ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କଙ୍ଗନାଙ୍କ ‘ଏମର୍ଜେନ୍ସି’କୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ, ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ୍‌ ଦେଲା ସିବିଏଫ୍‌ସି

ମୁମ୍ବାଇ ୦୯/୦୯: ମଣ୍ଡି ସାଂସଦ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ମିଳିଛି ଗ୍ରୀନ୍‌ ସିଗ୍‌ନାଲ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌(ସିବିଏଫ୍‌ସି) ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ୍‌ ଦେଇଛି । ତେବେ ଫିଲ୍ମର କିଛି ଦୃଶ୍ୟକୁ ନେଇ ସିବିଏଫ୍‌ସି ଆପତ୍ତି ପ୍ରକାଶ କରିଛି । ସେଥିଯୋଗୁ ଅନେକଗୁଡ଼ିଏ କଟ୍‌ ଓ ପରିବର୍ତ୍ତନ ପରେ କିଛି ସପ୍ତାହ ମଧ୍ୟରେ ଫିଲ୍ମଟି ରିଲିଜ୍‌ ହେବ। ସିବିଏଫ୍‌ସି ଫିଲ୍ମର ନିର୍ମାତାମାନଙ୍କୁ ୩ଟି ଦୃଶ୍ୟକୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛି । ରିଲିଜ୍‌ ପୂର୍ବରୁ ସେଥିରେ ୧୦ଟି ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି । ସେ ସଂପର୍କିତ ତାଲିକା ନିର୍ମାତାଙ୍କୁ ଦିଆଯାଇଛି । ସେହିପରି ଫିଲ୍ମରେ ଦେଖାଯାଇଥିବା ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ତଥ୍ୟର ଉପସ୍ଥାପନା କରିବାକୁ ସେନ୍ସର ବୋର୍ଡ କହିଛନ୍ତି।

ସୂଚନାଥାଉକି, ‘ଏମର୍ଜେନ୍ସି’ ଚଳିତମାସ ୬ ତାରିଖରେ ରିଲିଜ୍‌ ହେବାର ଥିଲା । କିନ୍ତୁ ଫିଲ୍ମକୁ ନେଇ ଶିଖ୍‌ ସଂଗଠନଗୁଡି଼କ ଆପତ୍ତି ପ୍ରଦର୍ଶନ କରିବାରୁ ସିବିଏଫ୍‌ସି ସାର୍ଟିଫିକେଟ୍‌ ଅଟକାଇ ଦେଇଥିଲା । ସିଏଫ୍‌ବିସି ସାର୍ଟିଫିକେଟ୍‌ ନ ମିଳିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଲ୍ମଟି ରିଲିଜ୍‌ ହୋଇପାରିନଥିବା କଙ୍ଗନା କହିଥିଲେ । ସେପଟେ ସାର୍ଟିଫିକେଟ୍‌ ନ ମିଳିବାରୁ ନିର୍ମାତାମାନେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ସେନ୍ସର ବୋର୍ଡକୁ ସେପ୍ଟେମ୍ବର ୧୮ ତାରିଖ ମଧ୍ୟରେ ‘ଏମର୍ଜେନ୍ସି’ର ସାର୍ଟିଫିକେଟ୍‌ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ କହିଥିଲେ । ସେପ୍ଟେମ୍ବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଫିଲ୍ମରେ କଙ୍ଗନାଙ୍କ ସହିତ ଅନୁପମ ଖେର, ଶ୍ରେୟସ୍‌ ତଲପଡ଼େ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ‘ଏମର୍ଜେନ୍ସି’ ବ୍ୟତୀତ କଙ୍ଗନା ଆଗକୁ ‘ଭାରତ ଭାଗ୍ୟ ବିଧାତା’ରେ ନଜର ଆସିବେ ।

ପ୍ରତ୍ୟେକ ସପ୍ତାହର ବକ୍ସ ଅଫିସ୍‌ ଅପଡେଟ୍‌ ଏବଂ ବି-ଟାଉନ୍‌ର କିଛି ଲାଟେଷ୍ଟ ଖବର ପାଇଁ ଦେଖନ୍ତୁ : BOX OFFICE BOBAL



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.