ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା

ଭୁବନେଶ୍ୱର,୧୭/୦୬: ଗ୍ରୀଷ୍ମ ଛୁଟି ପାଇଁ ସ୍କୁଲ ବନ୍ଦ ରହିଛି । ମଙ୍ଗଳବାରଠୁ ସ୍କୁଲ ଖୋଲିବ । ଏନେଇ ସପ୍ତାହ ହେଲାଣି ପ୍ରସ୍ତୁତି ଆରମ୍ଭ ହୋଇଛି । ସୋମବାର ସଂପୂର୍ଣ୍ଣ ଭାବେ ସ୍କୁଲର ସମସ୍ତ ଶ୍ରେଣୀ ଗୃହଠାରୁ ଆରମ୍ଭ କରି କ୍ୟାମ୍ପସ ସବୁ ସ୍ଥାନକୁ ଯାଞ୍ଚ କରାଯିବ । 

ବିଦ୍ୟାଳୟ ଓ  ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ସୋମବାର ଶିକ୍ଷକ, ପାଚିକା ଓ ସହାୟିକା ସ୍କୁଲ ଆସିବେ । ରୋଷେଇଶାଳକୁ ଯାଞ୍ଚ କରିବେ । ରୋଷେଇ ସାମଗ୍ରୀକୁ ମଧ୍ୟ ଯାଞ୍ଚ କରିବେ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା। ତେବେ ସ୍କୁଲର ପରିସର ଓ ସେଠାରେ ଥିବା ସମସ୍ତ ଉପକରଣର ଯତ୍ନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସ୍କୁଲ ଖୋଲିବା ପୂର୍ବରୁ ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି ।  

ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ । ଅନାବନା ଘାସ କଟା ଯିବ। ପାଣି ଟାଙ୍କି ସଫା  କରାଯିବ । ଶ୍ରେଣୀ ଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫା  କରିବା ସହ ପିଲା ବସିବା ପାଇଁ ଉପଯୋଗୀ କରାଯିବ । ଶୌଚାଳୟକୁ ନିଶ୍ଚିତ ଭାବେ ସଫେଇ କରାଯିବ । ଏହାର ଏକ୍ସପାରୀ ତାରିଖକୁ ଯାଞ୍ଚ କରି ରଖାଯିବ । ନୂଆ ସାମଗ୍ରୀ ଅଣାଯିବ । ସ୍ମାର୍ଟ କ୍ଲାସ ରୁମ୍‌, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇ ରଖାଯିବ। ଇଣ୍ଟରନେଟ୍‌  ସଂଯୋଗକୁ ନିଶ୍ଚିତ କରାଯି । ପାନୀୟ ଜଳକୁ ଗୁରୁତ୍ୱ  ଦିଆଯିବ। ପିଲାଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ପଦକ୍ଷେପ  ନିଆଯିବ । ସେହିପରି ସ୍କୁଲ ଖୋଲିବା ଦିନ ଠାରୁ ମଧ୍ୟାହ୍ନ ଭୋଜନ ଦିଆଯିବ । ତେଣୁ, ରୋଷେଇ ଶାଳ, ବାସନ,  ଗ୍ୟାସ୍‌ ଷ୍ଟୋଭ୍‌ ସବୁକୁ ସଫା କରାଯିବ । ସମସ୍ତ ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀକୁ ଯାଞ୍ଚ କରାଯିବ ।  ତେଣୁ ସ୍କୁଲ କର୍ତ୍ତୃପକ୍ଷ ପାଚିକାଙ୍କୁ ରୋଷେଇ ସାମଗ୍ରୀ  ହସ୍ତାନ୍ତର କରିବା ପୂର୍ବରୁ ଯାଞ୍ଚ କରିବାକୁ କୁହାଯାଇଛି । 

  • PrameyaOdia
  • prameya
  • School
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.