ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟରେ ଶ୍ରମଶକ୍ତିରେ ସାମିଲ ୨.୧୪ କୋଟି, ୯ ଲକ୍ଷ ବେକାର

ଭୁବନେଶ୍ୱର,୨୫/୦୭: ଓଡ଼ିଶାରେ ୧୫ ଓ ଊଦ୍ଧ୍ୱର୍ ବୟସର ଜନସଂଖ୍ୟା ପ୍ରାୟ ୩.୫୧ କୋଟି ।  ଏମାନଙ୍କ ମଧ୍ୟରୁ ୨.୧୪ କୋଟି ଲୋକ ରାଜ୍ୟର ଶ୍ରମଶକ୍ତିରେ ସାମିଲ  ଅଛନ୍ତି । ମୋଟ ଶ୍ରମଶକ୍ତିରୁ ପ୍ରାୟ ୯୬%  ବା ୨.୦୫ କୋଟି ଲୋକ କିଛି ନା କିଛି ଜୀବିକା  ନିର୍ବାହ କରୁଥିବା ବେଳେ ଅନ୍ୟମାନେ ଜୀବିକା  ସନ୍ଧାନରେ ଅଛନ୍ତି । ଅର୍ଥାତ୍‌ ରାଜ୍ୟରେ ପ୍ରାୟ  ୯ ଲକ୍ଷ ଲୋକ ବେକାରୀ ତାଲିକାରେ  ଅନ୍ତର୍ଭୁକ୍ତ । ତେବେ ଶ୍ରମଶକ୍ତିରେ ନିଯୁକ୍ତି  ପାଇଥିବା ଲୋକଙ୍କ ମଧ୍ୟରୁ ୬୪% ବା  ୧.୩୧ କୋଟି ଆତ୍ମନିଯୁକ୍ତ ହୋଇଥିବା ବେଳେ  ବଳକା ୩୬% ହେଉଛନ୍ତି ବେତନଭୋଗୀ ଓ  ମଜୁରି ଶ୍ରେଣୀର ଲୋକ । ବୁଧବାର ରାଜ୍ୟ  ବିଧାନସଭାରେ ଉନ୍ମୋଚିତ ଅର୍ଥନୈତିକ ସର୍ଭେ  ରିପୋର୍ଟ ୨୦୨୩-୨୪ରୁ ଏହି ଚିତ୍ର ମିଳିଛି । 

ରିପୋର୍ଟ ମୁତାବକ, ୨୦୧୭-୧୮ରେ  ଓଡ଼ିଶାର ମୋଟ ଶ୍ରମଶକ୍ତିର ଆକାର ୧.୪୫  କୋଟି ଥିଲା ବେଳେ ୨୦୨୨-୨୩ରେ ଏହା ବଢ଼ି ୨.୦୫ କୋଟିରେ ପହଞ୍ଚିଛି । ରାଜ୍ୟ ଶ୍ରମଶକ୍ତିରେ  କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକର ଅଂଶ  ସର୍ବାଧିକ ୪୮% ରହିଛି । କୃଷି ଓ ଆନୁଷଙ୍ଗିକ  କ୍ଷେତ୍ରରେ ମୋଟ ଶ୍ରମଶକ୍ତି ୨୦୧୭-୧୮ରେ  ୭୧ ଲକ୍ଷ ଥିଲା ବେଳେ ୨୦୨୨-୨୩ରେ ଏହା  ୯୮.୭ ଲକ୍ଷକୁ ବୃଦ୍ଧି ପାଇଛି। କିନ୍ତୁ ସାମଗ୍ରିକ  ଶ୍ରମଶକ୍ତିରେ କୃଷିକ୍ଷେତ୍ରର ଭାଗ ଆଲୋଚ୍ୟ  ବର୍ଷଗୁଡ଼ିକରେ ୦.୭% ହ୍ରାସ ପାଇଛି ।  ସେହିଭଳି ଶିଳ୍ପକ୍ଷେତ୍ର ଶ୍ରମଶକ୍ତି ୨୦୧୭- ୧୮ରେ ୩୮.୪ ଲକ୍ଷରୁ ୨୦୨୨-୨୩ରେ  ୫୩ ଲକ୍ଷକୁ ବୃଦ୍ଧି ପାଇଛି । ସେବା କ୍ଷେତ୍ରରେ  ଏହି ବର୍ଷଗୁଡ଼ିକରେ ୧୭.୫ ଲକ୍ଷ ସାମିଲ  ହୋଇଛନ୍ତି । ବିଗତ ୨୦୧୭-୧୮ ଓ ୨୦୨୨-୨୩  ଅର୍ଥାତ ଏହି ୬ ବର୍ଷରେ ରାଜ୍ୟରେ ଆତ୍ମନିଯୁକ୍ତ  ଲୋକଙ୍କ ଅଂଶ ୬.୭% ବୃଦ୍ଧି ପାଇଛି । କିନ୍ତୁ  ଅସ୍ଥାୟୀ କର୍ମଚାରୀ ଓ ବେତନଭୋଗୀଙ୍କ ଅଂଶ  ଯଥାକ୍ରମେ ୫.୭% ଓ ୧% ହ୍ରାସ ପାଇଛି ।  

