ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଛାଡ଼ପତ୍ରର ଗୁଜବ ମଧ୍ୟରେ ସୁନୀତାଙ୍କ ଭିଡ଼ିଓ ଭାଇରାଲ , କହିଲେ –

Published By : Prameya | February 28, 2025 10:45 PM

ମୁମ୍ୱାଇ : ବଲିଉଡ୍‌ ଷ୍ଟାର ଗୋବିନ୍ଦାଙ୍କୁ ନେଇ ଏମିତି ଖବର ଆସିଛି ଯେ , ଅଭିନେତାଙ୍କର ନିଜ ପତ୍ନୀ ସୁନୀତାଙ୍କ ଠାରୁ ଛାଡ଼ପତ୍ର (ତଲାକ୍‌) ହେଉଛି। ରିପୋର୍ଟ ଅନୁସାରେ , ଗୋବିନ୍ଦାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ,ସୁନୀତା  ୬ ମାସ ପୂର୍ବେ ଅଭିନେତାଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇ ଥିଲେ, ହେଲେ  ଏବେ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି। ଏହି ମଧ୍ୟରେ ସୁନୀତାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ କହିବାର ଶୁଣା ଯାଉଛି ଯେ, କେହି ବି ତାଙ୍କୁ ଓ ଗୋବିନ୍ଦାଙ୍କୁ ଅଲଗା କରି ପାରିବେ ନାହିଁ।  

ସୁନୀତା ଆହୁଜା କିଛି ଦିନ ପୂର୍ବେ ହିନ୍ଦୀ ରଶ୍‌କୁ ଏକ ସାକ୍ଷାତକାର ଦେଇ ଥିଲେ। ଏଥିରେ ସେ କହିଥିଲେ ଯେ, ସେ ଓ ଗୋବିନ୍ଦା ଅଲଗା ଅଲଗା ଘରେ ରହୁଛନ୍ତି। ଏକ ସାକ୍ଷାତକାରରେ ସୁନୀତା ଏହା ମଧ୍ୟ କହି ଥିଲେ ,ସେ ଗତ ୧୨ ବର୍ଷ ହେବ ନିଜର ଜନ୍ମଦିନ ଏକା ଏକା ପାଳୁଛନ୍ତି। ସେବେ ଠାରୁ ଏମିତି ଖବର ଆସିବାରେ ଲାଗିଛି ଯେ, ତାଙ୍କର ଓ ଗୋବିନ୍ଦାଙ୍କ ମଧ୍ୟରେ ସବୁ ଠିକଠାକ୍‌ ନାହିଁ। ଏବେ ଭାଇରାଲ ହେଉଥିବା ଭିଡିଓରେ ସୁନୀତା ଗୋବିନ୍ଦାଙ୍କ ଅଲଗା ରହିବାର ଅସଲ କାରଣ କହିବାର ମଧ୍ୟ ଦେଖିବାକୁ ମିଳୁଛି।

ଭିଡ଼ିଓରେ ସୁନୀତା କହୁଛନ୍ତି – ଅଲଗା ଅଲଗା ରହୁଛୁ ଅର୍ଥ ଯେବେ ସେ ପଲିଟିକ୍ସରେ ଜଏନ୍‌ କରିଥିଲେ , ସେତେବେଳେ ମୋର ଝିଅ ବଢୁଥିଲା ତ ସବୁ କାର୍ଯ୍ୟକର୍ତ୍ତା ଘରକୁ ଆସୁଥିଲେ। ଏବେ ଯବାନ ଝିଅ ଅଛି ,ଆମେ ଅଛୁ , ଆମେ ସାର୍ଟ୍ସ ପିନ୍ଧି ଘରେ ବୁଲୁଛୁ ତ ଏଥିପାଇଁ ଆମେ ସାମନାରେ ଅଫିସ ନେଇଥିଲୁ। ଆମକୁ ,ମୋତେ ଓ ଗୋବିନ୍ଦାଙ୍କୁ ଏହି ଦୁନିଆରେ ଯଦି କେହି ଅଲଗା କରି ପାରିବ ତ ସାମନା ଆସୁ। 

୧୯୮୭ରେ ହୋଇଥିଲା  ଗୋବିନ୍ଦା-ସୁନୀତାଙ୍କ ବିବାହ –

କହି ରଖୁଛୁ କି , ଗୋବିନ୍ଦା ମାର୍ଚ୍ଚ ୧୯୮୭ରେ ସୁନୀତାଙ୍କୁ ବିବାହ କରିଥିଲେ। ୧୯୮୮ରେ ଦମ୍ପତି ନିଜର ଝିଅ ଟିନାଙ୍କୁ ସ୍ୱାଗତ କରିଥିଲେ। ତାଙ୍କର ଜଣେ ପୁଅ ମଧ୍ୟ ଅଛି , ଯାହାଙ୍କ ନାଁ ଯଶବର୍ଦ୍ଧନ । ସୁନୀତା ଅନେକ ସମୟରେ ଗୋବିନ୍ଦା ଓ ପିଲାଙ୍କ ସହ ନିଜର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.