ନୂଆଦିଲ୍ଲୀ,୨୮/୦୨: ଜଣେ ମହିଳା କର୍ମକ୍ଷେତ୍ର ସହ ପରିବାର ପାଇଁ ସମୟ ଦେଇଥାନ୍ତି । ଅଫିସ କାମ କରିବା ସହ ଘର କାମ କରିଥାନ୍ତି । ଉଭୟ ୱାର୍କଲାଇଫ ଓ ଫ୍ୟାମିଲିକୁ ଟାଇମ୍ ଦେଇଥାନ୍ତି । ନିକଟରେ ଜଣେ ମହିଳା ପରିବାର ଓ ପିଲାଙ୍କୁ ସମୟ ଦେବାକୁ ଦିନକୁ ୭୦୦ କିମି ଫ୍ଲାଇଟରେ ଯିବା ଆସିବା କରୁଥିବା ଖବର ସାମ୍ନାକୁ ଆସିଥିଲା । ଏକ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଭାରତୀୟ ମହିଳା ଦିନକୁ ପରିବାର ପାଇଁ ୧୪୦ ମିନିଟ୍ ଖର୍ଚ୍ଚ କରୁଛନ୍ତି । ଏହାଛଡା ଫ୍ରିରେ କାମ କରିବା ବଦଳରେ ଚାକିରି କରି ଘର ଚଳାଇବାକୁ ବେଶୀ ପସନ୍ଦ କରୁଛନ୍ତି । ଘର କାମରେ ଅଧିକ ସମୟ ନ ଦେଇ ଚାକିରି ଖୋଜିବାରେ ଲାଗି ପଡିଛନ୍ତି । ୨୦୨୪ରେ ମହିଳାଙ୍କ ରୋଜଗାରରେ ଭାଗିଦାରୀ ୨୫ ପ୍ରତିଶତ ବୃଦ୍ଧି ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ଏମଓଏସପିଆଇ (Ministry of statistics and programme implemetation) ରିପୋର୍ଟରୁ ଏହି ତଥ୍ୟ ମିଳିଛି ।
ଏମଓଏସପିଆଇର ଟାଇମ୍ ୟୁଜ ସର୍ଭେ ଅନୁସାରେ ୨୦୧୯ରେ ଚାକିରି ସହ ଜଡିତ ମହିଳାଙ୍କ ଭାଗିଦାରୀ ୨୧.୮ଥିଲା ଯାହା ୨୦୨୪ରେ ୨୫ ପ୍ରତିଶତ ବଢିଛି । ଏହା ସହିତ ବିନା ଦରମାରେ ଘରୋଇ କାମ କରିବାକୁ ଖର୍ଚ୍ଚ ହେଉଥିବା ସମୟ ବି କମିଛି । ୧୫ରୁ ୫୯ ବର୍ଷ ମଧ୍ୟରେ ପୁରୁଷଙ୍କ ଭାଗିଦାରୀ ୨୦୧୯ରେ ୭୦.୯ ପ୍ରତିଶତ ଥିଲା । ୨୦୨୪ରେ ଏହା ବଢି ୭୫% ହୋଇଛି । ୨୦୨୪ରେ ୪୯.୯% ରୋଜଗାର ସହ ଜଡିତ ଥିଲେ । ୫ ବର୍ଷ ପୂର୍ବରେ ବିନା ଦରମାରେ ଘରୋଇ କାମରେ ମହିଳା ୩୧୫ମିନିଟ ହେଉଥିଲେ । ଯାହା ୨୦୨୪ରେ କମି ୩୦୫ ମିନିଟ ହୋଇଛି ।
ଫ୍ୟାମିଲି ପାଇଁ ପୁରୁଷ ଦିଅନ୍ତି କେତେ ସମୟ ? ପରିବାରକୁ ସମୟ ଦେବା ନେଇ ପ୍ରଥମେ ୨୦୧୯ରେ ପ୍ରଥମେ ସର୍ଭେ ହୋଇଥିଲା । ପେଡ୍ ଓ ଅନପେଡ୍ କାମ ପାଇଁ ପୁରୁଷ ଓ ମହିଳାଙ୍କ ଭାଗିଦାରୀକୁ ମାପିବା ଉଦ୍ଦେଶ୍ୟ ଥିଲା । ଏଥିରେ ୧,୩୯, ୪୮୭ ପରିବାର ସାମିଲ କରାଯାଇଥିଲେ । ପୁରୁଷଙ୍କ ତୁଳନାରେ ମହିଳା ପରିବାରକୁ ସମୟ ଦେବା ନେଇ ଅଧିକ ସମୟ ଖର୍ଚ୍ଚ କରିଥାନ୍ତା । ୪୦% ମହିଳା ଫ୍ୟାମିଲି ପାଇଁ ସମୟ ଦେଇଥାନ୍ତି । ୨୧.୨% ପୁରୁଷ ପରିବାରକୁ ଟାଇମ୍ ଦେଇଥାନ୍ତି । ଦିନକୁ ମହିଳା ପରିବାରକୁ ସମୟ ଦେବାକୁ ୧୪୦ମିନିଟ୍ ଖର୍ଚ୍ଚ କରୁଛନ୍ତି । ପୁରୁଷ ମାତ୍ର ୭୪ମିନିଟ୍ ସମୟ ଦେଉଛନ୍ତି ।