍ବରୁ ବାଧ୍ୟତାମୂଳକ ପରିବେଶ ମଞ୍ଜୁରୀ ପ୍ରାପ୍ତ କରିବାର ଆବଶ୍ୟକତା ଠାରୁ ମୁକ୍ତି କରି ଥିଲେ।
କେନ୍ଦ୍ର ସରକାର ଯୁକ୍ତି ବାଢିଛନ୍ତି କି ,ଈଶା ଫାଇଣ୍ଡେସନକୁ ପୂର୍ବରୁ ପରିବେଶ ମଞ୍ଜୁରୀ ନେବାରେ ଛାଡ଼ ଦିଆଯାଇ ଥିଲା, କାରଣ ତାର ମିଶନ ଶିକ୍ଷାକୁ ବୃଦ୍ଧି କରାଇବା। ୨୦୨୨ରେ କେନ୍ଦ୍ର ଏକ ସ୍ମାରକପତ୍ର ଜାରି କରିଥିଲା , ଯେଉଁଥିରେ ଶିକ୍ଷା ସଂସ୍ଥାକୁ ଦର୍ଶାଯାଇ ଥିଲା। ଏଥିରେ ମାନସିକ , ନୈତିକ ଓ ଶାରୀରିକ ବିକାଶ ପାଇଁ ଆବଶ୍ୟକ ଜିନିଷ ବିଷୟରେ ପ୍ରଶିକ୍ଷଣ ଦେଉ ଥିବ ସଂସ୍ଥା ସାମିଲ ଥିଲେ।