ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଚୀନ୍‌, ବାଂଲାଦେଶକୁ ଭାରତୀୟ ମସଲା ମୋହ; ରେକର୍ଡ ସ୍ତରରେ ଭାରତର ମସଲା ରପ୍ତାନି

ନୂଆଦିଲ୍ଲୀ, ୧୯।୬: ନିକଟରେ ହଂକଂ ଏବଂ ସିଙ୍ଗାପୁରରେ ଭାରତର ଦୁଇ ପ୍ରମୁଖ ମସଲା ବ୍ରାଣ୍ଡ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହାସହିତ ଅନ୍ୟ କେତେକ ଦେଶରେ ମଧ୍ୟ କଟକଣା ଲାଗିଥିଲା । ଏସବୁ ମଧ୍ୟରେ ୨୦୨୩-୨୪ ଆର୍ଥିକବର୍ଷରେ ଭାରତରୁ ମସଲା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆଲୋଚ୍ୟ ଆର୍ଥିକ ବର୍ଷରେ ଭାରତରୁ ୪୪୬ କୋଟି ଡଲାର ମୂଲ୍ୟର ମସଲା ରପ୍ତାନି ହୋଇଛି । ପୂର୍ବବର୍ଷ ତୁଳନାରେ ଏହା ୧୭% ଅଧିକ । ପରିମାଣ ହିସାବରେ ଏହା ୯% ବଢ଼ି ୧୫.୩୯ ଲକ୍ଷ ଟନ୍‌ ରହିଛି । ଆଲୋଚ୍ୟ ଅବଧିରେ ଗୋଲ ମରିଚ, ଅଳେଇଚ ଏବଂ ହଳଦୀ ମହଙ୍ଗା ହେବା କାରଣରୁ ଏଥିରୁ ଭାରତ ଭଲ ଆୟ କରିଛି । ଚୀନ୍‌ ଏବଂ ବାଂଲାଦେଶରୁ ଚାହିଦା ବଢ଼ିବା ଫଳରେ ଲଙ୍କା ରପ୍ତାନି ୧୫% ବଢ଼ି ୧୫୦.୯ କୋଟି ଡଲାର ରହିଛି । ଟଙ୍କା ହିସାବରେ ଏହା ୧୮% ବଢ଼ି ୧୨,୪୯୨ କୋଟି ଟଙ୍କା ଅଛି । ଭାରତରୁ ସବୁଠୁ ଅଧିକ ମସଲା ଚୀନ୍‌କୁ ରପ୍ତାନି ହୋଇଥିବା ଜଣାପଡ଼ିଛି । 

ପୂର୍ବ ଆର୍ଥିକବର୍ଷରେ ଲଙ୍କା, ଧନିଆ, ଅଦା, ଜୁଆଣି ଏବଂ ରସୁଣ ରପ୍ତାନିରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ଗୋଲ ମରିଚ, ମେଥି, କଇଁଆ ଏବଂ ପୁଦିନା ରପ୍ତାନିରେ ହ୍ରାସ ଦେଖିବାକୁ ମିଳିଛି । ଭାରତରୁ ମସଲା ଆମଦାନି କରୁଥିବା ଦେଶଗୁଡ଼ିକ ମଧ୍ୟରେ ଚୀନ୍‌ ସବୁଠୁ ଆଗରେ ରହିଛି । ଏହା ପରେ ଆମେରିକା, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଏବଂ ଥାଇଲାଣ୍ଡ ରହିଛି । ଭାରତ ବିଶ୍ୱର ସର୍ବବୃହତ୍‌ ମସଲା ଉତ୍ପାଦନକାରୀ ଏବଂ ରପ୍ତାନିକାରୀ । ଗତବର୍ଷ ଚୀନ୍‌ ଭାରତରୁ ୧.୭୯ ଲକ୍ଷ ଟନ୍‌ ଲଙ୍କା ଆମଦାନି କରିଛି, ଯାହାର ଦାମ ୪,୧୨୩ କୋଟି ଟଙ୍କାରୁ ଅଧିକ । ଏହାପରେ ଥାଇଲାଣ୍ଡ ଏବଂ ବାଂଲାଦେଶ ରହିଛି । ଗତବର୍ଷ ବାଂଲାଦେଶକୁ ଲଙ୍କା ରପ୍ତାନିରେ ୬୭% ବୃଦ୍ଧି ଘଟିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.