ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ସରପଞ୍ଚଙ୍କୁ ବିଡିଓଙ୍କ ଦୁର୍ବ୍ୟବହାର ଅଭିଯୋଗ : ଜିଲ୍ଲାପାଳଙ୍କୁ ଭେଟିଲା ସରପଞ୍ଚ ସଂଘ

Published By : Prameya | September 3, 2024 9:13 PM

ଦାରିଙ୍ଗବାଡି,୩/୯(ଆପ୍ର): ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ସରପଞ୍ଚଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଦାରିଙ୍ଗବାଡି ବ୍ଲକ ସରପଞ୍ଚ ସଂଘ । ଗତ ୩୧ ତାରିଖରେ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ସୁଭଦ୍ରା ଓ ପିଏମ କିଷାନ ଯୋଜନା ନେଇ ଏକ କର୍ମଶାଳା ହୋଇଥିଲା । ଉକ୍ତ କର୍ମଶାଳା ରେ ସରପଞ୍ଚ ମାନଙ୍କୁ ଯୋଗ ଦେବାକୁ  ବିଡ଼ିଓ ସୂଚନା ଦେଇଥିଲେ । ସରପଞ୍ଚ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବୈଠକରେ ସରପଞ୍ଚଙ୍କୁ ବିଡିଓ ଦୁର୍ବ୍ୟବହାର କରିଥିବା ସଂଘ ଅଭିଯୋଗ କରିଛନ୍ତି। 

ସୁଭଦ୍ରା ଓ ପିଏମ କିଷାନ ଯୋଜନା ଆଲୋଚନା ବେଳେ ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ସୁଭଦ୍ରା ସଂପର୍କୀତ ଏକ ପ୍ରଶ୍ନ ବିଡ଼ିଓ ଗଦାଧର ପାତ୍ର ଙ୍କୁ ପଚାରିଥିଲେ । ହେଲେ ବିଡ଼ିଓ ଏହାର ଉତ୍ତର ଦେବା ବଦଳରେ ଦୁର୍ବ୍ୟବହାର କରିଥିଲେ । ଫଳରେ ସମସ୍ତ ସରପଞ୍ଚ ବୈଠକରୁ ବାହାରି ଯାଇଥିଲେ । ଏହା ପୂର୍ବରୁ ଭ୍ରମରବାଡ଼ି ସରପଞ୍ଚ ନରତମ ପ୍ରଧାନଙ୍କୁ ଓ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଭତ୍ତା ସଂପର୍କରେ ଆଲୋଚନା କରିବା ପାଇଁ ବିଡ଼ିଓଙ୍କ ନିକଟକୁ ଯାଇଥିବା ବେଳେ ଦୁର୍ବ୍ୟବହାର କରିଥିଲେ । 

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦକୁ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ମାତ୍ର ୫୦ ହଜାର ଟଙ୍କା ଲେଖାଏଁ ପ୍ରତି ପଞ୍ଚାୟତକୁ ଦିଆଯାଇଛି। ପରିକ୍ରମା ପ୍ରକଳ୍ପର ତଦନ୍ତ କରିବା ସହ ବିଡ଼ିଓଙ୍କୁ ଶୀଘ୍ର ବଦଳି କରିବା ପାଇଁ ସଂଘ ଦାବି କରିଛି। ଯଦି ବିଡ଼ିଓଙ୍କ ବଦଳି ଯଥା ଶୀଘ୍ର କରାନଯାଏ କି ତଦନ୍ତ କରାନଯାଏ ତାହାଲେ ଦାରିଙ୍ଗବାଡି ବ୍ଲକ ବନ୍ଦ ଡାକରା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହାର ଏକ ନକଲ ପଞ୍ଚାୟତରାଜ ମନ୍ତ୍ରୀ, କନ୍ଧମାଳ ସାଂସଦ ଓ ଜି ଉଦୟଗିରି ବିଧାୟକ ଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋୟୀ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ପତ୍ର ଦେବା ସମୟରେ ସରପଞ୍ଚ ସଂଘ ର ଜିଲ୍ଲା ସଭାପତି ସୁଦର୍ଶନ କହଁର, ବ୍ଲକ ସଭାପତି ତାତୁରା ପ୍ରଧାନ, ସମ୍ପାଦକ ଆନ୍ଦ୍ରୀକ ପ୍ରଧାନଙ୍କ ସମେତ ସମସ୍ତ ସରପଞ୍ଚମାନେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.