ପ୍ରମୂଖ ଖବର
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ସ୍କୁଲ ପିଲାଙ୍କୁ ଏଣିକି ମିଳିବ ଅତିରିକ୍ତ ଗୋଟିଏ ଅଣ୍ଡା, ସପ୍ତାହକୁ ମିଳିବ ୪ଟି

Published By : Prameya | March 25, 2025 10:23 PM

ଭୁବନେଶ୍ୱର,୨୫ ।୩(ବ୍ୟୁରୋ): ସ୍କୁଲ ପିଲାଙ୍କୁ ଏଣିକି ଅତିରିକ୍ତ ଗୋଟିଏ ଅଣ୍ଡା ମିଳିବ ।  ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ପୂର୍ବରୁ ସପ୍ତାହକରେ ଜଣେ ପିଲାଙ୍କୁ ୩ଟି ଅଣ୍ଡା ମିଳୁଥିବା ବେଳେ ଏବେ ଆଉ ଗୋଟିଏ ଅଧିକ ମିଳିବ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୩୭୨.୮୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଆସନ୍ତା ଶିକ୍ଷାବର୍ଷରୁ ଏହା ଲାଗୁ ହେବ । 

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଏସକେ ମହାପାତ୍ର  ପିଏମ ପୋଷଣ କାର୍ଯ୍ୟକ୍ରମର ଷ୍ଟେଟ୍‌ ନୋଡାଲ ଅଫିସରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି, ପିଏମ ପୋଷଣ ଅଧୀନରେ ପିଲାଙ୍କ ଶରୀରରେ ପୋଷଣର ମାତ୍ରା ବଢ଼ାଇବା ହେଉଛି ପ୍ରମୁଖ ଲକ୍ଷ୍ୟ । ଅଣ୍ଡାରେ ପୁଷ୍ଟିସାର ସହ ଲୌହମାତ୍ରା ରହିଛି । ପ୍ରାଥମିକସ୍ତରରେ ପ୍ରଥମରୁ ଅଷ୍ଟମ ଓ ମାଧ୍ୟମିକସ୍ତରରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହା ଲାଗୁ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.