ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

କେରଳ ଗଣହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତର ବୟାନ ରେକର୍ଡ କଲା ପୋଲିସ

Published By : Bijay Swain | February 27, 2025 11:40 PM

Image courtesy: indiatoday

ନୂଆଦିଲ୍ଲୀ: ଭେଞ୍ଜାରମ୍ମୋଡୁ ଗଣ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ୨୩ ବର୍ଷିୟ ଅଫାନର ବୟାନ ରେକର୍ଡ କରିଛି ପୋଲିସ। ଅଫାନ ନିଜ ପରିବାରକୁ ହତ୍ୟା କରିସାରିବାପରେ ନିଜେ ବିଷ ଖାଇଦେଇଥିଲା। ଏହାପରେ ସେ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ଏକତା ଜାଣିବା ପରେ ପୋଲିସ ତାକୁ ଡାକ୍ତରଖାନରେ ଭର୍ତ୍ତି କରିଥିଲା। ଅଫାନର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବାରୁ ପୋଲିସ ତା ନିକଟରୁ ବୟାନ ରେକର୍ଡ କରି ତାକୁ ଗିରଫ କରିଛି।

ଏହି ଘଟଣା ପଛର ପ୍ରକୃତ କାରଣ ଏଯାଏ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ତେଣୁ ପୋଲିସ ଏହା ପଛରେ ଆର୍ଥିକ ନେଣଦେଣ କିମ୍ୱା ଡ୍ରଗର ସମ୍ପୃକ୍ତି ନେଇ ମାମଲାକୁ ଆଗକୁ ବଢାଉଛି। ଏହି ଘଟମାର ମୁଖ୍ୟ ଅଭିଯୁକ୍ତ ୨୩ ବର୍ଷିୟ ଅଫାନ ସୋମବାର ପୋଲିସ ଷ୍ଟେସନରେ ପହଞ୍ଚି ନିଜେ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ପୋଲିସ ଆଗରେ ସ୍ୱୀକାର କରିଥିଲା। ଏହା ସହ ସେ ବିଷ ଖାଇଥିବା ନେଇ ପୋଲିସକୁ ସୂଚନା ଦେଇଥିଲା। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଛୁ। ଏହି ହତ୍ୟାକାଣ୍ଡ ପଛରେ ଡ୍ରଗ କାରବାର କିମ୍ବା ଆର୍ଥିକ ନେଣଦେଣର କାରଣ ରହିଛି ବୋଲି ଆମେ ଅନୁମାନ କରୁଛୁ। ତେବେ ଏଯାଏ ଏହା ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି। 

ଥିରୁଭନନ୍ତପୁରମର ରୁରାଲ ଏସପି ସୁଦର୍ଶନ କେଏସ ଅଫାନ ପରିବାରରେ ଆର୍ଥିକ ଅନଟନ ରହିଥିବା ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। “ଆରୋପି ଜଣଙ୍କ ତାଙ୍କ ଘରେ ଆର୍ଥିକ ଅନଟନ ଲାଗି ରହିଥିଲା ବୋଲି ସମସ୍ତଙ୍କୁ ହତ୍ୟା କରିଛି ବୋଲି ଦୋଷ ସ୍ୱିକାର କରିଛି। କିନ୍ତୁ ଆନେ ଏହି ମାମଲାକୁ ଅତି ନିକଟରୁ ପର୍ଯ୍ୟବେକ୍ଷଣ କରୁଛୁ। ଯଦି ଏହି କାରଣ ସତ ହୋଇଥାଏ ତେବେ ଆମେ ଏହାର ଡିଜାଟାଲ ପ୍ରମାଣ ହାସଲ କରିବୁ” ବୋଲି ସେ କହିଛନ୍ତି। 

ଅଫାନର ପିତା ବର୍ତ୍ତମାନ ସାଉଦି ଆରବର ଦମ୍ମାନରେ ଅଛନ୍ତି ବୋଲି ଜଣାପଡିଛି। ସେ ଋଣ ଓ ଭିସା ସରିବା କାରଣରୁ ଦୀର୍ଘ ୭ ବର୍ଷ ହେବ ଦେଶକୁ ଫେରିପାରୁ ନାହାନ୍ତି। ଜମିବାଡି ବିକ୍ରୟ ମାମଲାକୁ ନେଇ ଦୀର୍ଘ ମାସେ ପୂର୍ବରୁ ତାଙ୍କ ପରିବାର ଲୋକ ତାଙ୍କ ନିକଟକୁ ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ରାଜ୍ୟର ଅନେକ ସଂଗଠନ ତାଙ୍କୁ ରାଜ୍ୟକୁ ଫେରାଇଆଣିବାକୁ ନିଜ ଚେଷ୍ଟା ଜାରି ରଖିଛନ୍ତି ବୋଲି ଏସପି ସୁଦର୍ଶନ କହିଛନ୍ତି।

ତେବେ ଅଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆଉ ଟିକିଏ ସୁଦୃଢ ହେବାପରେ ଗଣହତ୍ୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.