ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ରାଜଧାନୀରେ ନକଲି କଲ୍‌ ସେଣ୍ଟରର ପର୍ଦ୍ଦାଫାଶ; ଆଣ୍ଟି ଭାଇରସ ଯୋଗାଇବା ନାଁରେ ଲୁଟୁଥିଲେ, ୬ ସାଇବର ଠକ ଗିରଫ

ଭୁବନେଶ୍ୱର,୧୭/୧୦: ଜାମତରା ଗ୍ୟାଙ୍ଗ ଭଳି ନକଲି କଲ୍‌ ସେଣ୍ଟର ଚଳାଉଥିଲେ । କିନ୍ତୁ ଆମେରିକା ଓ ବ୍ରିଟେନ୍‌ ବାସିନ୍ଦା  ଏମାନଙ୍କ ଟାର୍ଗେଟରେ ଥିଲେ । ଆଣ୍ଟି ଭାଇରସ ଯୋଗାଇବା ନାଁରେ  ବିଦେଶୀଙ୍କଠୁ ଶହ ଶହ ଡଲାର ଚୂନ ଲଗାଉଥିଲେ । ରାଜଧାନୀ  ଉପକଣ୍ଠ ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରୁ ଏଭଳି  ଏକ ନକଲି କଲ ସେଣ୍ଟର ଠାବ ହୋଇଛି ।  ସାଇବର ଓ ଅର୍ଥନୈତିକ ଥାନା ପୁଲିସ ଆପାର୍ଟମେଣ୍ଟରୁ  ୬ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ, ସମୀର ମୋବିନ୍‌, ମହମ୍ମଦ ଜାଭେଦ୍‌ ହୁସେନ୍‌, ମହମ୍ମଦ ତୋସିଫ, ଫୈଜାନ  ଆଲାମ୍‌, ସାଇବ୍‌ ରାଜା, ମହମ୍ମଦ ହାଇଦର ଅଲ୍ଲୀ । ସମସ୍ତଙ୍କ  ଘର ପଶ୍ଚିମବଙ୍ଗର କୋଲକାତା ସହରରେ । ସମୀର ହେଉଛି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ । ସେମାନଙ୍କଠାରୁ ୬ଟି ଲାପ୍‌ଟପ୍‌, ୧୧ଟି  ମୋବାଇଲ୍‌, ଜିଓ ଏୟାର ଫାଇବର, ୱାଇ-ଫାଇ ରାଉଟର ଓ ଅନ୍ୟାନ୍ୟ ଇଣ୍ଟରନେଟ୍‌ ସରଞ୍ଜାମ ଜବତ କରାଯାଇଛି ।  ଡିସିପି ପିନାକ ମିଶ୍ର କହିଛନ୍ତି, କମିଶନରେଟ ପୁଲିସର ୬  ଜଣିଆ ସାଇବର ଟିମ୍‌ ବୁଧବାର ସକାଳୁ ଉକ୍ତ ଫ୍ଲାଟ୍‌ରେ ଚଢ଼ାଉ  କରିଥିଲା । କାଞ୍ଚନ ଟାୱାର ଆପାର୍ଟମେଣ୍ଟ ‘ବ୍ଲକ୍‌-ଏ’ର ଫ୍ଲାଟ୍‌  ନଂ-୨୦୫ର ମାଲିକ ହେଉଛନ୍ତି ବିକାଶ ରଞ୍ଜନ ସାହୁ । ସେ ଏକ  ଘରୋଇ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀ । ତାଙ୍କଠାରୁ ୪ ମାସ  ତଳେ ସମୀର ଏହି ଫ୍ଲାଟ୍‌କୁ ଭଡ଼ା ହିସାବରେ ନେଇଥିଲେ । ପରେ ଅନ୍ୟ ସହଯୋଗୀଙ୍କୁ ଡକାଇ ଆରମ୍ଭ କରିଥିଲେ ନକଲି କଲ୍‌ ସେଣ୍ଟର । ଏମାନେ ଦିନତମାମ ସହରରେ ବୁଲୁଥିଲେ, ଫ୍ଲାଟ୍‌ରେ  ଶୋଇ ରହୁଥିଲେ । ରାତି ଅଧରେ ସ୍କାଏପ୍‌ ଓ ଭିଓଆଇପି ଯୋଗେ  ଆମେରିକା, ଲଣ୍ଡନର ନାଗରିକଙ୍କୁ ଫୋନ୍‌ କରି ଆଣ୍ଟି ଭାଇରସ  ଯୋଗାଇବା ନାଁରେ ଚୂନ ଲଗାଉଥିଲେ । ଅଧିକ ତଦନ୍ତ ପାଇଁ  ଟେକ୍‌ନିକାଲ ଟିମ୍‌ର ସାହାଯ୍ୟ ନିଆଯାଉଥିବା ଶ୍ରୀ ମିଶ୍ର କହିଛନ୍ତି ।

କିଏ ସେ ସଞ୍ଜୟ? 

