ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ନୂଆ ଓଡ଼ିଆ ସିନେମା "ଜବରଦସ୍ତ ଜ୍ୱାଇଁ'ର ସଙ୍ଗୀତ ଲୋକାର୍ପଣ, ୨୦ ତାରିଖ ସନ୍ଧ୍ୟାରେ ଟେଲି ପ୍ରିମିୟର

ଭୁବନେଶ୍ୱର,୧୭/୧୦: ଜୀ ସାର୍ଥକର ନୂଆ ଓଡ଼ିଆ ସିନେମା ‘ଜବରଦସ୍ତ ଜ୍ୱାଇଁ’ର ସଙ୍ଗୀତ ଲୋକାର୍ପଣ  ଓ ପୋଷ୍ଟର୍‌ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି । ଏହା ଅକ୍ଟୋବର ୨୦  ତାରିଖ ରବିବାର ସନ୍ଧ୍ୟା ସାଢ଼େ ୬ରେ  ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର୍‌ ହେବ ବୋଲି  ଘୋଷଣା କରାଯାଇଛି । ମନୋରଞ୍ଜନ  ଭିତ୍ତିକ ହାସ୍ୟରସରେ ଭରପୂର ଏହି  ସିନେମାରେ ବାଲେଶ୍ୱରର ଏକ ଛୋଟିଆ  ସ୍ଥାନରୁ ଚାକିରି ପାଇଁ ଭୁବନେଶ୍ୱର ଆସି  ସଂଘର୍ଷ କରୁଥିବା ଯୁବକ ପ୍ରଭାତର  ପରିସ୍ଥିତି ଓ ପ୍ରେମକୁ ନେଇ କାହାଣୀ  ଆଗେଇଛି । 

ମୁଖ୍ୟ ଚରିତ୍ରରେ ଦୀପନ୍ୱିତ  ଦାଶମହାପାତ୍ର, କୁକିଜ୍‌ ସ୍ୱାଇଁଙ୍କ ସହ  କେକେ, ଚୌଧୁରୀ ଜୟପ୍ରକାଶ ଦାସ  ଓ ଜୀବନ ପଣ୍ଡା ପ୍ରମୁଖ କଳାକାର  ଅଭିନୟ କରିଛନ୍ତି । ପ୍ରଯୋଜନା କବୀର  ଦାସ କରିଥିବାବେଳେ ନିର୍ଦ୍ଦେଶନା  ଦେଇଛନ୍ତି ଅଶୋକ ପତି । ସଙ୍ଗୀତ  ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ ।  ଭୁବନେଶ୍ୱରର ଏକ ହୋଟେଲରେ  ଆୟୋଜିତ ସଙ୍ଗୀତ ଲୋକାର୍ପଣ ପର୍ବରେ  ସିନେମାର ପୂରା ଟିମ୍‌ ସହ ଜୀ ସାର୍ଥକ  ଚ୍ୟାନେଲ୍‌ ଚିଫ୍‌ ପ୍ରତୀକ ସିଲ୍‌, ପ୍ରୋଗ୍ରାମିଂ  ମ୍ୟାନେଜର ତନ୍ମୟ ମିଶ୍ର, ନନ୍‌ ଫିକ୍ସନ୍‌  ଗ୍ରୁପ୍‌ ହେଡ୍‌ ସାଇ କିରଣ ମଙ୍ଗରାଜ,  କମର୍ସିଆଲ୍‌ ହେଡ୍‌ ଜଗଦୀଶ୍ୱର, କଳାକାର  ଭକ୍ତି, ଐଶ୍ୱର୍ଯ୍ୟା, କଣ୍ଠଶିଳ୍ପୀ ଚିରାଗ, ଶୀତଲ  କବି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.