ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଭୀମଟାଙ୍ଗିରେ ବ୍ୟାପୁଛି ଜଣ୍ଡିସ୍‌, ଦିନକରେ ୧୦ ଆକ୍ରାନ୍ତ ଚିହ୍ନଟ

Published By : Rasmita Pradhan | March 26, 2025 8:48 AM

ଭୁବନେଶ୍ୱର, ୨୬/୦୩ : ବିଏମ୍‌ସି ୱାର୍ଡ ନମ୍ବର-୬୧ ଭୀମଟାଙ୍ଗି ଅଞ୍ଚଳରେ ମାରାତ୍ମକ ଜଣ୍ଡିସ ରୋଗ ଭୟାବହ ଆକାର ଧାରଣ କରିଛି । ୨ ଦିନରେ ଏହି ଅଞ୍ଚଳରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ, ବେସରକାରୀ ଡାକ୍ତରଖାନାକୁ ମିଶାଇ ପ୍ରାୟ ୩୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ପିଇବା ପାଣିରୁ ଏହି ଦୁଃସାଧ୍ୟ ରୋଗ ମାଡ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 

ସୋମବାର ଭୀମଟାଙ୍ଗି ଉପରଫେଜ୍‌ ସାଇ ମନ୍ଦିର ରାସ୍ତା କଡ଼ ଜନବସତିରୁ ୧୦ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇ ପୋଖରୀପୁଟସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନୁରୂପ ଭାବେ ଏହା ପୂର୍ବରୁ ଉପରଫେଜ୍‌ରୁ ପ୍ରାୟ ୨୫ଜଣ ଆକ୍ରାନ୍ତ ବିଏମ୍‌ସି ହସ୍ପିଟାଲ ଓ ଅନ୍ୟାନ୍ୟ ଘରୋଇ ହସ୍ପିଟାଲ, କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି । ଏହି ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ଲୋକ ୱାଟ୍‌କୋ ଜଳ ଯୋଗାଣ ଉପରେ ନିର୍ଭରଶୀଳ । ଭୀମେଶ୍ୱର ମନ୍ଦିର ପରିସରରେ ନିର୍ମିତ ପାଣି ଟାଙ୍କି ମାଧ୍ୟମରେ ଲୋକଙ୍କ ଘରକୁ ଜଳ ଯୋଗାଣ ହୋଇଥାଏ । ଏହି ପାଣି ଟାଙ୍କି ନିର୍ମାଣ ହେବା ଦିନ ଠାରୁ ସଫା ହୋଇନାହିଁ । ସେହିଭଳି ଅନେକ ସ୍ଥାନରେ ସ୍ୱେରେଜ ଲାଇନ୍‌, ଡ୍ରେନ୍‌କୁ ପାଣି ପାଇପ୍‌ ଅତିକ୍ରମ କରୁଛି । ଏହି ସବୁ ସମସ୍ୟା ଯୋଗୁ ପ୍ରଦୂଷିତ ଜଳ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ଲୋକଙ୍କ ଅଭିଯୋଗ । ଏଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେଇ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ଏସଟିଏଫ୍‌ ଭୟରେ ବ୍ରିଜ୍‌ରୁ ଡେଇଁ ପଡ଼ିଲେ ଗଞ୍ଜେଇ ମାଫିଆ, ଚାଲିଗଲା ଜୀବନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.