ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

କର୍କଟ ଚିକିତ୍ସା ପାଇଁ ଦକ୍ଷିଣ ଓଡ଼ିଶାରେ ନୂତନ ସୁବିଧା ଉପଲବ୍ଧ ; ବ୍ରହ୍ମପୁର ସମ୍ ହସ୍ପିଟାଲ୍‌ରେ କେମୋଥେରାପି ଚିକିତ୍ସା ଆରମ୍ଭ

ଭୁବନେଶ୍ୱର, ୧୭/୧୦ : ଦକ୍ଷିଣ ଓଡ଼ିଶାରେ ଉନ୍ନତ ମାନର ଅତ୍ୟାଧୁନିକ କର୍କଟ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ-କ୍ୟାମ୍ପସ ୩ରେ କର୍କଟ ରୋଗୀମାନଙ୍କ ନିମନ୍ତେ କେମୋଥେରାପି ଚିକିତ୍ସା ପ୍ରଦାନ ଆରମ୍ଭ କରାଯାଇଛି । ଏହି ପ୍ରୟାସ ଆରମ୍ଭ ହେବା ଦ୍ୱାରା ସଂପୃକ୍ତ ଅଂଚଳର ରୋଗୀମାନଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ସେମାନଙ୍କ ପରିବାରର ଆର୍ଥକ ବୋଝ ହ୍ରାସ ପାଇବା ସହ ସେମାନେ ନିଜ ଅଂଚଳରେ ହିଁ ଅତ୍ୟାଧୁନିକ କର୍କଟ ଚିକିତ୍ସା ପାଇପାରିବେ । ଏଠାରେ କେମୋଥେରାପି ଚିକିତ୍ସା ମିଳିବା ଦ୍ୱାରା ରୋଗୀମାନଙ୍କର ଯେ କେବଳ ସମୟ ଏବଂ ଟଙ୍କା ସଂରକ୍ଷିତ ହୋଇପାରିବ ତାହା ନୁହେଁ ବରଂ ଉପଯୁକ୍ତ ସମୟରେ ସେମାନେ ପ୍ରଭାବପୂର୍ଣ୍ଣ କର୍କଟ ଚିକିତ୍ସା ପାଇପାରିବେ । 

ଶୀତଳାପଲ୍ଲୀସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରତ୍ୟେକ ଶନିବାର ଓ ରବିବାର ମାଗଣା କର୍କଟ ଚିକିତ୍ସାର ପରାମର୍ଶ ଦିଆଯାଉଛି । ଅଙ୍କୋଲୋଜି ମେଡିସିନ ବିଭାଗର ପରାମର୍ଶ ଶନିବାର ଆୟୋଜନ କରାଯାଉଥିବା ବେଳେ ଅଙ୍କୋଲୋଜି ସର୍ଜରୀ ବିଭାଗର ପରାମର୍ଶ ଶିବିର ରବିବାର ଦିନ ଉପଲବ୍ଧ ହେଉଛି । ରୋଗୀମାନଙ୍କୁ ଚିକିତ୍ସାର ଦିଗ, ଉପଦେଶ, ଅସ୍ତ୍ରୋପଚାର ଏବଂ କେମୋଥେରାପିର ଯୋଜନା ସମ୍ପର୍କରେ ଉପଯୁକ୍ତ ଦିଗଦର୍ଶନ ଦେବା ହିଁ ଏହି ମାଗଣା ପରାମର୍ଶ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି । 

ହସ୍ପିଟାଲ୍‌ର ଅଙ୍କୋଲୋଜି ଟିମ୍‌ରେ ଉଚ୍ଚ ଅନୁଭୂତି ସମ୍ପନ୍ନ ଡାକ୍ତରମାନେ ରହିଥିବା ବେଳେ ସେମାନେ ପ୍ରତ୍ୟେକ ରୋଗୀଙ୍କର ଚିକିତ୍ସା ଓ ଯତ୍ନ ନେଉଛନ୍ତି । ବର୍ତମାନ କେମୋଥେରାପି ଚିକିତ୍ସା ଆରମ୍ଭ ହେବା ପରେ ରୋଗୀମାନେ କର୍କଟର ସମସ୍ତ ପ୍ରକାର ଚିକିତ୍ସା ଏଠାରେ ପାଇପାରିବେ ।  ପ୍ରଥମ ଥର ପାଇଁ ଜଣେ ୨୫ ବର୍ଷୀୟ ଯୁବକଙ୍କର ଏହି ଡାକ୍ତରଖାନାରେ ଷ୍ଟେଜ୍ ୩ ରେକ୍ଟାଲ୍ କର୍କଟ ହୋଇଥିବା ଜଣା ପଡ଼ିବା ପରେ ଚିକିତ୍ସା ଆରମ୍ଭ ହୋଇଛି । ତାଙ୍କର ଉଭୟ କେମୋଥେରାପି ଓ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ବେଳେ ପ୍ରଥମ ସ୍ତରର କେମୋଥେରାପି ପରେ ରୋଗୀଙ୍କୁ ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସାର ଆବଶ୍ୟକତା ଅନୁଯାୟୀ କେମୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ଗୋଟିଏ ଛାତ ତଳେ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଦାଶ କହିଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.