ପ୍ରମୂଖ ଖବର
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବଜେଟକୁ ନେଇ ଖୁସି ନାହାଁନ୍ତି ଉଦ୍ଧବ ଠାକରେ, କହିଲେ ମୋଦୀ ‘ନାପସନ୍ଦ ମହାରାଷ୍ଟ୍ର’ ଯୋଜନା କରିଛନ୍ତି...

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବଜେଟ ଉପରେ ବଡ ଆକ୍ରମଣ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ। ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏମିତି ଲାଗୁଛି କି, ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ର ପାଇଁ 'ନାପସନ୍ଦ ମହାରାଷ୍ଟ୍ର' ଯୋଜନା ଆରମ୍ଭ କରିଛନ୍ତି । 

ସେ ଏକ ପ୍ରେସ ନୋଟ୍ ଜାରି କରି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ମହାରାଷ୍ଟ୍ରକୁ ଖଣ୍ଡିଆ ଖାବରା କରାଯାଇଛି ଏବଂ ମୁମ୍ବାଇ ଲୁଟ୍ ହୋଇଛି, କିନ୍ତୁ ମହାରାଷ୍ଟ୍ର ପ୍ରତ୍ୟେକ ବଜେଟରେ ନିରାଶ ହୋଇଛି । ମହାରାଷ୍ଟ୍ରକୁ ଆଉ କେତେ ଅନ୍ୟାୟ ସହିବାକୁ ପଡିବ? ଯେପର୍ଯ୍ୟନ୍ତ ଦିଲ୍ଲୀର ଜୋତା ଚାଟୁଥିବା ଏକ ଅସାମ୍ବିଧାନିକ ସରକାର ଥିବ, ସେଯାଏ ଏହି ଅନ୍ୟାୟ ଜାରି ରହିବ । ଅସାମ୍ବିଧାନିକ ସରକାରର ମୂଲ୍ୟ ମହାରାଷ୍ଟ୍ରକୁ ଦେବାକୁ ପଡୁଛି ।

ସୂଚନାଥାଉକି, ଶିବସେନା (ୟୁବିଟି) କହିଛି ଯେ, ବଜେଟରେ ମହାରାଷ୍ଟ୍ର ପାଇଁ କୌଣସି ଉଲ୍ଲେଖ ନାହିଁ, ଯେତେବେଳେ କି ମହାରାଷ୍ଟ୍ର ଟ୍ୟାକ୍ସ ଦେବା କ୍ଷେତ୍ରରେ ଶୀର୍ଷ ରାଜ୍ୟ ମାନଙ୍କ ମଧ୍ୟରେ ଆସୁଛି । ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଉଦ୍ଧବ ଦଳର ନେତା ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ବିହାର-ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇ ନାହିଁ । ସେ ଏହାକୁ ଦାବି କରୁଥିଲେ । 

ସେ କହିଛନ୍ତି, ପ୍ରତ୍ୟେକ ବଜେଟରେ ମହାରାଷ୍ଟ୍ରକୁ ଅଣଦେଖା କରାଯାଇଛି । ମହାରାଷ୍ଟ୍ରରୁ ଟ୍ୟାକ୍ସ ନେଇ ସେମାନଙ୍କୁ କୌଣସି ପାଣ୍ଠି ଦିଆଯାଇ ନଥାଏ । ଏହା ମହାରାଷ୍ଟ୍ରକୁ ଲଜ୍ଜାଜନକ ଭଳି । 

ସୂଚନାଥାଉକି, ଯେ ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଠାରେ ପ୍ରତିଯୋଗିତା ମୁଖ୍ୟତ ମହାୟୁତି (ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପି) ଏବଂ ଏମଭିଏ (କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ୟୁବିଟି ଏବଂ ଶରଦ ପାୱାରଙ୍କ ଏନସିପି) ମଧ୍ୟରେ ହେବ ।

ତେବେ ଆଜି (ମଙ୍ଗଳବାର) ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ MVA ନେତାମାନେ ସଂସଦ ପରିସରରେ ପ୍ରଦର୍ଶନ କରିଥିଲେ ଏବଂ ମହାରାଷ୍ଟ୍ରକୁ କିଛି ନ ଦେଇଥିବାର ଅଭିଯୋଗ କରିଥିଲେ।

 

'ନାପସନ୍ଦ ମହାରାଷ୍ଟ୍ର' ଯୋଜନା

 

  • Union Budget 2024
  • budget 2024
  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.