ଅନ୍ୟପକ୍ଷରେ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ  ୫ଟି ପ୍ରମୁଖ ରାଜ୍ୟ ଯଥା ତେଲଙ୍ଗାନା,  କର୍ଣ୍ଣାଟକ, ହରିଆଣା, ତାମିଲନାଡୁ ଓ ଗୁଜରାଟ  ତୁଳନାରେ ଓଡ଼ିଶାର ସ୍ଥିତି ତୁଳନାତ୍ମକ ଭାବେ  ଭଲ ନାହିଁ । ସର୍ଭେ ରିପୋର୍ଟ ଅନୁସାରେ  ତେଲଙ୍ଗାନାର ମୋଟ ଶ୍ରମଶକ୍ତିରେ ସେବା  କ୍ଷେତ୍ରର ଅଂଶ ୩୩% ଥିବା ବେଳେ  କର୍ଣ୍ଣାଟକର ଏହା ୩୪%, ଗୁଜରାଟର ୨୬%,  ହରିଆଣାର ୪୦% ଓ ତାମିଲନାଡୁର ୩୫%  ରହିଛି । ଓଡ଼ିଶାରେ ଏହା ୨୬% ରହିଛି। 

ମୋଟ ଶ୍ରମଶକ୍ତିରେ ଶିଳ୍ପକ୍ଷେତ୍ରର ଯୋଗଦାନ  କଥା ଯଦି କୁହାଯାଏ, ତାମିଲନାଡୁର ଏହା  ୩୬% ଥିବା ବେଳେ ଗୁଜରାଟର ୩୨%, ହରିଆଣାର ୩୦% ଏବଂ ଓଡ଼ିଶାର ଏହା  ୨୬% ରହିଛି । ଅନ୍ୟପକ୍ଷରେ ତେଲଙ୍ଗାନା ଓ  କର୍ଣ୍ଣାଟକରେ ଏହା ୨୦% ଲେଖାଏଁ ରହିଛି । ସେହିଭଳି ମୋଟ ଶ୍ରମଶକ୍ତିରେ କୃଷି ଓ  ଆନୁଷଙ୍ଗିକ କ୍ଷେତ୍ର ଅଂଶ ଦୃଷ୍ଟିରୁ ଓଡ଼ିଶା ଏହି  ରାଜ୍ୟଗୁଡ଼ିକ ମଧ୍ୟରେ ସବା ଉପରେ ଅଛି । ଓଡ଼ିଶାରେ ଏହା ୪୮% ରହିଥିବା ବେଳେ  ତେଲଙ୍ଗାନାରେ ୪୭%, କର୍ଣ୍ଣାଟକରେ ୪୬%,  ଗୁଜରାଟରେ ୪୨%, ହରିଆଣାରେ ୨୯% ଓ  ତାମିଲନାଡୁରେ ୨୯% ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.