ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

କିଏ ଏହି ରୋହିତ୍ ଗୋଡାରା ? ଯିଏ କି ସୁଖଦେବ ସିଂ ଗୋଗାମେଡି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି…

Published By : Prameya | December 5, 2023 9:08 PM

ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଗ୍ୟାଙ୍ଗଷ୍ଟର ରୋହିତ ଗୋଡାରା ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟି କରିଛି । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଡାରା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛି ଯେ, 'ରାମ-ରାମ ସମସ୍ତ ଭାଇମାନଙ୍କୁ, ମୁଁ ରୋହିତ ଗୋଦାରା କାପୁରିସର, ଗୋଲ୍ଡି ବରାଡ ଭାଇ, ଆଜି ଯେଉଁ ସୁଖଦେବ ଗୋଗାମେଡିଙ୍କ ହତ୍ୟା ହୋଇଛି, ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ମୁଁ ନେଉଛି । ଏହି ହତ୍ୟା ମୋ ଦ୍ବାରା କରାଯାଇଛି ।  ଭାଇମାନେ, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ସେ ଆମର ଶତ୍ରୁମାନଙ୍କ ସହ ସହଯୋଗ କରୁଥିଲେ । ସେମାନଙ୍କ ସହ ମଧ୍ୟ ଖୁବଶୀଘ୍ର ଭେଟଘାଟ ହେବ । ଏବେ ଆସନ୍ତୁ ଜାଣିବା ଏହି ରୋହିତ ଗୋଡାରା କିଏ ? 

ଗ୍ୟାଙ୍ଗଷ୍ଟର ରୋହିତ ଗୋଡାରା ବିକାନେରର ବାସିନ୍ଦା ଏବଂ ସେ ଏବେ କାନାଡାରେ ବୋଲି କୁହାଯାଉଛି । ଗୋଡାରା ବିରୋଧରେ ଗ୍ୟାଙ୍ଗଷ୍ଟର ରାଜୁ ଠେହଟ ହତ୍ୟା ସମେତ ବିଭିନ୍ନ ମାମଲାରେ ୩୨ ଟି ମାମଲା ରୁଜୁ ହୋଇଛି । ପୋଲିସର ସୂଚନାନୁସାରେ, ଗୋଡାରା ରାଜସ୍ଥାନର ବ୍ୟବସାୟୀଙ୍କ ଠାରୁ ଦାଦାବଟି ଭାବରେ ୫ କୋଟିରୁ ୧୭ କୋଟି ଟଙ୍କା ନେଇଛି । 

 ଏହା ବ୍ୟତୀତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ମଧ୍ୟ ଗୋଡାରାର ନାମ ସାମ୍ନାକୁ ଆସିଥିଲା । ଗତ ବର୍ଷ ଜୁନ୍ ମାସରେ ସେ ପୱନ କୁମାରଙ୍କ ନାମରେ ନକଲି ପାସପୋର୍ଟ ତିଆରି କରି ଦୁବାଇକୁ ପଳାଇଛି ଏବଂ ତା ବିରୋଧରେ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.