ପୁଲିସ ସ୍କାନର୍‌ରେ ଏବେ ସଞ୍ଜୟ ନାମକ ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ପ୍ରତି ସପ୍ତାହରେ  ୨/୩ ଥର ଉକ୍ତ ‘୍ଲାଟ୍‌କୁ ଯିବା ଆସିବା କରୁଥିଲା । ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କୁ  ଜିଓ କର୍ମଚାରୀ ବୋଲି ପରିଚୟ ଦେଉଥିଲା । କାନ୍ଧରେ ବ୍ୟାଗ୍‌ ଖଣ୍ଡେ ଝୁଲେଇ ଟହଲ  ମାରି ‘୍ଲାଟ୍‌ ଭିତରକୁ ପଶୁଥିଲା । ରେଜିଷ୍ଟର ଖାତାରେ ନିଜ ନାଁ, ମୋବାଇଲ୍‌ ନମ୍ବର  ସହ ଜିଓ କର୍ମଚାରୀ ବୋଲି ଉଲ୍ଲେଖ କରିଥିଲା । ପୁଲିସର ସନ୍ଦେହ ହେଉଛି, କେହି  ଜିଓ କର୍ମଚାରୀ ରାଉଟର କିମ୍ବା ନେଟୱର୍କ ସଜାଡିବା ଉଦ୍ଦେଶ୍ୟରେ ‘୍ଲାଟ୍‌କୁ ଏତେ ଥର  ଯା’ ଆସ କରିବେନି । ସଞ୍ଜୟର ଏହି ଗ୍ୟାଙ୍ଗ ସହ କୌଣସି ଭିତିରି ସମ୍ପୃକ୍ତି ରହିଛି ।

ରାତିକରେ ୫ ଲକ୍ଷ ରୋଜଗାର

ଜଣେ ସାଇବର ଠକ ଗୋଟିଏ ଦିନରେ ଅତି କମ୍‌ରେ ଶହେ କିମ୍ବା ଦେଢ଼  ଶହ ବିଦେଶୀ ନାଗରିକଙ୍କ ଇ-ମେଲ୍‌କୁ ‘ିସିଂ ମେଲ୍‌ ପଠାଉଥିଲେ । ପ୍ରତି  ଆଣ୍ଟି ଭାଇରସ୍‌ ପିଛା ୭୫ରୁ ୧୦୦ ଡଲାର ଡିମାଣ୍ଡ୍‌ କରୁଥିଲେ । ସେଥିରୁ ଯଦି  ୧୦ ଜଣ ବି ଏମାନଙ୍କ ‘ଆଣ୍ଟି ଭାଇରସ’ ଜାଲରେ ‘ସୁଥିଲେ, ସେମାନଙ୍କଠାରୁ  ଅତିକମ୍‌ରେ ରାତିକରେ ହଜାରେ ଡଲାର କମାଉଥିଲେ । ଯାହାକି ଭାରତୀୟ  ମୁଦ୍ରା ହିସାବରେ ୮୫ ହଜାର ଟଙ୍କା । ଏହି କଲ୍‌ ସେଣ୍ଟରରେ କାମ କରୁଥିବା  ୬ଜଣ ଠକ ଗୋଟିଏ ରାତିରେ ୫ ଲକ୍ଷ ଟଙ୍କା କମାଉଥିଲେ ।

