ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ନୂଆ ସରକାରଙ୍କ ଆଗରେ ଦରବୃଦ୍ଧି, ବେକାରି ମୁକାବିଲା ଆହ୍ୱାନ, ଅଭିବୃଦ୍ଧିକୁ ବଜାୟ ରଖିବାକୁ ପଡ଼ିବ

ନୂଆଦିଲ୍ଲୀ,୦୬/୦୬: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇସାରିଛି । ଗଠନ ହେବାକୁ ଯାଉଛି ନୂଆ ସରକାର । ନୂଆ ସରକାରଙ୍କ ଆଗରେ ରହିବ ଅନେକ ପ୍ରମୁଖ ନୀତିଗତ ସମସ୍ୟା  ।  ଏହାମଧ୍ୟରେ ରହିଛି ବେକାରି ମୁକାବିଲା, ଜିଏସ୍‌ଟି  ବ୍ୟବସ୍ଥାରେ ସୁଧାର, ଦରଦାମ ବୃଦ୍ଧି, ପବ୍ଲିକ୍‌  ଫାଇନାନ୍ସ ଏବଂ ନିବେଶ । ସରକାରଙ୍କୁ ଅନେକ  ଆହ୍ୱାନର ସାମ୍ନା କରିବାକୁ ପଡ଼ିବ ।  

ପ୍ରଥମେ ଭୁ-ରାଜନୈତିକ ଅନିଶ୍ଚିତତା ଏବଂ  ବିଶ୍ୱ ଆର୍ଥିକ ସମସ୍ୟାଗୁଡ଼ିକ ମଧ୍ୟରେ ଦେଶରେ  ଦ୍ରୁତ ସୁଧାର ଆଣିବାକୁ ପଡ଼ିବ । ତେବେ କେନ୍ଦ୍ରରେ  ମେଣ୍ଟ ସରକାର ହେବା ଦ୍ୱାରା ଏହା ସହଜ ହୋଇ  ନ ପାରେ । ଘରୋଇକରଣ ଏବଂ ଜିଏସ୍‌ଟି ଉପରେ  ପୁନର୍ବିଚାର ଭଳି କେତେକ ପ୍ରସଙ୍ଗକୁ ନେଇ  ସହମତିର ଆବଶ୍ୟକ ପଡ଼ିବ । ନୂଆ ସରକାରଙ୍କ  ଆଗରେ ରହିବ ଏଭଳି ଅନେକ ଚ୍ୟାଲେଞ୍ଜ୍‌ ।  

୫ ସ୍ଲାବ୍‌ଯୁକ୍ତ ଜିଏସ୍‌ଟି ହାର ଢ଼ାଞ୍ଚାକୁ ନେଇ  ତୁରନ୍ତ ସମୀକ୍ଷା କରାଯାଇପାରିବ ନାହିଁ । ଏଥିପାଇଁ  ୧୨% ଏବଂ ୧୮% ସ୍ଲାବ୍‌କୁ ମିଶାଇବାର ଆବଶ୍ୟକତା  ପଡ଼ିବ, ଯାହାଦ୍ୱାରା ଉପର ବାସ୍କେଟ୍‌ରେ ଆସୁଥିବା  ସାମଗ୍ରୀ ଏବଂ ସେବା ଶୁଳ୍କରେ ବୃଦ୍ଧି ଲୋଡ଼ା । ଏହା  ଏଭଳି ଏକ ପ୍ରସଙ୍ଗ ଯାହା ଉପରେ ରାଜନୈତିକ  ସହମତି ଆଣିବା ସହଜ ହୋଇ ନ ପାରେ ।  

