ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କାଶ୍ମୀର ଯିବାକୁ ଭୟ ଲାଗୁଥିଲା କହିଲେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ, କଂଗ୍ରେସକୁ ଘେରିଲା ବିଜେପି

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରକୁ ଯିବାକୁ ଭୟ କରୁଥିଲେ ପୂର୍ବତନ ଗୃହମନ୍ତ୍ରୀ ଏବଂ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ । ଏକଥା ଆମେ କହୁନାହୁଁ ବରଂ ସେ ଖୋଦ ସାର୍ବଜନୀନ ଭାବେ କହିଛନ୍ତି । ଗୃହମନ୍ତ୍ରୀ ଥିବା ସମୟରେ ସେ କାଶ୍ମୀର ଯିବାକୁ ଭୟ କରୁଥିଲେ ବୋଲି କହିଛନ୍ତି । ଏବେ ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ ବଢୁଛି । ଶ୍ରୀନଗରର ଯେଉଁ ଲାଲ ଚୌକରେ ପୂର୍ବରୁ ପାକିସ୍ତାନ ଏବଂ ଆଇଏସ୍‌ଆଇଏସ୍‌ର ପତାକା ଦେଖିବାକୁ ମିଳୁଥିଲା, ଆଜି ସେଠାରେ ତ୍ରିରଙ୍ଗା ଫର୍‌ଫର୍‌ ହୋଇ ଉଡ଼ୁଛି । କାଶ୍ମୀରର ସୁନ୍ଦରତାକୁ ନିର୍ଭୟରେ ଉପଭୋଗ କରୁଛନ୍ତି ଲୋକେ । କିନ୍ତୁ କଂଗ୍ରେସ ସରକାର ଥିବା ବେଳେ ଖୋଦ ଗୃହମନ୍ତ୍ରୀ ସେଠାକୁ ଯିବାକୁ ଭୟ କରୁଥିଲେ । 

ୟୁପିଏର ଦ୍ବିତୀୟ ପାଳିର ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ସୁଶୀଲ କୁମାର ସିନ୍ଦେ ନିଜେ ଏକଥା କହିଛନ୍ତି । ନିଜର ପୁସ୍ତକ ‘ଫାଇଭ୍ ଡେକେଡ୍ ଅଫ୍ ପଲିଟିକ୍ସ’ର ଉନ୍ମୋଚନ ବେଳେ ସେ ଏହି କଥା କହିଛନ୍ତି । ସୁଶୀଲ କୁମାର ସିନ୍ଦେ କହିଛନ୍ତି, 'ମୁଁ ଗୃହମନ୍ତ୍ରୀ ଥିବା ବେଳେ ଲାଲ୍ ଚୌକରେ ଭାଷଣ ଦେବାକୁ ଯାଇଥିଲି, କିନ୍ତୁ ମୁଁ ଭୟଭୀତ ଥିଲି । ଲାଲ୍ ଚୌକରେ ଭାଷଣ ଦେଇ ମୋତେ ପବ୍ଲିସିଟି ମିଳିଥିଲା, କିନ୍ତୁ  ସେଠାକୁ ଯିବାକୁ ମୋତେ ଭୟ ଲାଗିଥିଲା । ସୁଶୀଲ ସିନ୍ଦେଙ୍କ ପୁସ୍ତକ ଉନ୍ମୋଚନ ଅବସରରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କ ବ୍ୟତୀତ ପ୍ରତିଷ୍ଠିତ ଶିକ୍ଷାବିତ୍ ବିଜୟ ଧର ଉପସ୍ଥିତ ଥିଲେ । 

ବିଜୟ ଧର ପୂର୍ବତନ ଗୃହମନ୍ତ୍ରୀ ସିନ୍ଦେଙ୍କ ଘନିଷ୍ଠ ଏବଂ ତାଙ୍କଠୁ ସେ ପରାମର୍ଶ ଗ୍ରହଣ କରନ୍ତି । ବିଜୟ ଧରଙ୍କ ପରାମର୍ଶ କ୍ରମେ ସେ ଲାଲ ଚୌକ ଯିବାକୁ ସ୍ଥିର କରିଥିବା କହିଛନ୍ତି ସୁଶୀଲ କୁମାର ସିନ୍ଦେ । ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ଘେରିଛି ବିଜେପି ।  

ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, ‘ପାର୍ଥକ୍ୟ ସ୍ପଷ୍ଟ । କଂଗ୍ରେସ ସରକାରଙ୍କ ଅମଳରେ ଗୃହମନ୍ତ୍ରୀ କାଶ୍ମୀର ଯିବାକୁ ଭୟ କରୁଥିଲେ । କିନ୍ତୁ ମୋଦୀଙ୍କ ଶାସନରେ ବାର୍ଷିକ ୨ରୁ ୩ କୋଟି ପର୍ଯ୍ୟଟକ କାଶ୍ମୀର ବୁଲିବାକୁ ଯାଉଛନ୍ତି । ଆର୍ଟିକିଲ ୩୭୦ ଉଚ୍ଛେଦ ପରେ ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି । ଦୁର୍ନୀତିଖୋର ରାଜନୈତିକ ବଂଶବାଦର ପାଦୁର୍ଭାବ କମିଛି ଏବଂ କାଶ୍ମୀରୀମାନଙ୍କ ଜୀବନଶୈଳୀରେ ଉନ୍ନତି ଆସିଛି ।’  ସେହିଭଳି ବିଜେପିର ମୁଖପାତ୍ର ଶେହଜାଦ ପୁନାଓ୍ବାଲା କହିଛନ୍ତି, ‘ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରାମରେ ଭାରତ ଯୋଡ ଯାତ୍ରା କରୁଛନ୍ତି।  କାଶ୍ମୀରରେ ସ୍ନୋ ଫାଇଟ୍‌ କରୁଛନ୍ତି । କିନ୍ତୁ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସ ପୁଣି ଥରେ ଜାମ୍ମୁକାଶ୍ମୀରକୁ ଭୟ ଓ ଆତଙ୍କବାଦର ଦିନକୁ ଫେରାଇ ନେବାକୁ ଚେଷ୍ଟା କରୁଛନ୍ତି ।’  

 

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.