ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

Manipur: ରାଜ୍ୟପାଳଙ୍କ ଚେତାବନିର ପ୍ରଭାବ; ବେଆଇନ ଅସ୍ତ୍ରଶସ୍ତ୍ର ଫେରାଇଲେ ମୈତିୟି ସମ୍ପ୍ରଦାୟ

Published By : Bijay Swain | February 27, 2025 11:05 PM

Image courtesy: Indiatoday

ନୂଆଦିଲ୍ଲୀ: ମଣିପୁର ମୈତିୟି ସମ୍ପ୍ରଦାୟର ମୁଖ୍ୟ ଗୋଷ୍ଠୀ ଆରମ୍ୱାଇ ଟେଙ୍ଗୋଲ ଗୁରୁବାର ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା କର୍ମୀଙ୍କ ନିକଟରେ ୨୪୬ ଅସ୍ତ୍ରଶସ୍ତ୍ର ଜମା କରିଛନ୍ତି। ମଣିପୁରରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ସେଠାକାର ରାଜ୍ୟପାଳ ଅଜୟ ଭଲ୍ଲା ସ୍ଥାନିୟ ଲୋକମାନଙ୍କୁ ଗଚ୍ଛିତ କରି ରଖିଥିବା ବେଆଇନ ଅସ୍ତ୍ରଶସ୍ତ୍ର ଫେରାଇଦେବାକୁ ନୋଟିସ ଜାରି କରିଥିଲେ। ଆଜି ଏହାର ଶେଷଦିନ ଥିବାବେଳେ ସୁରକ୍ଷା କର୍ମିଙ୍କୁ ଏହି ସଫଳତା ପ୍ରାପ୍ତ ହୋଇଛି। 

ଆଜି ଶେଷ ଦିନରେ ସ୍ଥାନିୟ ଲୋକମାନେ ମୋଟ ୩୦୭ଟି ବେଆଇନ ଅସ୍ତ୍ରଶସ୍ତ୍ର ଫେରାଇ ଦେଇଛନ୍ତି ବୋଲି ପୋଲିସ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି। ଏ ସମସ୍ତ ମଧ୍ୟରୁ କେବଳ ଆରମ୍ୱାଇ ଟେଙ୍ଗୋଲ ଗୋଷ୍ଠୀ ୨୪୬ଟି ବେଆଇନ ପ୍ରଥମ ମଣିପୁର ରାଇଫଲ କ୍ୟାମ୍ପସରେ ଅସ୍ତ୍ରଶସ୍ତ୍ର ଫେରସ୍ତ କରିଛନ୍ତି। 

ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବା ପରେ, ଆରମ୍ବାଇ ଟେଙ୍ଗୋଲର କମିଶନର ସାଇଖୋମ ମୁନିନ୍ଦ୍ରୋ ମାଙ୍ଗାଙ୍ଗ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ରାଜ୍ୟପାଳ ଭଲ୍ଲାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରମୁଖ ପ୍ରତିଶ୍ରୁତି ଦ୍ୱାରା ତାଙ୍କ ଗୋଷ୍ଠୀ ପ୍ରଭାବିତ ହୋଇଥିଲା ଓ ସମସ୍ତ ଅସ୍ତ୍ରଶସ୍ତ୍ର ଫେରାଇବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା।

ସୂଚନା ମୁତାବକ, ମଣିପୁରରେ ଦୀର୍ଘ ତିନିବର୍ଷ ଧରି ମୌତିୟି ଓ କୁକି ସମ୍ପ୍ରଦାୟ ଭିତରେ ହିଂସା କାରଣରୁ ୨୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ହିଂସାରେ ହଜାର ହଜାର ଲୋକ ବାସହରା ହୋଇଯାଇଥିଲେ। ପରିସ୍ଥିତି ଅଣାୟତ ହେବାରୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଆଉ ଏହାପରେ ସମଗ୍ର ରାଜ୍ୟରେ ଫେବୃଆରୀ ୧୩ ତାରିଖରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଆରମ୍ଭ ହୋଇଯାଇଥିଲା।

ମଣିପୁର ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହା ସହ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.