ପ୍ରମୂଖ ଖବର
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ଶୋଇଥିବା ବେଳେ ଅଭିନେତାଙ୍କ ଚାଲିଗଲା ଜୀବନ, ଖୁବ୍‌ ମାନସିକ ଚାପରେ ଥିଲେ

ମୁମ୍ୱାଇ – ‘ କସୌଟି ଜିନ୍ଦଗୀ କୀ’ ଓ ‘କ୍ୟୋଁକି ସାସ ଭି ବହୂ ଥି’ର ଅଭିନେତା ବିକାଶ ସେଠୀଙ୍କୁ ନେଇ ଦୁଃଖଦ ଖବର ଆସିଛି। ୪୮ବର୍ଷ ବୟସରେ ଏହି ଅଭିନେତା ଦୁନିଆକୁ ଅଲବିଦା କହିଛନ୍ତି। ତାଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବାର କୁହାଯାଇଛି। ସେ ଅର୍ଥାଭାବ ଯୋଗୁଁ ଖୁବ୍ ମାନସିକ ଅବସାଦରେ ଥିଲେ।

ଆଜତକ୍‌ ଡଟ୍‌ ଇନ୍‌ରେ ପ୍ରକାଶିତ ଖବର ଅନୁସାରେ, ରବିବାର ଦିନଟି ( ୮ସେପ୍ଟେମ୍ୱର) ଟେଲିଭିଜନ ପ୍ରଶଂସକଙ୍କ ପାଇଁ ଖୁବ୍‌ ଦୁଃଖଦ ରହିଛି। ପ୍ରସିଦ୍ଧ ଅଭିନେତା ବିକାଶ ସେଠୀଙ୍କ ମୃତ୍ୟୁକୁ ନେଇ ଆସିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ରାତିରେ ଶୋଇ ସକାଳେ ଯେବେ ସେ ଆଉ ଉଠିଲେ ନାହିଁ , ତ ତାଙ୍କର ପତ୍ନୀ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ହୃଦଘାତ ଜନିତ ମୃତ ଘୋଷିତ କରିଥିଲେ। 

ସୂତ୍ରାନୁସାରେ , ବିକାଶ ଗତ କିଛି ଦିନରୁ ଅର୍ଥଭାବ ଦେଇ ଦିନ ବିତାଉ ଥିଲେ। ତାଙ୍କୁ ଅନେକ ଦିନ ହେବ କୌଣସି କାମ ମିଳୁ ନଥିଲା। ସେ ଇଣ୍ଡଷ୍ଟ୍ରୀର ଅନେକ ବନ୍ଧୁଙ୍କ ସଂପର୍କରେ ମଧ୍ୟ ନଥିଲେ। ଟେଲିଭିଜନ ଶୋ’ ବ୍ୟତୀତ ବିକାଶ କରଣ ଜୋହରଙ୍କ ଫିଲ୍ମ କଭି ଖୁସି କଭି ଗମ୍‌ ରେ ରବି ଚରିତ୍ରର ନଜର ଆସିଥିଲେ। ତାଙ୍କୁ ଫିଲ୍ମରେ ଖୁବ୍‌ ପସନ୍ଦ ମଧ୍ୟ କରାଯାଇ ଥିଲା। 

ବିକାଶ ସେଠୀ ୯୦ ଦଶକର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଜଣେ ଥିଲେ। ସେ କହିଁ ତୋ ହୋଗା , ଶଶୁରାଲ ସିମର କା , ଗୁସ୍ତାଖ ଦିଲ୍‌ ଉତରନ ଭଳି ଅନେକ ଲୋକପ୍ରିୟ ଶୋ’ରେ କାମ କରିଥିଲେ। ସେ ଯେବେ ବି କୌଣସି ଶୋ’ରେ ନଜର ଆସିଲେ, ନିଜର କିଲର ଲୁକ୍ସ ଓ ଦମଦାର ଆକ୍ଟିଂରେ ହୃଦୟକୁ ଜିତି ନେଉଥିଲେ। 


 କହି ରଖୁଛୁ କି , ୨୦୧୮ରେ ତାଙ୍କର ବିବାହ ଜାହ୍ନବୀ ସେଠୀଙ୍କ ସହ ହୋଇଥିଲା। ଜାହ୍ନବୀଙ୍କ ସହ ବିବାହ ପରେ ବିକାଶ ଯାଆଁଳା ପୁଅଙ୍କ ବାପା ହୋଇ ଥିଲେ। ସେ ସୋସିଆଲ ମିଡ଼ିଆରେ ଖୁବ୍‌ ଆକ୍ଟିଭ ରହୁଥିଲେ। ସେ ପତ୍ନୀ ଓ ପିଲାଙ୍କ ସହ ଅନେକ ପୋଷ୍ଟ ବି ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.