ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ମାମଲା; ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପୂଅ ପ୍ରିୟଙ୍କ ଖଡ୍‌ଗେଙ୍କ ବିରୋଧରେ ମାମଲା ରୁଜୁ

image courtesy: twitter/udhaystalin

ଚେନ୍ନାଇ,୦୬/୦୯: ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ଦେବା ଅଭିଯୋଗରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନଙ୍କ ପୂଅ ଉଦୟନୀଧି ଏବଂ ପ୍ରତ୍ୟକ୍ଷ ଭାବେ ଏହାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପୁଅ ପ୍ରିୟଙ୍କ ଖଡ୍‌ଗେ ସମର୍ଥନ କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ରାମପୁରରେ ମକଦ୍ଦମା ଦାୟର ହୋଇଛି। ବୁଧବାର ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ରାମପୁରର ସିଭିଲ୍ ଲାଇନ୍ କୋତୱାଲୀରେ ଆଡଭୋକେଟ୍ ହର୍ଷ ଗୁପ୍ତା ଏବଂ ରାମ ସିଂ ଲୋଧୀ ଏହି ମାମଲା ପଞ୍ଜିକରଣ କରିଛନ୍ତି।

ସୂଚନାନୁସାରେ, ଏହି ମାମଲାରେ ଉଦୟନିଧି ଏବଂ ପ୍ରିୟଙ୍କା ଧାର୍ମିକ ଭାବନାକୁ ଉତ୍ସାହିତ କରିବା ଏବଂ ସମାଜରେ ଘୃଣାଭାବ ବ୍ୟାପିଥିବା ଅଭିଯୋଗ ହୋଇଛି। ଏହି ମାମଲା ଦାୟର କରିଥିବା ଆଡଭୋକେଟ ହର୍ଷ ଗୁପ୍ତା କହିଛନ୍ତି ଯେ, ସେପ୍ଟେମ୍ବର ୪ ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ସମାନ ଓ ଏହାକୁ ବିଲୋପ କରାଯିବା ଉଚିତ ବୋଲି କହିଥିଲେ।

ଗୁପ୍ତା କହିଛନ୍ତି ଯେ ଉଦୟନିଧିଙ୍କ ଏହି ବିବୃତ୍ତିକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ପୁଅ ପ୍ରିୟଙ୍କ ଖଡ୍‌ଗେ ସମର୍ଥନ କରିଛନ୍ତି, ଏହି ସମ୍ବନ୍ଧିତ ଏକ ଖବର ଜାତୀୟ ହିନ୍ଦୀ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଓକିଲ କହିଛନ୍ତି ଯେ ଏହାଦ୍ୱାରା ତାଙ୍କର ଭାବନା ଆଘାତ ପାଇଛି, ଯେଉଁଥିପାଇଁ ସେ ଏକ ମାମଲା ଦାୟର କରିଛନ୍ତି। ସେପ୍ଟେମ୍ବର ୨ରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାମିଲନାଡୁର ଯୁବ କଲ୍ୟାଣ ତଥା କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କରୋନା ଜୀବାଣୁ ସଂକ୍ରମଣ, ଡେଙ୍ଗୁ ଏବଂ ମ୍ୟାଲେରିଆ ସହିତ ତୁଳନା କରି ସନାତନ ଧର୍ମର ବିଲୋପ କରିବାକୁ କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.