ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ମାଆଙ୍କ ପାଇଁ ମୋର ଫିଲ୍ମ ପ୍ରତି ବେଶି ଆଗ୍ରହ ବଢିଲା : ଶାହରୁଖ ଖାନ୍‌

ମୁମ୍ୱାଇ : ଶାହରୁଖ ଖାନଙ୍କ ଦିଲ୍ଲୀରୁ ମୁମ୍ୱାଇ ଆସିବା ଓ ନିଜର ଅଭିନୟର ଯାଦୁକେ ଦର୍ଶକଙ୍କ ହୃଦୟରେ ଘର କରିବା , ବୋଧହୁଏ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ମଧୁର ଘଟଣା ମଧ୍ୟରୁ ଗୋଟିଏ। କିନ୍ତୁ ଭାରତର ସବୁଠୁ ବଡ଼ ସୁପରଷ୍ଟାର କୁହାଯାଉ ଥିବା ଶାହରୁଖ କହିଛନ୍ତି , ସେ କେବେ ବି ଜଣେ ଆକ୍ଟର ହେବେ ଭାବି ନଥିଲେ, ସବୁକିଛି ସେମିତି ହୋଇଗଲା। ହେଲେ ଶାହରୁଖଙ୍କର ହୃଦୟରେ ଫିଲ୍ମ ପାଇଁ ଆଗ୍ରହ ସୃଷ୍ଟି କରିବାରେ ତାଙ୍କର ମାଆ , ଲତିଫ ଫାତିମା ଖାନଙ୍କ ବହୁତ ବଡ଼ ଅବଦାନ ରହି ଥିଲା। 

ଶାହରୁଖଙ୍କୁ ନିକଟରେ ଲୋକାର୍ଣ୍ଣୋ ଫିଲ୍ମ ଫେଷ୍ଟିଭାଲରେ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଇଭେଣ୍ଟ ପାଇଁ ଲୋକାର୍ଣ୍ଣୋ, ସ୍ୱିଜରଲ୍ୟାଣ୍ଡରେ ପହଞ୍ଚି ଥିବା ଶାହରୁଖ ଏକ ଦୀର୍ଘ ସାକ୍ଷାତକାର ମଧ୍ୟ ଦେଇଥିଲେ ଏବଂ ନିଜ ଲାଇଫ୍‌କୁ ନେଇ ଫିଲ୍ମରେ କ୍ୟାରିୟର ହୃଦୟ ଖୋଲା କଥାବାର୍ତ୍ତା କରିଥିଲେ। 

ଯେବେ ଶାହରୁଖଙ୍କୁ ପଚରାଗଲା, ସେ ଆକ୍ଟିଂ କରିବା ଏବଂ ଫିଲ୍ମ ଲାଇନ୍‌କୁ ଆସିବାକୁ କେବେ ଭାବିଲେ ? ସେ ନିଜର କହିଥିଲେ , ମୁଁ କେବେ ଆକ୍ଟର ହେବାକୁ ଭାବି ନଥିଲି। ମୁଁ ସେହି ପିଲାଙ୍କ ମଧ୍ୟରେ ଥିଲି , ଯିଏ ସ୍କୁଲରେ ହେଉଥିବା ପ୍ରତି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁ ଥିଲେ। ୧୦୦ ମିଟରର ଦୌଡ଼ ହେଉ ବା ଡ୍ରାମା ବା ଛୋଟ ଛୋଟ ନାଟକ ହେଉ କି ଏଗଜିଭିସନ ... ସବୁଥିରେ ମୁଁ ଯୋଗ ଦେଉ ଥିଲି।’

ଶାହରୁଖ ଆହୁରି କହିଛନ୍ତି ,ଫିଲ୍ମ ଦେଖିବା ସେତେବେଳେ ବଡ଼ କଥା ଥିଲା । ଏହା ୮୦ ଦଶକର କଥା। ଥିଏଟର ଯିବା ବଡ଼ କଥା ଥିଲା। ମୋ ମାଆ ଫିଲ୍ମର ବଡ଼ ଫ୍ୟାନ୍‌ ଥିଲେ। ଆମ ଘରେ ଭିଡ଼ିଓ କ୍ୟାସେଟ୍‌ ରେକର୍ଡର ଥିଲା। ଏହି ସମୟରେ ଘରେ ଏସବୁ ରହିବା ବଡ଼ କଥା ଥିଲା। ଆମେ ଖୁବ୍‌ ଗରିବ ଥିଲୁ। କିନ୍ତୁ ମୋ ମାଆଙ୍କର ଭଉଣୀ ବହୁତ ଧନୀ ଥିଲେ, ସେ ଆମକୁ ଏହା ଗିଫ୍ଟ କରିଥିଲେ। ଏହା ମୋ ମାଆଙ୍କ ରୁମ୍‌ରେ ଚାଲୁ ଥିଲା ଏବଂ ଯେମିତି ଆମେ ଭାରତରେ କହୁ – ମାଆଙ୍କ ପାଦତଳେ ସ୍ୱର୍ଗ ଥାଏ । ମୋ ମାଆ ଏହା କହି ମୋତେ ପାଦ ଚିପିବାକୁ କହୁଥିଲେ। ଶାହରୁଖ କହିଛନ୍ତି , ସେ ମାଆଙ୍କର ପାଦ ଚିପୁ ଥିଲେ ଏବଂ ଟିଭିରେ ଫିଲ୍ମ ଚାଲୁ ଥିଲା। 

