ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

‘ପଠାନ୍‌’ର ରେକର୍ଡ ଭାଙ୍ଗିଲା ‘ସ୍ତ୍ରୀ-୨’, ଭାରତର ୨ୟ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ

ମୁମ୍ବାଇ ୧୦/୦୯: ‘ପଠାନ୍‌’ର ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗିଲା ଶ୍ରଦ୍ଧା କପୁର ଷ୍ଟାରର୍‌ ହରର୍‌ କମେଡ଼ି ‘ସ୍ତ୍ରୀ-୨’ । ଏହା ଜରିଆରେ ‘ସ୍ତ୍ରୀ-୨’ ଭାରତର ୨ୟ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ହୋଇଛି । ଏହା ୨୦୧୭ରେ ମୁକ୍ତିପ୍ରାପ୍ତ ଏସ୍‌ଏସ୍‌ ରାଜାମୌଲିଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ ‘ବାହୁବଲୀ ୨: ଦ କନ୍‌କ୍ଲୁଜନ୍‌’ର ହିନ୍ଦୀ ସଂସ୍କରଣର କଲେକ୍ସନ୍‌ ରେକର୍ଡ ଭାଙ୍ଗିବାର ମାତ୍ର ଦିନକ ପରେ ସିଦ୍ଧାର୍ଥ ଆନନ୍ଦଙ୍କ ସ୍ପାଇ-ଥ୍ରିଲର୍‌ ‘ପଠାନ୍‌’କୁ ମାତ୍‌ ଦେଇଛି ।

ଗତ ଶନିବାର ଭାରତରେ ‘ସ୍ତ୍ରୀ-୨’ର ମୋଟ୍‌ ବକ୍ସ ଅଫିସ୍‌ କଲେକ୍ସନ୍‌ ୫୧୬.୨୫ କୋଟି ଟପିଥିଲା । ଏଥିସହିତ ଏହା ‘ବାହୁବଲୀ୨’ର ହିନ୍ଦୀ ବକ୍ସ ଅଫିସ୍‌ କଲେକ୍ସନ୍‌ର ରେକର୍ଡ ଭାଙ୍ଗି ଭାରତର ୩ୟ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ପାଲଟିଥିଲା । ତା’ପରେ ରବିବାର ‘ସ୍ତ୍ରୀ-୨’ର ବକ୍ସ ଅଫିସ୍‌ କଲେକ୍ସନ୍‌ରେ ଆଉ ୧୦ କୋଟି ଯୋଡ଼ିହେଲା । ଏଥିସହିତ ଦେଶରେ ଫିଲ୍ମର ମୋଟ୍‌ କଲେକ୍ସନ୍‌ ହାରାହାରି ୫୨୭ କୋଟି ଟପିଲା । ତା’ପରେ ଏହା ଭାରତରେ ‘ପଠାନ୍‌’ର ହିନ୍ଦୀ ସଂସ୍କରଣର କଲେକ୍ସନ୍‌ ରେକର୍ଡ ଭାଙ୍ଗିଲା । 

ତେବେ ଐତିହାସିକ ପ୍ରଥମ ସ୍ଥାନ ହାସଲ କରିବା ପାଇଁ ଫିଲ୍ମକୁ ଆହୁରି ସମୟ ଲାଗିବ । ଏଥିପାଇଁ ତାକୁ ‘ଯୱାନ୍‌’କୁ ହରାଇବାକୁ ପଡ଼ିବ । ଭାରତରେ ‘ଯୱାନ୍‌’ର ହିନ୍ଦୀ ସଂସ୍କରଣ ୫୮୨.୩୧ କୋଟି ବ୍ୟବସାୟ କରି ଅଦ୍ୟାବଧି ପ୍ରଥମ ସ୍ଥାନରେ ରହିଛି । ଗତ ଦୁଇ ସପ୍ତାହ ଧରି ‘ସ୍ତ୍ରୀ-୨’ ସହ ପ୍ରତିଯୋଗିତା କରିବାକୁ କୌଣସି ଫିଲ୍ମ ରିଲିଜ୍‌ ହୋଇନାହିଁ । ଗତ ୬ ତାରିଖରେ ମୁକ୍ତିଲାଭ କରିବାକୁ ଥିବା କଙ୍ଗନାଙ୍କ ରାଜନୈତିକ ଥ୍ରିଲର୍‌ ‘ଏମର୍ଜେନ୍ସି’ ବିବାଦ ଯୋଗୁ ବାତିଲ ହେଲା । ତେବେ ଆସନ୍ତା ଶୁକ୍ରବାର କରୀନା କପୁରଙ୍କ ‘ବକିଂଘମ୍‌ ମର୍ଡର୍ସ’ ମୁକ୍ତିଲାଭ କରୁଥିବାରୁ ‘ସ୍ତ୍ରୀ-୨’ର ବ୍ୟବସାୟ ମାନ୍ଦା ପଡ଼ିପାରେ । ଗତ ଅଗଷ୍ଟ ୧୪ ତାରିଖରେ ମୁକ୍ତିପ୍ରାପ୍ତ ‘ସ୍ତ୍ରୀ-୨’ରେ ଶ୍ରଦ୍ଧାଙ୍କ ସମେତ ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.