ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଏନ୍‌ବିରେ ପଶିଲେ ଲୁଟେରା, ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୧୮ କୋଟି

ଉଖରୁଲୁ,୧।୧୨: ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଲୁଟ୍‌। ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁବୃର୍ତ୍ତ ଲୁଟିନେଲେ ୧୮ କୋଟି ଟଙ୍କା। ଏଭଳି ଏକ ବଡ଼ ଧରଣର ବ୍ୟାଙ୍କ ଡକାୟରି  ଭାରତର ପୂର୍ବୋତ୍ତର ରାଜ୍ୟ ମଣିପୁରରେ ଘଟିଛି। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ତେବେ ଏପର୍ଯ୍ୟନ୍ତ କେହି ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି। ଅନ୍ୟପକ୍ଷେ ବ୍ୟାଙ୍କ ପକ୍ଷରୁ ମଧ୍ୟ କିଛି କୁହାଯାଇନି।

ଘଟଣାଟି ମଣିପୁରର ଉଖରୁଲୁ ଜିଲ୍ଲାରେ ଭ୍ୟୁଲ୍ୟାଣ୍ଡ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଘଟିଛି। ଖବର ଅନୁସାରେ, ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟ୍‌ରେ ୭ ରୁ ୮ ଜଣ ଲୁଟେରା ବ୍ୟାଙ୍କ ପରିସରରେ ପହଁଞ୍ଚିଥିଲେ। ଭିତରେ ଥିବା ଲୋକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲା। 

ଉରୁଖୁଲୁ ପୋଲିସ ଷ୍ଟେସନ୍‌ ପକ୍ଷରୁ କୁହାଯାଇଛି ଆଗକୁ ତଦନ୍ତ ଆରମ୍ଭ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଉଖରୁଲୁର ରାଜଧାନୀ ଇମ୍ଫାଲରୁ ପୂର୍ବୋତ୍ତରରେ ପ୍ରାୟ ୮୪ କିଲୋମିଟର ଦୂରରେ ରହିଛି। କୁହାଯାଉଛି ଯେ, ଲୁଟେରାମାନେ ବ୍ୟାଙ୍କର କାମ ଶେଷ ହେବାପରେ ଏଭଳି କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଲୁଟେରା ବ୍ୟାଙ୍କ ମ୍ୟାନେଜରଙ୍କୁ ବନ୍ଧୁକ ମୁନରେ ଟ୍ରେଜେରୀ ଖୋଲିବାକୁ ବାଧ୍ୟ କରିଥିଲେ। ପୋଲିସ ସୂଚନା ଦେଇଛି ଯେ, ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରି ସୁରକ୍ଷା ବଢାଇ ଦିଆଯାଇଛି। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଛି।

Also Read:-

ଡିସେମ୍ବର ପହିଲାରୁ ବଦଳିଯିବ ସିମ୍‌ କାର୍ଡ କ୍ରୟ କରିବାର ନିୟମ

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.