ପୁରୁଣା ଫିଲ୍ମ ସବୁ ୧-୨ ଟଙ୍କାରେ ଆସୁଥିଲା ଏବଂ ନୂଆ ୧୦ ଟଙ୍କାର। ଗୋଟିଏ ପରେ ଗୋଟିଏ ଫିଲ୍ମ ଚାଲୁ ଥିଲା ଏବଂ ମୋର ଫିଲ୍ମରେ ଶ୍ରଦ୍ଧା ବଢିବାକୁ ଲାଗିଲା। ଥରେ ହିନ୍ଦୀର ପରୀକ୍ଷା ଥିଲା। ମୁଁ ଆୟରିଶ ବ୍ରଦର୍ସର ଏକ ସ୍କୁଲରେ ଥିଲି। ଖ୍ରୀଷ୍ଟିଆନ ସ୍କୁଲ ଥିଲା। ଖୁବ୍‌ ଷ୍ଟ୍ରିକ୍ଟ । ଖୁବ୍‌ ଇଂରାଜୀ ସ୍ପିକିଂ। ନର୍ମାଲ ପିଲା ଲୋକାଲ ଲାଙ୍ଗୁଏଜ୍‌ରେ ଦୁର୍ବଳ ହେଉଥିଲେ, ତ ହିନ୍ଦୀ ମୋର ବହୁତ ଭଲ ନଥିଲା। ମୋର ମାଆ କହିଥିଲେ , ଯଦି ହିନ୍ଦୀ ଡିକ୍ଟେଶନରେ ତୁମେ ୧୦ରୁ ୧୦ ନମ୍ୱର ନେଇ ଆସିବ , ତ ମୁଁ ତୁମକୁ ଫିଲ୍ମ ଦେଖାଇବାକୁ ଥିଏଟର ନେଇ ଯିବି। 

ଶାହରୁଖ ଏକ ନିଆରା ରହସ୍ୟ ଖୋଲି କହିଛନ୍ତି , ମୁଁ ଏକଥା କେବେ କେଉଁଠି କହି ନାହିଁ , କିନ୍ତୁ ଆଜି କହୁଛି , ମୁଁ ବୋଧହୁଏ ଗୋଟିଏ ଉତ୍ତର , ଜଣେ ବନ୍ଧୁଙ୍କ ଠାରୁ କପି କରିଥିଲି । କିନ୍ତୁ ମୋତେ ସେଥିରେ ପୂରା ୧୦ ନମ୍ୱର ମିଳିଥିଲା ଏବଂ ସେତେବେଳେ ମୋର ମାଆ ମୋତେ ପ୍ରଥମ ଥର ଫିଲ୍ମ ଦେଖାଇବାକୁ ଥିଏଟର ନେଇ ଯାଇଥିଲେ। ସଂଯୋଗ ଓ ଆଶ୍ଚର୍ଯ୍ୟର କଥା କି ଏହି ଫିଲ୍ମ  , ଯୋଶିଲେ  ଥିଲା, ଯାହାକୁ ସେହି ଡାଇରେକ୍ଟର ତିଆରି କରିଥିଲେ, ଯାହାଙ୍କ ସହ ପରେ ମୁଁ ନିଜର ସବୁଠୁ ଅଧିକ ଫିଲ୍ମ କଲି – ସେ ୟଶ୍‌ ଚୋପ୍ରା। ଶାହାରୁଖ କହିଛନ୍ତି କି ସେ ଲୋକାର୍ଣ୍ଣୋ, ସ୍ୱିଜରଲ୍ୟାଣ୍ଡରେ ତାଙ୍କ (ମାଆ) ଯୋଗୁଁ ବସିଛି , କାରଣ ସେ ଫିଲ୍ମ ଦେଖାଇ ଥିଲେ। ମୋ ମନରେ ଆଗ୍ର ସୃଷ୍ଟି କରିଥିଲେ।

ଶାହରୁଖ ଆହୁରି କହିଛନ୍ତି , ନିଜ ପିତାମାତାଙ୍କ ଦେହାନ୍ତ ପରେ ସେ ଦିଲ୍ଲୀରୁ ବାହାରକୁ ଯାଇ କିଛି କରିବାକୁ ଚାହୁଁ ଥିଲେ। ସେ କହିଛନ୍ତି , ମୁଁ କମ୍ୟୁନିକେସନ ଓ ଫିଲ୍ମ ମେକିଂରେ ମାଷ୍ଟର୍ସ କରୁଥିଲି, ମୁଁ ଡାଇରେକ୍ଟର ହେବାକୁ ଚାହୁଁ ଥିଲି। ମୁଁ ମୁମ୍ୱାଇ ଆସିଗଲି ଏବଂ ଭାରତରେ ଟେଲିଭିଜନ ଆସିଥିଲା ତ ମୋତେ ଛୋଟ ଛୋଟ ରୋଲ ମିଳିଲା । ମୁଁ ୧୯୯୦ରେ ଏକ ବର୍ଷ ପାଇଁ ମୁମ୍ୱାଇ ଆସି ଥିଲି। ମୁଁ କହିଥିଲି କି ମୁଁ ବର୍ଷେ କାମ କରିବି, ଲକ୍ଷେ ଟଙ୍କା ଆୟ କରିବି। ଫେରିଯାଇ ବୈଜ୍ଞାନିକ ନୁହେଁତ ସାମ୍ୱାଦିକ ହେବି...କିନ୍ତୁ ମୁଁ ଆଜିଯାଏ ଆଉ ଫେରି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.