ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଖୁବ୍ ଶୀଘ୍ର ଆମର ପରମାଣୁ ନୀତିକୁ ବଦଳାଇବୁ... ୟୁକ୍ରେନକୁ ପାଶ୍ଚାତ ଦେଶଗୁଡ଼ିକର ସମର୍ଥନ ନେଇ ଗର୍ଜିଲା ରୁଷ୍

ନୂଆଦିଲ୍ଲୀ : ୟୁକ୍ରେନ୍‌- ରୁଷ୍‌ ମଧ୍ୟରେ ଚାଲୁଥିବା ଯୁଦ୍ଧ ଏବେ ସାରା ବିଶ୍ୱ ପାଇଁ ବିପଦର ବେଳେ ସାବ୍ୟସ୍ତ ହୋଇଛି। ଏହି ଯୁଦ୍ଧରେ ପାଶ୍ଚାତ୍ ଦେଶ ଗୁଡ଼ିକ ସଂପୂର୍ଣ୍ଣ ରୂପେ ୟୁକ୍ରେନକୁ ସମର୍ଥନ କରୁଛନ୍ତି। ସେମାନଙ୍କର ଏହି କାର୍ଯ୍ୟାନୁଷ୍ଠାନର କାରଣରୁ ଏବେ ରୁଷ୍‌ ନିଜର ପରମାଣୁ ନୀତି ଗୁଡ଼ିକୁ ପରିବର୍ତ୍ତନ କରିବା ନିଷ୍ପତ୍ତି ଉପରେ , ଗୁରୁତର ସହ ବିଚାର କରୁଛି। ରୁଷ୍‌ ଅନେକ ଥର ଏକଥା କହି ସାରିଛି। କିନ୍ତୁ ଏହିଥର ରୁଷ୍‌ର ଉପବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋଭ କହିଛନ୍ତି କି ଆମେ ଏହି ମାମଲା ଉପରେ ଗୁରୁତର ସହ ବିଚାର କରୁଛୁ ଏବଂ ଆମେ ଖୁବ୍‌ ଶୀଘ୍ର କୌଣସି ଏକ ଫଳାଫଳରେ ପହଞ୍ଚିବୁ।

ରୁଷ୍‌ ନ୍ୟୁଜ୍‌ ଏଜେନ୍ସି ତାସ୍‌ ମୁତାବିକ, ରୟାବକୋଭ ଏହା ସ୍ପଷ୍ଟ କରି ନାହାନ୍ତି ଯେ, କଣ ପରିବର୍ତ୍ତନ ହେବ , କିନ୍ତୁ ଯେତେ ମାତ୍ରାରେ ଜୋର ଦେଇ ଓ ଯେଉଁ ସ୍ଥିତିରେ ସେ ଏହି କଥା କହିଛନ୍ତି , ଏଥିରେ ଏହି କଥାର ଗୁରୁତ୍ୱ ଖୁବ୍‌ ବଢିଯାଇଛି। 

କହି ରଖୁଛୁ କି ରୁଷ୍‌ର ପରମାଣୁ ସିଦ୍ଧାନ୍ତ ଗୁଡ଼ିକୁ ୨୦୨୦ରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍ ଏକ ଡିକ୍ରି ଭାବେ ନିର୍ଦ୍ଧାରିତ କରିଥିଲେ। ଏହି ସବୁ ସିଦ୍ଧାନ୍ତ ଅନୁସାରେ, ରୁଷ୍‌ ସେପର୍ଯ୍ୟନ୍ତ କାହା ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ ନାହିଁ , ଯେପର୍ଯ୍ୟନ୍ତ ତା ଉପରେ କୌଣସି ଦେଶ ପରମାଣୁ ହମଲା ନକରିଛି। ସିଧା ସଳଖ ଭାବେ କହିଲେ ରୁଷ୍‌ ପ୍ରଥମେ କାହା ଉପରେ ପରମାଣୁ ବୋମାର ପ୍ରୟୋଗ କରିବ ନାହିଁ। 

