ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଦକ୍ଷିଣ ଆଫ୍ରିକାକୁ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ , ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ଉମରଜଇ

Published By : Prameya | November 10, 2023 6:44 PM

ଅହମ୍ମଦାବାଦ- ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ବିଶ୍ୱକପ୍‌ - ୨୦୨୩ର ୪୨ତମ ମ୍ୟାଚ୍‌ ଖେଳା ଯାଉଛି। ଆଫଗାନିସ୍ତାନ , ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମେ ବ୍ୟାଟିଂ କରି ଅଜମତୁଲ୍ଲାହ ଉମରଜଇଙ୍କ ଅର୍ଦ୍ଧ ଶତକ ବଳରେ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୪ ରନ୍ କରି ପାରିଛି। 

ଇଜମତୁଲ୍ଲାହ ଉମରଜଇ କେବଳ ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ଗେରାଲ୍ଡ କୋଇଟଜି ସର୍ବାଧିକ ୪ ୱିକେଟ୍‌ ନେଇଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିବା ଆଫଗାନିସ୍ତାନର ପ୍ରାରମ୍ଭିକ ବ୍ୟାଟିଂ ଭଲ ଥିଲା । ଟିମ୍‌ ୪୧ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇ ଥିଲା। ଗୁରବାଜ ୨୨ଟି ବଲରେ ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଜାଦରାନ୍‌ ୧୫ ରନ୍‌ ହିଁ କରିପାରି ଥିଲେ। ଅଧିନାୟକ ସାହିଦୀ ଦୁଇ ରନ୍ ହିଁ କରି ପାରିଥିଲେ। ଆଫଗାନିସ୍ତାନ ୪ରନ୍‌ର ଭିତରେ ୩ ଟି ୱିକେଟ୍‌ ହରାଇ ଥିଲା ଏହାପରେ ରହମାନ ଶାହ ଓ ଉମରଜଇଙ୍କ ମଧ୍ୟରେ ପାର୍ଟନରସିପ୍‌ ହୋଇଥିଲା। ରହମନ ୪୬ଟି ବଲ୍‌ରେ ୨୬ ରନ୍‌ ହିଁ କରିଥିଲେ।  

ଆଫଗାନିସ୍ତାନର ସମ୍ଭାବିତ  ପ୍ଲେଇଂ -୧୧ :  ରହମାନୁଲ୍ଲାହ ଗୁରବାଜ , ଇବ୍ରାହିମ ଜାଦରାନ , ରହମତ ଶାହ , ହରମତୁଲ୍ଲାହ ସାହିଦୀ (ଅଧିନାୟକ), ଅଜମତୁଲ୍ଲାହ ଉମରଜଇ , ମହମ୍ମଦ ନବୀ , ରାଶିଦ ଖାନ , ଇକରାମ ଅଲିଖିଲ (ୱିକେଟ କିପର), ମୁଜିବ ଉର୍‌ ରହମାନ , ନୁର ଅହମ୍ମଦ , ନବୀନ ଉନ ହକ୍‌ ।

ଦକ୍ଷିଣ ଆଫ୍ରିକା ସମ୍ଭାବିତ ପ୍ଲେଇଂ -୧୧ : ଟେମ୍ୱା ବାବୁମା (ଅଧିନାୟକ) , କ୍ୱିଣ୍ଟନ ଡିକାକ (ୱିକେଟ କିପର) , ରସ୍‌ସି ଭେନ୍‌ ଡେର ଡୁସେନ , ଏଡେନ ମାର୍କରମ , ହେନରିକ କ୍ଲାସେନ , ଡେଭିଡ ମିଲର , ଏଣ୍ଡିଲେ ଫେହଲୁକ୍ୱାୟୋ , କେଶବ ମହାରାଜ , କଗିସୋ ରବାଡା , ଗେରାଲ୍ଡ କୋଏତଜି ,ଲିଙ୍ଗି ଏନଗିଡି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.