ଘରୋଇକରଣ ଯୋଜନାକୁ କିଛି ସମୟ ପାଇଁ  ସ୍ଥଗିତ ରଖାଯାଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କର  ୨.୧ ଲକ୍ଷ କୋଟିର ମେଗା ଲାଭାଂଶ ଏବଂ ମଜଭୁତ  ଜିଏସ୍‌ଟି ରାଜସ୍ୱ ଦ୍ୱାରା କେନ୍ଦ୍ରର ଆର୍ଥିକ ସ୍ଥିତି ଭଲ  ରହିବ । ତେଣୁ ଘରୋଇକରଣ ଉପରେ ସେତେଟା  ନିର୍ଭର କରିବାକୁ ପଡ଼ି ନ ପାରେ ।  

୨୦୨୧-୨୨ରେ ୮୫୦୦ କୋଟି ଡଲାରର ଉଚ୍ଚ  ସ୍ତରରେ ପହଞ୍ଚିବା ପରେ ଲଗାତର ଦୁଇ ବର୍ଷ ହେବ  ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍‌ଡିଆଇ)ରେ  ହ୍ରାସ ଘଟୁଛି । ଏହା ୨୦୨୩-୨୪ରେ ୭୧୦୦ କୋଟି  ଡଲାର ରହିଛି । ନିବେଶ ଟାଣିବା ପାଇଁ ସରକାରଙ୍କୁ  ଅନେକ କାର୍ଯ୍ୟ କରିବାକୁ ପଡ଼ିବ । ନୂଆ ସରକାର  ଇଲେକ୍ଟ୍ରିକ୍‌ ଯାନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ସହିତ ଅନେକ କ୍ଷେତ୍ରରେ ନିବେଶ ବ୍ୟବସ୍ଥାକୁ ଆହୁରି  ଆକର୍ଷକ କରିବା ନେଇ ଆଶା ରହିଛି ।  

ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ)  ଯୋଜନା ଦ୍ୱାରା ସ୍ମାର୍ଟଫୋନ୍‌ ଏବଂ ଅନ୍ୟ ଉତ୍ପାଦର  ରପ୍ତାନିକୁ ପ୍ରୋତ୍ସାହନ ମିଳିଛି କିନ୍ତୁ ଏହାକୁ ଖେଳନା  ଏବଂ ଜୋତା ଭଳି ଅନ୍ୟ କ୍ଷେତ୍ରକୁ ସମ୍ପ୍ରସାରଣ କରିବା  ପାଇଁ ଦାବି ହେଉଛି । ଦେଶରେ ଉତ୍ପାଦନକୁ ବଢ଼ାଇବା  ଲାଗି ପିଏଲ୍‌ଆଇ ସ୍କିମ୍‌କୁ ଅଧିକ ମଜଭୁତ କରିବାକୁ  ପଡ଼ିବ ।  

ଅଧିକାଂଶ ଅର୍ଥନୀତିଜ୍ଞ କହିଛନ୍ତି ଯେ, ୨୦୨୩- ୨୪ ଭଳି ୨୦୨୪-୨୫ରେ ଜିଡିପି ଅଭିବୃଦ୍ଧି  ୮.୨% ରହିବ ବୋଲି କହିହେବ ନାହିଁ । ବର୍ତ୍ତମାନ  ପରିସ୍ଥିତିରେ ୭% ଅଭିବୃଦ୍ଧି ହାରକୁ ସୁନିଶ୍ଚିତ କରିବା  ବି ସହଜ ହେବ ନାହିଁ । ଅର୍ଥ ମନ୍ତ୍ରାଳୟ ବିଶିଷ୍ଟ  ଲକ୍ଷ୍ୟଗୁଡ଼ିକ ସହ କାର୍ଯ୍ୟ କରିବା ପାଇଁ ଯୋଜନା  ପ୍ରସ୍ତୁତ କରିଛି । ଯଦି ନୂଆ ସରକାରରେ ଏହି  ଯୋଜନାଗୁଡ଼ିକୁ ସହମତି ମିଳେ ତେବେ ମନ୍ତ୍ରାଳୟର  ଏହି ଯୋଜନାଗୁଡ଼ିକୁ ଅନାବରଣ କରାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.