ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଫ୍ରାଇଡେ'ରେ ପ୍ରେକ୍ଷାଳୟକୁ ଆସୁଛି ‘ସଲାମ୍‌ ଭୁବନେଶ୍ୱର’, ରାଜ୍ୟର ୧୫ ହଲ୍‌ ସହ ଭୁବନେଶ୍ୱରରେ ପ୍ରିମିୟର୍‌

ଭୁବନେଶ୍ୱର,୨୬/୦୭: ଫ୍ରାଇଡେ ରିଲିଜ୍‌ ଅବସରରେ ରାଜ୍ୟର ୧୫ଟି  ହଲ୍‌ରେ ମୁକ୍ତିଲାଭ କରୁଛି ଓଡ଼ିଆ ସିନେମା  ‘ସଲାମ୍‌ ଭୁବନେଶ୍ୱର’ । ଭୁବନେଶ୍ୱରର ଏକ  ହଲ୍‌ରେ ଦିନ ୨ଟା ବେଳେ କଳାକାରଙ୍କ ସହ  ପ୍ରିମିୟର୍‌ ଅନୁଷ୍ଠିତ ହେଉଛି ବୋଲି ମିଡିଆ ପ୍ଲାନର୍‌  ଅମରେଶ ସୂଚନା ଦେଇଛନ୍ତି । 

ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌  ଅପରାଧିକ କାର୍ଯ୍ୟରୁ ନିବୃତ୍ତ ହୋଇ ଭଲ ମଣିଷ  ହେଉଛି । ହେଲେ ପୁଲିସ୍‌ ତାଙ୍କୁ ବାଧ୍ୟ କରୁଛି  ଯେ ସେ ପୁଣି ଅପରାଧମୂଳକ କାର୍ଯ୍ୟରେ ଲିପ୍ତ  ହେଉ । କାରଣ ଗ୍ୟାଙ୍ଗ୍‌ଷ୍ଟର୍‌ ନ ରହିଲେ ପୁଲିସ୍‌କୁ  ବଟି ଦେବ କିଏ? ପୁଲିସ୍‌ର ଚାପରେ ସେ ପୁଣି  ଖରାପ ବାଟ ଆପଣାଉଛି । ଏହା ଭିତରେ ତା’  ଜୀବନ ସହିତ ଯୋଡ଼ି ହେଇଯାଉଛି ଜଣେ ସମ୍ଭ୍ରାନ୍ତ  ପରିବାରର ଆଦର୍ଶ ଝିଅ । ତାକୁ ଗ୍ୟାଙ୍ଗ୍‌ଷ୍ଟର୍‌ କାମରୁ  ଭଲ ବାଟକୁ ଆଣିବା ପାଇଁ ଝିଅଟି ତାକୁ ପ୍ରେମ  କରୁଛି । ସେଇ ଝିଅ ସହ ପ୍ରେମ ସମ୍ପର୍କ ଗଢ଼ି  ଉଠିବା ପରେ କାହାଣୀର ନାୟକ ଭଲ ବାଟକୁ  ଫେରିଆସୁଛି । ‘ଅରୁନ୍ଧତୀ’, ‘ଲଭ୍‌ ଫିଭର୍‌’  ପରି ସିନେମାର ନାୟକ ସାଜିଥିବା ରାଜବୀର  ଏହି ସିନେମାରେ ମୁଖ୍ୟ ନାୟକ ସାଜିଛନ୍ତି । ତାଙ୍କ  ନାୟିକା ରହିଛନ୍ତି ନବାଗତା ମଡେଲ୍‌ ଅନିଶା ।  ବବି ମିଶ୍ର, ସୁଇଟି, କେକେ, ପ୍ରଜ୍ଞା, ଶଙ୍କର,  ରବି ମିଶ୍ର, ସୁଧାକର ବସନ୍ତ, ମଧୁଙ୍କ ସହ ସ୍ୱର୍ଗତ  ପିଣ୍ଟୁ ନନ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ  କରିଛନ୍ତି । ମୁନ୍‌ ଟିଭି ମୁଭିଜ୍‌ ବ୍ୟାନରରେ ନିର୍ମିତ  ଏହି ସିନେମାର ପ୍ରଯୋଜନା କରିଛନ୍ତି ସଚ୍ଚିକାନ୍ତ  ଜେନା । କାର୍ଯ୍ୟନିର୍ବାହୀ ପ୍ରଯୋଜକ ରହିଛନ୍ତି  ପ୍ରସନ୍ନ ଦ୍ୱିବେଦୀ । କାହାଣୀ ସଚ୍ଚିକାନ୍ତଙ୍କର  ଥିବାବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି  ସୁଧାକର ବସନ୍ତ । ସଙ୍ଗୀତ ଅଭିଜିତ୍‌ ମଜୁମ୍‌ଦାର୍‌  ଏବଂ ସଂଳାପ ଲେଖିଛନ୍ତି ମନୋରଞ୍ଜନ ରାଉଳ ।  ଏଥିସହିତ ବଲିଉଡ୍‌ରେ ବକ୍ସ ଅଫିସ୍‌କୁ ଆସୁଛି  ମହେଶ ଭଟ୍ଟ ଲିଖିତ, ବିକ୍ରମ ଭଟ୍ଟ ନିର୍ଦ୍ଦେଶିତ ଏବଂ  ଅଭିକା ଗର ଓ ବର୍ଦ୍ଧନ ପୁରୀ ଅଭିନୀତ ହିନ୍ଦୀ ହରର୍‌  ସିନେମା ‘ବ୍ଲଡି ଇସ୍କ୍‌’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.