ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସେୟାର ବଜାରରେ ଭୂକମ୍ପ, ଗୋଟିଏ ଦିନରେ ଉଡିଗଲା ୩୧ ଲକ୍ଷ କୋଟି, ୪ ବର୍ଷରେ ସବୁଠୁ ଖରାପ ପ୍ରଦର୍ଶନ

ମୁମ୍ବାଇ, ୦୫/୦୬ : ଫେଲ୍‌ ମାରିଲା ଏଗ୍‌ଜିଟ୍‌ ପୋଲ୍‌ । ଆଶା ଅନୁସାରେ ବିଜେପିକୁ ମିଳିଲାନି ଜନାଦେଶ । ଲୋକସଭା ନିର୍ବାଚନରେ ବିଜେପିର ବିରାଟ ବିଜୟ ଆଶା ବାନ୍ଧିଥିବା ନିବେଶକ ଆଜି ହୋଇଯାଇଛନ୍ତି ତଳିତଳାନ୍ତ । ଫଳାଫଳ ଘୋଷଣା ଦିନ ଅର୍ଥାତ୍‌ ମଙ୍ଗଳବାର ପୁଞ୍ଜି ବଜାରରେ ବଡ଼ ଭୂକମ୍ପ ଦେଖିବାକୁ ମିଳିଛି । ଭୟର ମାହୋଲ ମଧ୍ୟରେ ୪,୩୯୦ ପଏଣ୍ଟ୍‌ ଧସିଯାଇଛି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ । ଏଥିସହିତ ଦିନକରେ ନିବେଶକଙ୍କ ୩୧ ଲକ୍ଷ କୋଟି ଟଙ୍କା ଉଡ଼ିଯାଇଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ଏବଂ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି, ଉଭୟ ସୂଚକାଙ୍କରେ ପ୍ରାୟ ୬% ହ୍ରାସ ଘଟିଛି । ଗତ ୪ ବର୍ଷ ମଧ୍ୟରେ ଏହା ବଜାରରେ ସର୍ବବୃହତ୍‌ ଦୈନିକ ହ୍ରାସ । 

ସୋମବାର ସେନ୍‌ସେକ୍ସରେ ୨୫୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ବୃଦ୍ଧି ଦେଖିବାକୁ ମିଳିଥିଲା । ଆଶା ଥିଲା ନିର୍ବାଚନ ଫଳାଫଳ ଘୋଷଣା ଦିନ ଅର୍ଥାତ୍‌ ଜୁନ୍‌ ୪ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିବ । କିନ୍ତୁ ବିଜେପି ପ୍ରଦର୍ଶନ ଆଶାନୁରୂପ ନ ରହିବା କାରଣରୁ ଆଜି ଇକ୍ୱିଟି ବଜାର ଧରାଶାୟୀ ହୋଇଯାଇଛି । ୩୦ ସେୟାରବିଶିଷ୍ଟ ସେନ୍‌ସେକ୍ସରେ ୪,୩୮୯.୭୩ ପଏଣ୍ଟ୍‌ ବା ୫.୭୪% ପତନ ଘଟିଛି । ଫଳରେ ଏହା ଦୁଇ ମାସର ସର୍ବନିମ୍ନ ସ୍ତର ୭୨,୦୭୯.୦୫ ପଏଣ୍ଟକୁ ଖସିଆସିଛି । ଦିନର କାରବାର ମଧ୍ୟରେ ସେନ୍‌ସେକ୍ସ ୬,୨୩୪.୩୫ ପଏଣ୍ଟ ବା ୮.୧୫% ଖସି ପ୍ରାୟ ୫ ମାସର ସର୍ବନିମ୍ନ ସ୍ତର ୭୦,୨୩୪.୪୩ ପଏଣ୍ଟକୁ ଆସିଯାଇଥିଲା । ଅନ୍ୟପକ୍ଷରେ, ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟିରେ ୧,୩୭୯.୪୦ ପଏଣ୍ଟ ବା ୫.୯୩% ହ୍ରାସ ଦେଖାଦେଇଛି । ଫଳରେ ଏହା ୨୧,୮୮୪.୫୦ ପଏଣ୍ଟରେ ବନ୍ଦ ହୋଇଛି । କାରବାର ମଝିରେ ଏଥିରେ ୧,୯୮୨.୪୫ ପଏଣ୍ଟ ହ୍ରାସ ଘଟିଥିଲା । ଫଳରେ ଏହା ୨୧,୨୮୧.୪୫ ପଏଣ୍ଟରେ ପହଞ୍ଚିଯାଇଥିଲା । ଏହା ପୂର୍ବରୁ ୨୦୨୦ ମାର୍ଚ୍ଚ ୨୩ରେ କୋଭିଡ୍‌-୧୯ ମହାମାରୀ ଯୋଗୁ ଲକ୍‌ଡାଉନ୍‌ ହେବା କାରଣରୁ ସେନ୍‌ସେକ୍ସ ଏବଂ ନିଫ୍‌ଟିରେ ପ୍ରାୟ ୧୩% ହ୍ରାସ ଘଟିଥିଲା । 

