ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା ପାଦୁକୋନ, କୁନି ଅତିଥି ଅପେକ୍ଷାରେ ପରିବାର

ମୁମ୍ବାଇ,୦୮/୦୯:  ମାଆ ହେବେ ଦୀପିକା ପାଦୁକୋନ । ଯାହାକୁ ନେଇ ବର୍ତ୍ତମାନ ଶିରୋନାମାରେ ରହିଛନ୍ତି ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ।  ଏପରି ସମୟରେ ବର୍ତ୍ତମାନ ଦୀପିକା ପାଦୁକୋନଙ୍କୁ ଶନିବାର ମୁମ୍ବାଇର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୀପିକା ପାଦୁକୋନ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଏହି ଖବର ଆସିବା ପରେ କୁନି ଅତିଥି ଅପେକ୍ଷାରେ ରହିଛନ୍ତି ପରିବାର ଓ ଫ୍ୟାନ୍ସ ।

ତେବେ ଦୀପିକା ପାଦୁକୋନଙ୍କୁ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀ ଯେ କୌଣସି ସମୟରେ ଏକ ସନ୍ତାନ ପ୍ରସବ କରିପାରନ୍ତି । ଦୀପିକା ପାଦୁକୋନଙ୍କ ସହ ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟ ମଧ୍ୟ ନଜର ଆସିଛନ୍ତି। ସେପ୍ଟେମ୍ବରର ଶେଷ ସପ୍ତାହରେ ଦୀପିକା ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି ବୋଲି ଆଲୋଚନା ଜୋର ଧରିଥିଲା । ବର୍ତ୍ତମାନ କୁହାଯାଉଛି ଯେ ଏହି ଦମ୍ପତି ଏବଂ ସେମାନଙ୍କ ପରିବାର ସିଜରିଆନ୍ ଡେଲିଭରି  ମାଧ୍ୟମରେ ଶିଶୁକୁ ସ୍ୱାଗତ କରିବାକୁ ଯୋଜନା କରିଛନ୍ତି, ତେଣୁ ଅଭିନେତ୍ରୀଙ୍କୁ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ ଗଣେଶ ପୂଜାର ଗୋଟିଏ ଦିନ ପୂର୍ବରୁ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ପହଞ୍ଚିଥିଲେ । ପାରମ୍ପାରିକ ଲୁକରେ ଦୀପିକା ବାପ୍ପାଙ୍କ ଦର୍ଶନ କରିଥିଲେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.