ମେଲ୍‌କୁ ପଠାଉଥିଲେ ଫିସିଂ ମେଲ୍‌

ଏହି ସାଇବର ଠକ ଗ୍ୟାଙ୍ଗର ଠକେଇ ତରିକା ପୂରା ଭିନ୍ନ । ଆମେରିକା, ବ୍ରିଟେନ୍‌ ବିଦେଶୀ  ନାଗରିକ ଏମାନଙ୍କ ମୁଖ୍ୟ ଟାର୍ଗେଟ ଥିଲା । ଜାମତରା ଗ୍ୟାଙ୍ଗ ଶୈଳୀରେ ଏମାନଙ୍କ  ପାଖରେ ହଜାର ହଜାର ବିଦେଶୀଙ୍କ ଡାଟାବେସ୍‌ ରହୁଥିଲା । ଏସବୁ ଡାଟାବେସ୍‌ରୁ  ଇମେଲ୍‌ ଆଇଡି ବାହାର କରି ଉକ୍ତ ଆଇଡିକୁ ମ୍ୟାକ୍‌ଫି ଓ ନରଟୋନ ଫିସିଂ ମେଲ୍‌  ପଠାଉଥିଲେ । ଯାହାକି ଏକ ରକମର ଆଣ୍ଟି ଭାଇରସ । ସମ୍ପୃକ୍ତ ବିଦେଶୀଙ୍କ ଲାପ୍‌ଟପ୍‌  କିମ୍ବା କମ୍ପ୍ୟୁଟରରୁ ମେଲ୍‌ ଆଇଡି ଖୋଲିବା କ୍ଷଣି ଏହି ଆଣ୍ଟି ଭାଇରସଟି ଦେଖା ଯାଉଥିଲା ।  ତା’ ତଳେ ଏକ ଟୋଲ୍‌ ଫ୍ରି ନମ୍ବର (ତ୍କ୧୮୪୫୪୭୮୪୨୩୬) ଉଲ୍ଲେଖ ରହୁଥିଲା ।

କୋଲକାତା ସଲ୍ଟ ଲେକ୍‌ରୁ ଠକେଇ ଶିଖିଥିଲେ 

ଦୀର୍ଘ ବର୍ଷ ଧରି କୋଲକାତା ସଲ୍ଟଲେକ୍‌ରେ ଏଭଳି ମାଳ ମାଳ ନକଲି କଲ୍‌ ସେଣ୍ଟର  ଚାଲିଛି । ଗ୍ୟାଙ୍ଗର ସଦସ୍ୟମାନେ ସେଇଠୁ ବିଦେଶୀଙ୍କୁ ଚୂନ ଲଗାଇବା ତରିକା ଶିଖିଥିଲେ ।  ଆଗାମୀ ଦିନରେ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯିବ । ଗ୍ୟାଙ୍ଗରେ ଆଉ କେଉଁମାନେ  ସଂପୃକ୍ତ ଅଛନ୍ତି, ସେନେଇ ଜେରା କରାଯିବ । ଯଦି ସଲ୍ଟଲେକ୍‌ରେ କେହି ସହଯୋଗୀ ଥିବାର  ତଥ୍ୟ ମିଳେ, ସେମାନଙ୍କୁ ଧରିବା ପାଇଁ ପୁଲିସର ଏକ ଦଳ କୋଲକାତା ଯାଇପାରେ ।

ଅନର୍ଗଳ ଇଂରାଜୀ କହି ଭକୁଆ ବନାଉଥିଲେ

ଏହି ନମ୍ବରକୁ ବିଦେଶୀଜଣକ ଯୋଗାଯୋଗ  କରିବା ପରେ ଠକେଇର ଦ୍ୱିତୀୟ ପର୍ଯ୍ୟାୟ  ଆରମ୍ଭ ହେଉଥିଲା । ଲାଟିନ୍‌ ଆମେରିକା  ଭଳି ଅନର୍ଗଳ ଇଂରାଜୀରେ ଗପି ପାରୁଥିବା  ସାଇବର ଠକ ହିଁ ସମ୍ପୃକ୍ତ ବିଦେଶୀଙ୍କ ସହ ଡିଲ୍‌  କରୁଥିଲେ । ନିଜକୁ ମ୍ୟାକ୍‌ଫି ଓ ନରନୋଟ ଆଣ୍ଟି  ଭାଇରସର କଷ୍ଟମର କେୟାର ଏଜେଣ୍ଟ ବୋଲି  ପରିଚୟ ଦେଉଥିଲେ । ସ୍କାଏପ୍‌ ଓ ଭିଓଆଇପି  ଜରିଆରେ ଏମାନେ ବିଦେଶୀଙ୍କ ସହ କଥା  ହେଉଥିଲେ । ଆଣ୍ଟି ଭାଇରସ ଜରିଆରେ ହ୍ୟାଙ୍ଗ  ହେଉଥିବା କମ୍ପ୍ୟୁଟର କିମ୍ବା ଲାପଟପ ସଜାଡ଼ିଥିବା  ଦର୍ଶାଇ ଶହ ଶହ ଡଲାର ଲୁଟୁଥିଲେ । ଏସବୁ ଡଲାରକୁ ନାନା ହାୱାଲା ଜରିଆରେ  ଭାରତୀୟ ମୁଦ୍ରାରେ ବଦଳାଇ ଗୋଟିଏ  ରାତିରେ ଲକ୍ଷ ଲକ୍ଷ ଟଙ୍କା କମାଉଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.