ଅନେକ ନ୍ୟୁଜ୍‌ ରିପୋର୍ଟ ଅନୁସାରେ , ରୁଷ୍‌ ଅନେକ ପ୍ରକାରର ଟେକ୍ନିକାଲ ପରମାଣୁ ଅସ୍ତ୍ରର ନିର୍ମାଣ କରି ସାରିଛି। ହେଲେ ଏହି ଅସ୍ତ୍ରର ବ୍ୟବହାର କରିବା ରୁଷ୍‌କୁ ଆହୁରି ସମସ୍ୟାରେ ପକାଇ ପାରେ। ଏଥିପାଇଁ ୟୁକ୍ରେନ ଯୁଦ୍ଧରେ ରୁଷ୍‌ ଏହି ଟେକ୍ନିକାଲ ପରମାଣୁ ଅସ୍ତ୍ରର ପ୍ରୟୋଗ କରି ନାହିଁ। 

ଉଲ୍ଲେଖନୀୟ ଯେ, ରୁଷ୍‌ ନିଜର ପଶ୍ଚିମ ସୀମାରେ ପାଖାପାଖି ଅଢେଇ ବର୍ଷରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରଖିଛି। ଯେବେ ଏହି ହମଲା ଆରମ୍ଭ ହୋଇଥିଲା , ସେତେବେଳେ ପୂରା ଦୁନିଆ ଅନୁମାନ କରୁଥିଲା ଯେ , କିଭ୍‌ର ଦୁର୍ଗ କିଛି ଦିନ ମଧ୍ୟରେ ଧରାଶାୟୀ ହୋଇଯିବ । କିନ୍ତୁ ଏହା ପରେ ରୁଷୀୟ ସେନା ଲଗାତାର ସଂଘର୍ଷ କରି ଚାଲିଛି। ଆଜିସୁଦ୍ଧା କିଭ୍‌ ନିଜ ସ୍ଥାନରେ ତିଷ୍ଠି ରହିଛି। ପାଶ୍ଚାତ ଦେଶଗୁଡ଼ିକ  ୟୁକ୍ରେନକୁ ସଂପୂର୍ଣ୍ଣ ସହଯୋଗ କରି ତାର ମନୋବଳକୁ ଆହୁରି ଦୃଢ କରି ଦେଇଛନ୍ତି। ସେମାନେ ୟୁକ୍ରେନକୁ କେବଳ ଗୋଳା ବାରୁଦ ଦେଇ ସାହାଯ୍ୟ କରୁନାହାନ୍ତି , ଏହାସହ ପାଣ୍ଠି ବି ଯୋଗାଉଛନ୍ତି। ରୁଷ୍‌କୁ ଦୁର୍ବଳ କରିବା ପାଇଁ ତା ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। 

ଏବେ ଏହି ଯୁଦ୍ଧରେ ୟୁକ୍ରେନ ଏକ ଲାଭଜନକ ସ୍ଥିତିରେ ପହଞ୍ଚିବାର ଦେଖିବାକୁ ମିଳିଛି। ଲଗାତାର ରକ୍ଷଣାତ୍ମକ ଯୁଦ୍ଧ କରି ଆସିଥିବା ୟୁକ୍ରେନ, ଗତ ମାସରୁ ଭୟଙ୍କର ଯୁଦ୍ଧ କରିବା ଆରମ୍ଭ କରି ଦେଇଛି। ୟୁକ୍ରେନ ଦାବି କରିଛି କି ସେ ରୁଷ୍‌ର କୁର୍ସ୍କ ଅଞ୍ଚଳରେ ପାଖାପାଖି ୧୦୦୦ ବର୍ଗ କିଲୋମିଟର ଭୂମିକୁ କବଜା କରିଛି। ଏହାର ଜବାବରେ ରାଷ୍ଟ୍ରପତି ପୁଟିନ କହିଛନ୍ତି କି, ଆମେ ଖୁବ୍ ଶୀଘ୍ର ଶତ୍ରୁକୁ ନିଜ ମାଟିରୁ ବାହାର କରି ଫିଙ୍ଗି ଦେବୁ ଏବଂ ଏବେ ୟୁକ୍ରେନ ସହ କୌଣସି ବି ଶାନ୍ତି ଚୁକ୍ତି ହେବ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.