ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

‘ ଆନିମଲ’ରୁ ବାହାର କରି ଦେବାର ଭୟ ଥିଲା : ବବି କହିଲେ, କାହିଁକି ସେ ସଫଳତାର ଉତ୍ସବ ପାଳି ନଥିଲେ

ମୁମ୍ୱାଇ : ଫିଲ୍ମ ‘ଆନିମଲ୍‌’ରେ ବବି ଦେଓଲ ଯଦିଓ କିଛି ସମୟ ପାଇଁ ନଜର ଆସି ଥିଲେ , କିନ୍ତୁ ତାଙ୍କର ରୋଲ୍‌ ଖୁବ୍‌ ଦମଦାର ଥିଲା। ଏହି ସିନେମା ତାଙ୍କ ପାଇଁ ପାଲଟି ଯାଇଛି ଗେମ୍‌ଚେଞ୍ଜର। ବବି ଦେଓଲଙ୍କୁ ଏହି ରୋଲ୍ ଯେବେ ମିଳିଲା, ଏହାପରେ ବହୁ ଦିନ ଯାଏ ତାଙ୍କର ସୁଟିଂ ପାଇଂ ନମ୍ୱର ପଡ଼ି ନଥିଲା। ଏହି ସମୟରେ ବବି ଦେଓଲଙ୍କ ମନରେ ଭୟ ଥିଲା ଯେ, ସନ୍ଦୀପ ରେଡ୍ଡି ୱାଙ୍ଗାଙ୍କ ମନ ପରିବର୍ତ୍ତନ ହୋଇ ଯାଇନି ତ ? 

ହ୍ୟୁମନ୍ସ ଅଫ୍‌ ବମ୍ୱେ  ସହ କଥାବାର୍ତ୍ତାରେ ବବି ଦେଓଲ କହିଛନ୍ତି କି, ସନ୍ଦୀପ ରେଡ୍ଡୀ ୱାଙ୍ଗା ତାଙ୍କୁ ଏହି ରୋଲ୍‌ କେମିତି ଦେଇ ଥିଲେ। ସେ କହିଛନ୍ତି କି, ମୋତେ ତାଙ୍କ ଠାରୁ ଏକ ମେସେଜ ଆସିଥିଲା। ସେ ତାଙ୍କର ପରିଚୟ ଦେଇ କହିଲେ ,ସେ ଏକ ଫିଲ୍ମ ବିଷୟରେ ମୋତେ ଭେଟିବାକୁ ଚାହୁଁଛନ୍ତି। ମୁଁ କଲ୍‌ କରି ଏକ ମିଟିଂର ଆୟୋଜନ କଲି। ସେ ମୋତେ ମୋର ଏକ ଫଟୋ ଦେଖାଇଲେ, ଯେଉଁଥିରେ ମୁଁ ସେଲିବ୍ରିଟି କ୍ରିକେଟ୍‌ ଲିଗ୍‌ରେ ଭାଗ ନେଇଥିଲି ଏବଂ କହିଲେ, ମୁଁ ତୁମକୁ ମୋ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛି , କାରଣ ତୁମର ଏହି ଏକ୍ସପ୍ରେସନ ପସନ୍ଦ ଆସିଛି। 

ବବି କହିଛନ୍ତି , ଆରମ୍ଭରେ ସେ ମୂକ ଚରିତ୍ର କରିବାକୁ ଟିକେ ପଛ ଘୁଞ୍ଚା ଦେଇଥିଲେ। କହିଲେ, ମୁଁ କିଛି ଏମିତି ଚରିତ୍ର କରିବାକୁ ଚାହୁଁ ଥିଲି ଯାହା ମୋର କମଫର୍ଟ ଜୋନ୍‌ ଠାରୁ ବାହାରେ ଥିବ। ଯେବେ ସନ୍ଦୀପ କହିଲେ କି, ମୋର ଚରିତ୍ର ଏକ ମୂକ ଚରିତ୍ର ହେବ , ମୋତେ ଲାଗିଲା କି ମୋର ସ୍ୱର ହିଁ ତ ମୋର ଶକ୍ତି , ହେଲେ ମୁଁ ତଥାପି ଏହାକୁ କରିବାକୁ ନିଷ୍ପତ୍ତି ନେଲି।  

ବବି କହିଛନ୍ତି ,ଫିଲ୍ମରେ ତାଙ୍କ ଭାଗ ସୁଟ୍‌ ହେବାରେ ବହୁତ ବିଳମ୍ୱ ଥିଲା। ଏହି ମଧ୍ୟରେ ତାଙ୍କୁ ଅସୁରକ୍ଷିତ ବି ମନେହେଉ ଥିଲା। ସେ କହିଲେ , ମୁଁ ଫିଲ୍ମ ସୁଟ୍‌ କରିବା ପାଇଁ ୧.୫ ବର୍ଷ ଯାଏ ଅପେକ୍ଷା କଲି। ଫିଲ୍ମ ୩.୫ ଘଣ୍ଟା ଅବଧିର ଥିଲା। ସେଥିପାଇଁ ବହୁ ସମୟ ଯାଏ ରଣବୀରଙ୍କ ସୁଟିଂ ଚାଲି ଥିଲା। ଏହି ସମୟରେ ମୁଁ ଭାବିଲି , ଏମିତି ନୁହେଁ ତ ସେମାନଙ୍କ ମନ ବଦଳି ଯାଇଛି। ହଠାତ୍‌ ସେ ମନା କରି ଦେବେନି ତ ମୋର ଆବଶ୍ୟକ ନାହିଁ କହି । ମୋ ମନରେ ଏମିତି ଭାବନା ଆସୁଥିଲା। କିନ୍ତୁ ସନ୍ଦୀପ ବହୁତ ଭଲ। ଫିଲ୍ମଟି ଏତେ ସଫଳ ହେଲା ଯେ,ମୁଁ କେବେ ଭାବି ନଥିଲି କି ମୋର ଏହି ସିନ୍‌ ପୂରା ଧମାକା କରିବ। 

ବବି ଏହାବି କହିଛନ୍ତି କି, ଫିଲ୍ମ ବ୍ଲକବଷ୍ଟର ହେବା ପରେ ମଧ୍ୟ ଏହାର ସଫଳତାକୁ ସେଲିବ୍ରେଟ୍‌ କରି ପାରି ନଥିଲେ , କାରଣ ତାଙ୍କ ଶାଶୂଙ୍କର ମୃତ୍ୟୁ ହୋଇଯାଇ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.