ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

୯୩ ବର୍ଷ ବୟସରେ ହଲିଉଡର ଲୋକପ୍ରିୟ ଅଭିନେତା ଜେମ୍ସ୍ ଅର୍ଲ ଜୋନ୍ସଙ୍କ ପରଲୋକ

ନୂଆଦିଲ୍ଲୀ,୧୦/୦୯: ହଲିଉଡର ଲୋକପ୍ରିୟ ଅଭିନେତା ଜେମ୍ସ୍ ଅର୍ଲ ଜୋନ୍ସଙ୍କ ପରଲୋକ । ୯୩ ବର୍ଷ ବୟସରେ  ସେ ଦୁନିଆକୁ ଅଲବିଦା କହିଛନ୍ତି । ସୋମବାର ନ୍ୟୁୟର୍କର ହୁଡସନ୍ ଭ୍ୟାଲି ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଏଜେଣ୍ଟ ବେରୀ ମ୍ୟାକଫର୍ସନ ସୂଚନା ଦେଇଛନ୍ତି । ତେବେ ଜେମ୍ସ୍ ତାଙ୍କ ଗମ୍ଭୀର ଅୱାଜ୍ ପାଇଁ ବେଶ୍ ଜଣାଶୁଣା । ‘ଡାର୍ଥ ୱାଡର’ ଏବଂ ‘ମୁଫାସା’ ଭଳି ଚରିତ୍ରକୁ ସେ ସ୍ୱର ଦେଇଛନ୍ତି ।

ସୂଚନା ମୁତାବକ, ୧୯୩୧ ମସିହା ଜାନୁଆରୀ ୧୭ରେ ମିସିସିପିରେ ଜେମ୍ସ୍ ଅର୍ଲ ଜୋନ୍ସ ଜନ୍ମ ଗ୍ରହଣ କରିଥିବା ବେଳେ ସେ ପିଲାଦିନୁ ଜାତିଗତ ଭେଦଭାବର ସମ୍ମୁଖୀନ ହୋଇଥିଲେ । ୧୯୬୫ରେ  ସେ ଡେ ଟାଇମ୍ ଟିଭିରେ ପରିଚୟ ସୃଷ୍ଟି କରିଥିବା ପ୍ରଥମ ଆଫ୍ରିକୀୟ ତଥା ଆମେରିକୀୟ କଳାକାରଙ୍କ ମଧ୍ୟରୁ ଅନ୍ୟତମ । ‘ଫିଲ୍ଡ ଅଫ୍ ଡ୍ରିମ୍ସ’, ‘ଦି ଗ୍ରେଟ୍ ହ୍ୱାଇଟ୍ ହୋପ୍‌’ ଏବଂ ‘ରୁଟ୍ସ୍‌: ଦି ନେକ୍ଟ ଜେନେରେସନ୍‌’ ଭଳି ଫିଲ୍ମରେ  ଯୋଗଦାନ କରି ବେଶ ପରିଚିତ ହୋଇଛନ୍ତି । ସେ ୨ଟି ଏମି,ଗୋଟିଏ ଗୋଲ୍ଡେନ୍ ଗ୍ଲୋବ୍‌, ୨ଟି ଟୋନୀ ଆୱାର୍ଡ଼, ଗୋଟିଏ ଗ୍ରାମୀ, ନ୍ୟାସନାଲ ମେଡାଲ ଅଫ୍ ଆଟ୍ସ ଏବଂ କେନେଡୀ ସେଣ୍ଟର ଅନର୍ସ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ତାଙ୍କ ନିଧନ ହଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଶୋକର ଛାୟା ଖେଳିଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.