ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଦୀପିକାଙ୍କୁ ଘରକୁ ଆସିଲେ କୁନି ଅତିଥୀ, ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

ମୁମ୍ବାଇ,୦୮/୦୯:  ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ମାଆ ହେଲେ ଅଭିନେତ୍ରୀ । ଆଜି ଅଭିନେତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଦୀପିକା ଓ ରଣବୀରଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଦୀପିକା ପଦୁକୋନ୍‌ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଡିଜିଟାଲ କ୍ରିଏଟର ତଥା ବିଟାଉନ୍‌ ରିପୋର୍ଟର ମାନବ ମଙ୍ଗଲାନି ସୂଚନା ଦେଇଛନ୍ତି। 

ତେବେ ରଣବୀର କିମ୍ବା ଦୀପିକାଙ୍କ ପକ୍ଷରୁ ଏନେଇ କୌଣସି ଅଫିସିଆଲ୍ ଭାବେ ସୂଚନା ମିଳିନାହିଁ। ଗତକାଲି ଦୀପିକା ପଦୁକୋନ ଗଣେଶ ଚତୁର୍ଥୀ ଅବସରରେ ସିଦ୍ଧି ବିନାୟକ ମନ୍ଦିରରେ ଦର୍ଶନ କରିବା ପରେ ମା'ଙ୍କ ସହ ହସ୍ପିଟାଲ ଯାଇଥିଲେ। ଏହାପରେ ତାଙ୍କୁ ମୁମ୍ବାଇ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  କୁହାଯାଉଥିଲା ଯେ, ସେପ୍ଟେମ୍ବର ମାସ ଶେଷ ଆଡକୁ ଦୀପିକାଙ୍କ ଘରକୁ ନୂଆ ଅତିଥି ଆସିବେ। କିନ୍ତୁ ଏହା ପୂର୍ବରୁ ହିଁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ବିବାହର ୬ ବର୍ଷ ପରେ ପିତାମାତା ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣଭୀର ସିଂ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ନଭେମ୍ୱର ୧୪, ୨୦୧୮ରେ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ପିତାମାତା ହୋଇଛନ୍ତି ଦୀପଭୀର । ନିକଟରେ ମେଟରନିଟି ଫଟୋସୁଟ ମଧ୍ୟ କରାଇଥିଲେ ଦମ୍ପତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.