ଉକ୍ତ ସମୟରେ ସେନ୍‌ସେକ୍ସ ୩୯୩୪ ପଏଣ୍ଟ ଖସିଥିଲା ।  ବିଏସ୍‌ଇରେ ତାଲିକାଭୁକ୍ତ ସମସ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜୀକରଣ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । କମ୍ପାନିଗୁଡ଼ିକର ମିଳିତ ବଜାର ପୁଞ୍ଜି ପ୍ରାୟ ୩୧ ଲକ୍ଷ କୋଟି ଟଙ୍କା ସଂକୁଚିତ ହୋଇଛି । ଫଳରେ ଏହା ପ୍ରାୟ ୩୯୫ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି । ସୋମବାର ବିଏସ୍‌ଇ ମାର୍କେଟ୍‌ କ୍ୟାପ୍‌ ୪୨୬ ଲକ୍ଷ କୋଟି ଟଙ୍କା ରହିଥିଲା । ସୂଚନାଯୋଗ୍ୟ, ଏଗ୍‌ଜିଟ୍‌ ପୋଲ୍‌ରେ ବିଜେପିର ଭାରୀ ଜନାଦେଶ ଆକଳନ ଯୋଗୁ ସୋମବାର ବଜାରରେ ୩%ରୁ ଊଦ୍ଧ୍ୱର୍ ବୃଦ୍ଧି ଦେଖିବାକୁ ମିଳିଥିଲା । ଆଶା ଫିକା ପଡ଼ିଯିବା କାରଣରୁ ଆଜି ଘରୋଇ ବଜାରରେ ଭୟର ମାହୋଲ ରହିଥିଲା । ନିବେଶକମାନେ ପ୍ରଚୁର ମାତ୍ରାରେ ସେୟାର ବିକ୍ରି କରିଦେବା କାରଣରୁ ବଜାରରେ ବଡ଼ ଧରଣର ପତନ ଘଟିଥିବା ଜିଓଜିତ ଫାଇନାନ୍‌ସିଆଲ ସର୍ଭିସେସ୍‌ର ଗବେଷଣା ମୁଖ୍ୟ ବିନୋଦ ନାୟାର ପ୍ରକାଶ କରିଛନ୍ତି । ପ୍ରାୟ ସମସ୍ତ କ୍ଷେତ୍ରୀୟ ଷ୍ଟକ୍‌ଗୁଡ଼ିକ ନିମ୍ନମୁଖୀ ହୋଇଛି । ନିଫ୍‌ଟି ବ୍ୟାଙ୍କ ୮% ଖସିଥିବାବେଳେ ନିଫ୍‌ଟି ରିୟଲିଟି ୯.୬% ସଂକୁଚିତ ହୋଇଛି । ପିଏସ୍‌ୟୁ ବ୍ୟାଙ୍କ ୧୫%, ତୈଳ ଏବଂ ଗ୍ୟାସ ଷ୍ଟକ୍‌ ୧୧.୮% ଓ ଧାତବ ଷ୍ଟକ୍‌ ୧୦.୬% ଖସିଥିବା ଜଣାପଡ଼ିଛି । ଆଦାନି ଗ୍ରୁପ୍‌ର ସମସ୍ତ ୧୦ଟି ସେୟାର ମୂଲ୍ୟରେ ହ୍ରାସ ଘଟିଛି । ଷ୍ଟକ୍‌ଗୁଡ଼ିକର ମୂଲ୍ୟ ୧୦% ରୁ ୨୧% ଖସିଛି । 

ଆଦାନି ପୋର୍ଟସ ସର୍ବାଧିକ ୨୧.୪୦% ସଂକୁଚିତ ହୋଇଛି । ଗ୍ରୁପ୍‌ର ମାର୍କେଟ କ୍ୟାପ୍‌ ୩ ଲକ୍ଷ କୋଟି ଟଙ୍କା ଖସିଯାଇଥିବା ଜଣାପଡ଼ିଛି । ସେହିଭଳି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ନିବେଶକମାନେ ୧.୨୭ ଲକ୍ଷ କୋଟିର କ୍ଷତି ସହିଛନ୍ତି । କମ୍ପାନିର ସେୟାର ମୂଲ୍ୟରେ ୭.୫% ହ୍ରାସ ଘଟିଛି । ସୋମବାର କମ୍ପାନିର ସେୟାର ମୂଲ୍ୟ ସର୍ବକାଳୀନ ଉଚ୍ଚ ସ୍ତର ୩,୦୨୯ ଟଙ୍କା ଛୁଇଁଥିଲା । କମ୍ପାନିର ମୋଟ ପୁଞ୍ଜୀକରଣ ୨୦.୪୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ବର୍ତ୍ତମାନ ଏହା ୧୮.୯ ଲକ୍ଷ କୋଟିକୁ ଖସିଆସିଛି । ସେନ୍‌ସେକ୍ସରେ ଏନ୍‌ଟିପିସି, ଏସ୍‌ବିଆଇ, ଏଲ୍‌ଆଣ୍ଡ୍‌ଟି ଏବଂ ପାୱାର୍‌ଗ୍ରୀଡ୍‌ ସେୟାର ମୂଲ୍ୟରେ ୧୨ରୁ ୧୫% ହ୍ରାସ ଦେଖିବାକୁ ମିଳିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.